ବିଦ୍ୟୁତ୍ ବିଲ୍ ନାଁରେ ଠକେଇର ଶିକାର

Advertisment
ସାଇବର ଠକେଇରେ ପଡିଲେ ପୁଲିସ ବାବୁ

Image Courtesy of India Today

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଆଉ ଜଣେ ମହିଳା ବିଦ୍ୟୁତ୍‌ ବିଲ୍‌ ନାଁରେ ସାଇବର୍‌ ଠକେଇର ଶିକାର ହୋଇଛନ୍ତି। ଅଇଁଠାପାଲି ଥାନା ଫାଟକ ଅଞ୍ଚଳର ମହିଳାଙ୍କ ଆକାଉଣ୍ଟରୁ ସାଇବର୍‌ ଠକ ୫୦ ହଜାର ଟଙ୍କା କାଟି ନେଇଛି।

ପୁଲିସ ସୂଚନା ଅନୁଯାୟୀ, ମହିଳାଙ୍କୁ ଏକ ମେସେଜ୍‌ ଆସିଥିଲା। ଯେଉଁଥିରେ ବଳକା ବିଦ୍ୟୁତ୍‌ ବିଲ୍‌ ପୈଠ ନକଲେ ଆଜି ରାତି ବିଦ୍ୟୁତ୍‌ ସଂଯୋଗ କାଟିଦିଆଯିବ ବୋଲି ଲେଖାଥିଲା। ମହିଳା ଜଣକ ବିଦ୍ୟୁତ୍‌ ସଂଯୋଗ କଟିଯିବ ବୋଲି ଚିନ୍ତିତ ହୋଇ ମେସେଜ୍‌ରେ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କରିଥିଲେ। ତାପରେ ସାଇବର୍‌ ଠକ କଲ୍‌ ଉଠାଇ ନିଜକୁ ଟାଟା ପାଵାର୍‌ର କର୍ମଚାରୀ ବୋଲି ପରିଚୟ ଦେଇଥିଲା ଏବଂ ମହିଳାଙ୍କୁ ବିଭିନ୍ନ ତଥ୍ୟ ମାଗିଥିଲା। ଠକ ମାଗିବା ଅନୁଯାୟୀ ମହିଳା ଜଣକ ସବୁ ତଥ୍ୟ ଦେଇ ଚାଲିଲେ।

ଓଟିପି ମଧ୍ୟ ଦେଲେ। ତାପରେ ଗୋଟିଏ ପରେ ଗୋଟିଏ ଟ୍ରାନ୍‌ଜେକ୍‌ସନ୍‌ କରି ସାଇବର୍‌ ଠକ ତାଙ୍କ ଆକାଉଣ୍ଟରୁ ଟଙ୍କା କାଟିଚାଲିଲା। ଠକ ମୋଟ ଉପରେ ତାଙ୍କ ଆକାଉଣ୍ଟରୁ ୫୦ ହଜାର ଟଙ୍କା କାଟି ନେଇଥିଲା। ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ ବୁଧବାର ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୋମବାର କ୍ଷେତରାଜପୁର ଥାନା ଅଞ୍ଚଳର ଆଉ ଜଣେ ମହିଳା ସମାନ ଭାବେ ସାଇବର୍‌ ଠକେଇର ଶିକାର ହୋଇଥିଲେ। ତାଙ୍କ ଆକାଉଣ୍ଟରୁ ଠକ ୫୭ ହଜାର ଟଙ୍କା କାଟି ନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe