ଶିକ୍ଷକ ନିଯୁକ୍ତି ନାଁରେ ଠକେଇ ଘଟଣା: ଜାଲ୍‌ ସଂସ୍ଥା କେଳେଙ୍କାରିର ଗୁମର ଖୋଲୁଛି

Advertisment

ଗଞ୍ଜାମରୁ ବି ଠକିନେଇଛି ୪.୯୯ ଲକ୍ଷ, ଗଜପତି ଜିଲ୍ଲାରୁ ନିଯୁକ୍ତି ପାଇଥିଲେ ୨୮୬୧ ଶିକ୍ଷକ

ଗଞ୍ଜାମରୁ ବି ଠକିନେଇଛି ୪.୯୯ ଲକ୍ଷ, ଗଜପତି ଜିଲ୍ଲାରୁ ନିଯୁକ୍ତି ପାଇଥିଲେ ୨୮୬୧ ଶିକ୍ଷକ

ଶିକ୍ଷକ ନିଯୁକ୍ତି ନାଁରେ ଠକେଇ  ଘଟଣା: ଜାଲ୍‌ ସଂସ୍ଥା କେଳେଙ୍କାରିର ଗୁମର ଖୋଲୁଛି

Verdict

ରା.ଉଦୟଗିରି: କରୋନା ମହାମାରୀର ପ୍ରାଦୁର୍ଭାବ ବେଳେ ଗ୍ରାମାଞ୍ଚଳରେ ଅନ୍‌ଲାଇନ୍ ଟ୍ୟୁସନ୍ ପାଠପଢ଼ା ଆଳରେ ଶିକ୍ଷକ ନିଯୁକ୍ତି ଦେଇ ଲକ୍ଷାଧିକ ଟଙ୍କା ଠକି ନେଇଛି ବିବେକାନନ୍ଦ ଚାରିଟେବୁଲ୍ ଟ୍ରଷ୍ଟ୍‌ ନାମକ ଜାଲ୍‌ ସଂସ୍ଥା। ଏହି ସଂସ୍ଥା ଗଜପତି ଜିଲ୍ଲାରୁ ୨୮୬୧ ଜଣଙ୍କୁ ଶିକ୍ଷକ ନିଯୁକ୍ତି ଦେଇ ସେମାନଙ୍କଠାରୁ ଅମାନତ ଜମାରାଶି ବାବଦରେ ଜଣକ ପିଛା ୧୫୫୦ ଟଙ୍କା କରି ୪୪ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏବେ ଗଞ୍ଜାମ ଜିଲ୍ଲାରୁ ବି ସମାନ ଅଭିଯୋଗ ଆସିଛି। ବିଭିନ୍ନ ମାଧ୍ୟମରେ ଶିକ୍ଷକଙ୍କୁ ନିଯୁକ୍ତି ଦେଇ ଏହି ଜିଲ୍ଲାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଜଣାପଡ଼ିଛି। ତେବେ ଗୋଟିଏ କି ଦୁଇଟି ଜିଲ୍ଲାରେ ନୁହେଁ; ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି ଜାଲ୍‌ ସଂସ୍ଥା ଶିକ୍ଷକ ନିଯୁକ୍ତି ନଁାରେ ଲକ୍ଷଲକ୍ଷ ଟଙ୍କା ଠକି ନେଇଥିବା ଅନୁମାନ କରାଯାଉଛି।

ଜଣଙ୍କଠାରୁ ଠକି ନେଇଥିବା ଅର୍ଥ ପରିମାଣ କମ୍‌ ବୋଲି ଜଣାପଡ଼ୁଥିଲେ ବି ଯଦି ସାରାରାଜ୍ୟରେ ଏହିଭଳି ଠକେଇ ହୋଇଥାଏ, ତା’‌ହେଲେ ଏହାର ପରିମାଣ ବହୁତ ଅଧିକ ହେବାର ଅନୁମାନ କରାଯାଉଛି। ମାତ୍ର, ଅଭିଯୋଗସତ୍ତ୍ବେ ପୁଲିସ କି ସାଇବର୍‌ ଥାନା ଏଦିଗରେ ପଦକ୍ଷେପ ଆରମ୍ଭ କରିନାହିଁ।

ହସ୍ତଗତ ସୂଚନା ଅନୁସାରେ, ଗଞ୍ଜାମର ପାତ୍ରପୁର ବ୍ଲକ୍‌ରେ ୩୦୦ ଜଣ ଶିକ୍ଷକ ଓ ୨୧ ଜଣ କ୍ଷେତ୍ର ଅଧିକାରୀ ଏବଂ ଜଣେ ବିପିଓଙ୍କୁ ନିଯୁକ୍ତି ଦେଇ ମୋଟ ୪ ଲକ୍ଷ ୯୯ ହଜାର ୧୦୦ ଟଙ୍କା ଠକି ନେଇଥିବା ସମ୍ପର୍କରେ ନୂଆ ତଥ୍ୟ ପଦାକୁ ଆସିଛି। କେବଳ ଏତିକି ନୁହେଁ, ରଙ୍ଗେଇଲୁଣ୍ଡା ବ୍ଲକ୍‌ରେ ମଧ୍ୟ ଏହି ସଂସ୍ଥା ୧୫ଜଣଙ୍କୁ ନିଯୁକ୍ତି ଦେଇଥିଲା। କିନ୍ତୁ କୌଣସି କାରଣରୁ ଏହି ପ୍ରକ୍ରିୟା ଅଟକିଯିବାରୁ ଅନ୍ୟମାନେ ଠକେଇରୁ ବର୍ତ୍ତିଯାଇଛନ୍ତି। କୌଣସି କାରଣରୁ ନିଯୁକ୍ତି ପ୍ରକ୍ରିୟା ଅଟକିଯିବାରୁ ସେମ‌ାନେ ବର୍ତ୍ତିଯାଇଥିବା ଜଣାପଡ଼ିଛି।

ଗଜପତି ଜିଲ୍ଲାର ସମୁଦାୟ ୨୮୬୧ ଜଣ ଶିକ୍ଷକଙ୍କ ଠାରୁ ୪୪ ଲକ୍ଷ ୩୬ ହଜାର ଟଙ୍କା ଠକେଇ ହୋଇଥିବା ସଂକ୍ରାନ୍ତରେ ଆଜି ‘ସମ୍ବାଦ’ରେ ସବିଶେଷ ରିପୋର୍ଟ ପ୍ରକାଶ ପାଇବା ପରେ ଧୀରେଧୀରେ ଏହି ଜାଲ୍‌ ସଂସ୍ଥାର ଗୁମର ଖୋଲିବାରେ ଲାଗିଛି। ‌ଜିଲ୍ଲାର ୧୩୯ କ୍ଷେତ୍ର ଅଧିକାରୀଙ୍କ ଚିନ୍ତା ଓ ଦୁର୍ଦ୍ଦଶା ବି ବଢ଼ିଯାଇଛି। ରା.ଉଦୟଗିରିରୁ ୧୭, ମୋହନାରୁ ୩୬, ନୂଆଗଡ଼ରୁ ୧୮, ରାୟଗଡ଼ରୁ ୨୦, ଗୁମ୍ମାରୁ ୨୦ ଓ କାଶୀନଗରରୁ ୧୨ଜଣ କ୍ଷେତ୍ର ଅଧିକାରୀଙ୍କ ଉପରେ ୮ଜଣ ବିପିଓଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଥିଲା। ଗଲା ତିନିମାସ ଧରି ଖଟିବା ପରେ ଟଙ୍କା ନ ମିଳିବାରୁ ସଭିଏଁ ବର୍ତ୍ତମାନ କ୍ଷେତ୍ର ଅଧିକାରୀମାନଙ୍କୁ ନିଜ ଟଙ୍କା ଫେରି ପାଇବା ପାଇଁ ଅଭିଯୋଗ କରିବାରେ ଲାଗିଛନ୍ତି। ରାଜ୍ୟର ଅନ୍ୟ ଜିଲ୍ଲା ଗୁଡ଼ିକରେ ମଧ୍ୟ ଏଭଳି ଶିକ୍ଷକ, କ୍ଷେତ୍ର ଅଧିକାରୀ ଓ ବିପିଓ ନିଯୁକ୍ତି ଦିଆଯାଇଥିବ‌େ ଅନୁମାନ କରାଯାଉଛି।

ଅନ୍ୟପକ୍ଷରେ, ନିଯୁକ୍ତିଦାତା ବୋଲାଉଥିବା ବିବେକାନନ୍ଦ ଚାରିଟେବୁଲ ଟ୍ରଷ୍ଟ୍ ମାଲିକ ଦ୍ରୁବଲ କୁମ୍ଭାରଙ୍କୁ ଭୁବନେଶ୍ୱର ଯାଇ ଖୋଜାଖୋଜି କରିବା ପରେ ମଧ୍ୟ କ୍ଷେତ୍ର ଅଧିକାରୀମାନେ ବିଫଳ ହୋଇଛନ୍ତି। ଭୁବନେଶ୍ୱର ଅଶୋକନଗର ସ୍ଥିତ ଇଣ୍ଡିଆନ ବ୍ୟାଙ୍କ୍ ଶାଖାରେ ଏମିତି ଏକ ନାମରେ ଖାତା ଖୋଲାଯାଇଥିଲା। ହେଲେ, ବର୍ତ୍ତମାନ ନା ସେ ଲୋକଙ୍କ ସମ୍ପର୍କରେ ଜଣାପଡ଼ୁଛି ନା ତାଙ୍କ ଠିକଣାରେ କାହାକୁ ଠାବ କରାଯାଇ ପାରୁଛି। ଫଳରେ , ଗଜପତି ଜିଲ୍ଲାର ସଂପୃକ୍ତ ସଂସ୍ଥା ଦ୍ବାରା ନିଯୁକ୍ତି ପାଇଥିବା ୧୩୯ଜଣ କ୍ଷେତ୍ର ଅଧିକାରୀଙ୍କ ମଧ୍ୟରେ ଭାଳେଣି ଖେଳିଯାଇଛି। ସେମାନେ ନିଜେ ୨ ଲକ୍ଷ ୧୫,୪୫୦ ଟଙ୍କାକେଇର ଶିକାର ହୋଇ ସମାନ ଅବସ୍ଥା ଭୋଗୁଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe