ଋଣ କରି ଠକିନେଲେ, ମହିଳା ଥାନାର ଦ୍ୱାରସ୍ଥ

Advertisment
ଋଣ କରି ଠକିନେଲେ, ମହିଳା ଥାନାର ଦ୍ୱାରସ୍ଥ

ବଲାଙ୍ଗୀର: ଋଣ କରିଦେବା ନାଁରେ ଟଙ୍କା ଉଠାଇ ଠକିନେଇ ଫେରାର। ବଲାଙ୍ଗୀର ସହରର ଜଣେ ଯୁବକ ଓ ଯୁବତୀ ଏହି ଠକେଇର ମାଷ୍ଟରମାଇଣ୍ଡ ଥିବା ତୁଷୁରା ଥାନା ଅନ୍ତର୍ଗତ ଗୁଡ଼ଖାପଲା, ମାଲପଡ଼ା, ଗୌରଗୋଠ, ବଡ଼ବନ୍ଧ ଗାଁର ମହିଳାମାନେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗରୁ ଜଣାଯାଏ ଯେ, ବଲାଙ୍ଗୀର ସହର ମାଲପଡ଼ାର ସ୍ୱାଗତିକା ଶତପଥୀ ନାମକ ଜଣେ ଯୁବତୀ ଆରୋହନ ମାଇକ୍ରୋ ଫାଇନାନ୍ସ କମ୍ପାନିରୁ ଋଣ କରାଇଦେବେ କହି କାଗଜପତ୍ର ବିଭିନ୍ନ ମହିଳାଙ୍କ ନିକଟରୁ ସଂଗ୍ରହ କରିଥିଲେ। ତାଙ୍କ ସହ ଆଉ ଜଣେ ଯୁବକ ବି ଥିଲେ। ଉଭୟ ଆରୋହନ କମ୍ପାନିର କର୍ମଚାରୀ ପରିଚୟ ଦେଇଥିଲେ।

ତାପରେ ମହିଳାଙ୍କ କାଗଜପତ୍ର ବ୍ୟାଙ୍କ ଆକାଉଣ୍ଟ ସବୁ ନେଇ ଋଣ କରିଥିଲେ। ବଲାଙ୍ଗୀର ସହରକୁ ଡାକି ଏକ ବୈଠକ ବି କରିଥିଲେ। ବୈଠକରେ କହିଥିଲେ ଟଙ୍କା ଉଠାଇ ଆମକୁ ଦେବ। ସେହି ଟଙ୍କା ଆଉ ଏକ ସ୍ଥାନରେ ସେମାନେ ଲଗାଇବା ପରେ ତାଙ୍କୁ ସେଠାରୁ ଯାହା ଲାଭ ଆସିବ ତାକୁ ମିଶାଇ ଟଙ୍କା ଦେବେ ବୋଲି କହିଥିଲେ। ମହିଳାମାନେ ଦସ୍ତଖତ ଦେଇଥିଲେ। ଏହାପରେ ଟଙ୍କା ଉଠାଇ ସେମାନେ ଫେରାର ମାରିଛନ୍ତି। ଏପଟେ ଫାଇନାନ୍ସ କମ୍ପାନିର କର୍ମଚାରୀ ମହିଳାଙ୍କ ନିକଟକୁ ଆସି ଟଙ୍କା ଦେବାକୁ କହୁଛନ୍ତି। ଠକେଇର ଶିକାର ହୋଇଥିବା ଜାଣିବା ପରେ ମହିଳାମାନେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ପାଇବା ପରେ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe