ଚାକିରି ଦେବା ନାଁରେ ଠକେଇ

Advertisment
ଚାକିରି ଦେବା ନାଁରେ ଠକେଇ

Kalinga TV

ସମ୍ବଲପୁର: ବୁର୍ଲା ଥାନା ସଦେଇପାଲିର ବିନୋଦ ଡନସନାଙ୍କ ପୁଅ ଲକ୍ଷ୍ମଣ ଡନସନାଙ୍କୁ ଟାଟା ପାଵାର୍‌ରେ ଚାକିରି କରେଇ ଦେବି କହି ଜଣେ ବ୍ୟକ୍ତି ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ବିନୋଦ ବୁର୍ଲା ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ବୁର୍ଲା ଅଞ୍ଚଳର ଜଣେ ବ୍ୟକ୍ତି ବିଦ୍ୟୁତ୍‌ ବିଭାଗରେ ହେଲ୍‌ପର ଭାବେ କାର୍ଯ୍ୟରତ ବୋଲି କହିବା ସହ ଲକ୍ଷ୍ମଣଙ୍କୁ ଚାକିରି କରାଇଦେବ ବୋଲି କହିଥିଲା। ସେଥିପାଇଁ ସେ ଗତ ଜୁନ୍‌୧୦ ତାରିଖ ଦିନ ୧୫ ହଜାର ଟଙ୍କା ମଧ୍ୟ ନେଇଥିଲା।

କିନ୍ତୁ ତାଙ୍କୁ ନା ଚାକିରି ଦେଇଥିଲେ ନାଁ ଟଙ୍କା ଫେରାଇଥିଲେ। ଠକ ବୋଲି ଜାଣିବା ପରେ ବିନୋଦ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe