ନାସାରୁ ଆସିଥିବା ଇ-ମେଲ ନକଲି, ଅନୁଗୁଳ ସାଇବର ସେଲର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଲା

Advertisment
‘ନାସା’ ନାଁରେ ଠକେଇ ଘଟଣା ପଛରେ ନାବାଳକର ହାତ

ଅନୁଗୁଳ : ଅନୁଗୁଳ ସହର ହୁଲୁରିସିଂହା ଦୋଳମଣ୍ଡପ ସାହିର ବ୍ୟାଗ୍‌ ସିଲେଇ କାରିଗର ଲକ୍ଷ୍ମଣ ନାୟକଙ୍କ ପୁଅ ଶୁଭ୍ରାଂଶୁ ନାୟକ ନିଜ ହାତରେ ରୋବୋଟିକ୍‌ ଡ୍ରୋନ ‘ମାଭିକ୍‌’ ତିଆରି କରିଥିଲେ। ତାକୁ ନାସାକୁ ପଠାଇଥିଲେ। ତା’ପରେ ନାସା ନାଁରେ ଗାନ୍ଧୀମାର୍ଗ ସ୍ଥିତ ତାଙ୍କ ସ୍କୁଲ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ମେଲ୍‌ ଆଇଡିରେ ଆମେରିକାକୁ ଡାକରା ଆସିଥିଲା। ଏହି ଡାକରା ମିଥ୍ୟା ବୋଲି ସନ୍ଦେହ ହେବାରୁ ସ୍କୁଲ ପ୍ରଧାନ ଆଚାର୍ଯ୍ୟ ପ୍ରସନ୍ନ କୁମାର ପ୍ରଧାନ ଲିଖିତ ଏତଲା ଦେଇଥିଲେ।

ଏହାପରେ ଅନୁଗୁଳ ଥାନା ପୁଲିସ କେସ୍‌ ନମ୍ବର ୧୦୦୦, ଆଟି ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଦେଇଥିଲେ। ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ମେଲ୍‌ ଆଇଡିରେ ନାସା ନାଁରେ ଇ-ମେଲ ଆସିବା ଘଟଣା ଉପରେ ତଦନ୍ତ ପରେ ଅନୁଗୁଳ ସାଇବର ସେଲ ଏକ ସୂଚନା ଦେଇଛନ୍ତି। ଏହି ଇ-ମେଲ ନାସା ପକ୍ଷରୁ କରାଯାଇ  ନଥିଲା। ଏହା ଏକ ନକଲି ଇ-ମେଲ ଥିଲା ବୋଲି ପୁଲିସ କହୁଥିବା ବେଳେ ଏହି ଘଟଣାରେ ଜଣେ ନାବାଳକ ସମ୍ପୃକ୍ତ ଥିବା ସାଇବର ସେଲ ପକ୍ଷରୁ ପ୍ରକାଶ ପାଇଛି।

publive-image Hindustan Times

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ମେଲ୍‌ ଆଇଡିରେ ନାସା ନାମରେ ଆସିଥିବା ଚିଠିକୁ ପିଢ଼ିଲେ ଏଥିରେ ଲିଖିତ ଭୁଲ୍‌ ଇଂରାଜୀ ଶବ୍ଦ ଠକେଇ ସନ୍ଦେହକୁ ପ୍ରଥମେ ବେଶି ଘନୀଭୂତ କରିଥିଲା। ନାସା ଭଳି ଏକ ବିଶ୍ୱସ୍ତରୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ସାଧାରଣ ଇଂରାଜୀ ଶବ୍ଦ ଗୁଡ଼ିକର ବାରମ୍ବାର ଭୁଲ୍‌ ଲେଖିବ କେମିତି? ଦ୍ଵିତୀୟତଃ ସନ୍ଦେହକୁ ଆସୁଛି ମେଲ୍‌ ଆଇଡି। ଶୁଭ୍ରାଂଶୁଙ୍କ କହିବା ମୁତାବକ, ନାସା ନାଁରେ ତାଙ୍କ ପାଖକୁ nasaaeronautics@gmail.comରେ ଚିଠି ଆସିଥିଲା। ନାସା ଭଳି ସଂସ୍ଥାର ନିଜସ୍ୱ ମେଲ୍‌ ଛାଡ଼ି ଜି-ମେଲରେ ଚିଠି ପଠାଇବା ଘଟଣା ମଧ୍ୟ ଠକେଇ ସନ୍ଦେହକୁ ଆହୁରି ବଢ଼ାଇ ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe