ପେଟ୍ରୋଲ ପମ୍ପ କରାଇଦେବା ନାଁ’ରେ ଠକେଇ ମାମଲା: ୩ ଜଣଙ୍କୁ ଜେଲ୍‌ ଓ ଜରିମାନା

Advertisment

୧୭ ବର୍ଷ ପରେ ରାୟ ପ୍ରକାଶ, ଅଭିଯୁକ୍ତଙ୍କ ମଧ୍ୟରେ ଅନୁପ ବାବୁଙ୍କ ହତ୍ୟାକାରୀ

୧୭ ବର୍ଷ ପରେ ରାୟ ପ୍ରକାଶ, ଅଭିଯୁକ୍ତଙ୍କ ମଧ୍ୟରେ ଅନୁପ ବାବୁଙ୍କ ହତ୍ୟାକାରୀ

ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାରେ ୫ ବର୍ଷ କାରାଦଣ୍ଡାଦେଶ

କଣ୍ଟାମାଳ: ପେଟ୍ରୋଲ ପମ୍ପ୍‌ କରେଇ ଦେବା ନାଁ’ରେ ଠକେଇ ମାମଲାର ୧୭ ବର୍ଷ ପରେ ରାୟ ପ୍ରକାଶ ପାଇଛି। ଏହି ମାମଲାରେ ସଂପୃକ୍ତ ଥିବା ୩ ଜଣକୁ ମାନ୍ୟବର କଣ୍ଟାମାଳ କୋର୍ଟ ଜେଲ୍‌ ଓ ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୦୫ ମସିହାରେ ମନମୁଣ୍ଡାର ସ୍ବର୍ଗତ କାର୍ତ୍ତିକ ସାହୁଙ୍କୁ ପେଟ୍ରୋଲ ପମ୍ପ କରେଇ ଦେବାକୁ କହି ସମ୍ବଲପୁର ସହରର କୁଲଦୀପ ସିଂହ, ଗୌରାଙ୍ଗ ସାହୁ, ଚିତ୍ତରଞ୍ଜନ ନାୟକ, ସଞ୍ଜୟ ଘୋଷ ଓ ରୁଚିର ନାଏକ ମିଶି ତାଙ୍କଠାରୁ ୬ ଲକ୍ଷ ୮୦ ହଜାର ଟଙ୍କା ଠକି ନେଇଥିଲେ। ଏ ନେଇ କାର୍ତ୍ତିକ ମନମୁଣ୍ଡା ଥାନାରେ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ ହୋଇଥିଲା।

ଶନିବାର ଏହି ମାମଲାର ରାୟ ପ୍ରକାଶ ପାଇଛି। ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସତ୍ୟନାରାୟଣ ଦାସ ଘଟଣାରେ ସଂପୃକ୍ତ ଥିବା ୫ ଜଣଙ୍କ ମଧ୍ୟରୁ ୩ ଜଣ କୁଲଦୀପ ସିଂହ, ଗୌରାଙ୍ଗ ସାହୁ ଓ ଚିତ୍ତରଞ୍ଜନ ନାଏକଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଲେଖାଏଁ ଜେଲ ଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ମାସେ ଜେଲ ଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶଥାଉ କି, ଏହି ଠକେଇ ମାମଲାର ଅନ୍ୟତମ ଅଭିଯୁକ୍ତ ସଞ୍ଜୟ ଘୋଷ ସମ୍ବଲପୁରର ଅନୁପ ବାବୁ ହତ୍ୟା ମାମଲାରେ ସମ୍ବଲପୁର ଜେଲରେ ବିଚାରାଧୀନ କଏଦୀ ଭାବରେ ଥିବାବେଳେ ଅନ୍ୟତମ ଅଭିଯୁକ୍ତ ରୁଚିର ନାଏକ ବର୍ତ୍ତମାନ ସୁଦ୍ଧା ଫେରାର ଅଛି ବୋଲି ଅଦାଲତ ପକ୍ଷରୁ ସୂଚନା ମିଳିଛି। ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ କୈଳାସ ବାରିକ ଓ ନୀଳାମ୍ବର ପ୍ରଧାନ ଲଢୁଥିବା ବେଳେ ସରକାରଙ୍କ ପକ୍ଷରୁ ଫ୍ରିଡର ପିପି ସାଇ ରଞ୍ଜନ ମହାନନ୍ଦିଆ ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe