ରିଟେଲର୍‌ ହାତେଇଛନ୍ତି ଡବଲ୍‌ କାର୍ଡ, ତଦନ୍ତରୁ ଜଣାପଡ଼ିଲା ରାସନ କେଳେଙ୍କାରୀ

Advertisment
ଦାଦନ ଯିବାକୁ ବନ୍ଧାପଡ଼ିଛି ରାସନ କାର୍ଡ, ମିଳୁନି ମନ୍‌ରେଗା କାମ

Onmanorama - Malayala Manorama

ଯାଜପୁର: ଗଳାବାଟରେ ଗିଳି ଦେଉଛନ୍ତି ଗରିବଙ୍କ ରାସନ। ଅଭିଯୋଗ ହେଲେ ପୁଲିସ ହେଉକି ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଉନି। ହାଇକୋର୍ଟରେ ଜନସ୍ବାର୍ଥ ମାମଲା ହେଲେ ମିଥ୍ୟା ସତ୍ୟପାଠ ଦାଖଲ କରୁଛନ୍ତି ଅଧିକାରୀ। ଯାଜପୁର ଜିଲ୍ଲାର ରାସନ କେ‌ଳେଙ୍କାରୀ ନେଇ ନିୟମିତ ଭାବେ ସାଂଘାତିକ ତଥ୍ୟ ଲୋକଲୋଚନକୁ ଆସୁଛି। ଯେମିତି କି କୋରେଇ ବ୍ଲକ ମୁକୁନ୍ଦପୁର ପଞ୍ଚାୟତ‌ର ଜଣେ ରିଟେଲର୍ ଦୁଇ ଦୁଇଟି ଅନ୍ତ୍ୟୋଦୟ କାର୍ଡ ନିଜ ପରିବାର ସଦସ୍ୟଙ୍କ ନାମରେ ହାତେଇ ନେଇଥିବା ପଦା‌ରେ ପଡ଼ିଛି।।

ରିଟେଲର ଜଣକ ନିଜ ପତ୍ନୀ ପଦ୍ମାବତୀ ମହାପାତ୍ର ଓ ଅବିବାହିତ ଝିଅ ରଚନା ମହାପାତ୍ର ନାମରେ ଦୁଇଟି ଅନ୍ତ୍ୟୋଦୟ କାର୍ଡ କରି ପ୍ରତି ମାସରେ ୭୦କେଜି ରାସନ ସାମଗ୍ରୀ ହଡ଼ପ କରୁଛନ୍ତି। ସେହିପରି ସରକାରଙ୍କ ସହାୟତା ରାଶି ମଧ୍ୟ ଚଳୁ କରିଛନ୍ତି। ଗ୍ରାମବାସୀ ଏ ସଂପର୍କରେ ଜାଣିବା ପରେ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଓ ବ୍ଲକ୍ ଯୋଗାଣ ଅଧିକାରୀଙ୍କ ଦ୍ବାରା ତଦନ୍ତ ହୋଇଥିଲା। ଆଉ ତଦନ୍ତବେଳେ ଏହି କେଳେଙ୍କାରୀ ଧରାପଡ଼ିଯାଇଛି।

ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ ପ୍ରହଲ୍ଲାଦ ସେଠୀ ଓ କୋରେଇ ବ୍ଲକ୍ ଯୋଗାଣ ଅଧିକାରୀ ପ୍ରସନ୍ନ ନାୟକ ଆଜି ତଦନ୍ତ କରିଥିଲେ। ରିଟେଲର ଶ୍ରୀ ମହାପାତ୍ରଙ୍କ ପତ୍ନୀ ପଦ୍ମାବତୀ ମହାପାତ୍ରଙ୍କ ନାମରେ ଅନ୍ତ୍ୟୋଦୟ କାର୍ଡ ନମ୍ବର ୧୩୦୮୧୪୧୧୧୬୪ ଓ ଅବିବାହିତ ଝିଅ ରଚନା ମହାପାତ୍ରଙ୍କ ନାମରେ ଅନ୍ତ୍ୟୋଦୟ କାର୍ଡ ନମ୍ବର ୧୩୦୮୧୪୧୧୬୧୭ରେ ରାସନ ଉଠାଇ ଚାଲିଥିବା ଜଣାପଡିଥିଲା। ଏ ସମ୍ପର୍କରେ ବ୍ଲକ୍ ‌ଯୋଗାଣ ଅଧିକାରୀ ପ୍ରସନ୍ନ ନାୟକ କହିଛନ୍ତି ଆଜି ତଦନ୍ତ ହୋଇଛି; ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe