ହନୁମାନ ପଇସା ଦେଖାଇ ଲକ୍ଷେ ଟଙ୍କା ଠକେଇ, ୫ କୋର୍ଟଚାଲାଣ 

ହନୁମାନ ପଇସା ଦେଖାଇ ଲକ୍ଷେ ଟଙ୍କା ଠକେଇ, ୫ କୋର୍ଟଚାଲାଣ 

Snapdeal

ଝାରସୁଗୁଡ଼ା: ନକଲି ହନୁମାନ ପଇସା ଦେଖାଇ ଜଣେ ଠିକାଦାରଙ୍କଠାରୁ ୧ ଲକ୍ଷ ଟଙ୍କା ଠକି ନେଇଥିବା ୫ ଜଣ ଅଭିଯୁକ୍ତଙ୍କୁ ମଙ୍ଗଳବାର ପୁଲିସ୍‌ କୋର୍ଟଚାଲାଣ କରିଛି। ବିଦେଶରେ ହନୁମାନ ପଇସାର ମୂଲ୍ୟ ୬ ଗୁଣ ଥିବା କହି ଅଭିଯୁକ୍ତମାନେ ଠିକାଦାର ରବୀନ୍ଦ୍ର ଦାସଙ୍କଠାରୁ ଲକ୍ଷେ ଟଙ୍କା ଓ ମୋବାଇଲ ଲୁଟି ନେଇଥିବା ଅଭିଯୋଗ ହୋଇଥିଲା। ରବୀନ୍ଦ୍ରଙ୍କ ଘର କେନ୍ଦ୍ରାପଡ଼ାରେ ହୋଇଥିବା ବେଳେ ସେ ଝାରସୁଗୁଡ଼ାରେ ସିଭିଲ କଣ୍ଟ୍ରାକ୍ଟର ଭାବରେ କାର୍ଯ୍ୟ କରୁଥିଲେ। ଗତ ମାସ ୨୬ ତାରିଖ ଦିନ ଜଣେ ବ୍ୟକ୍ତି ଆସି ତାଙ୍କୁ ହନୁମାନ ପଇସା କିଣିବା ପାଇଁ ପ୍ରବର୍ତ୍ତାଇ ଥିଲା। ଲଇକେରାରେ ଜଣଙ୍କ ପାଖରେ ଥିବା ଏହି ହନୁମାନ ପଇସା ଲକ୍ଷେ ଟଙ୍କାରେ କିଣି ତାକୁ ୬ ଲକ୍ଷ ଟଙ୍କାରେ ବିକ୍ରି କରିବା ପାଇଁ ଯୋଜନା କରାଯାଇଥିଲା।

ଲୋଭରେ ପଡ଼ି ରବୀନ୍ଦ୍ର ତାଙ୍କ ପାଖରେ ଥିବା ୧ ଲକ୍ଷ ଟଙ୍କା ଧରି  ୫/୬ ଜଣ ଲୋକଙ୍କ ସହିତ କାରରେ ଲଇକେରା ଯିବାକୁ ବାହାରିଥିଲେ। ମାତ୍ର ଉକ୍ତ ବ୍ୟକ୍ତିମାନେ ତାଙ୍କ ଲଇକେରା ନ ନେଇ ଅନ୍ୟ ଏକ ଜଙ୍ଗଲୀ ରାସ୍ତାରେ ଅଟକାଇ ଧମକ ଚମକ ଦେଇ ଲକ୍ଷେ ଟଙ୍କା ଓ ମୋବାଇଲ ଲୁଟି ଫେରାର ହୋଇଯାଇଥିଲେ। ୨୭ ତାରିଖ ଦିନ ଏ ନେଇ ରବୀନ୍ଦ୍ର ଝାରସୁଗୁଡ଼ା ଟାଉନ ଥାନାରେ ଏତଲା ଦେଇଥିଲେ। ପୁଲିସ ଏକ ସ୍ବତନ୍ତ୍ର ଦଳ ଗଠନ କରି ତଦନ୍ତ ଆରମ୍ଭ କରିବା ପରେ ସୋମବାର ରାତିରେ ଅଭିଯୁକ୍ତମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ସେମାନେ ହେଲେ ଟିଙ୍କୁ ଜୁଡ଼ା (୩୨), ସୁନ୍ନି କୁମାର (୩୭), ଦଶରଥ ସୋରେଙ୍ଗ (୩୨), ମାଧବନ ମିଞ୍ଜ (୩୨) ଓ ହସନ ଖାନ୍‌(୪୪)। ସମସ୍ତ ଅଭିଯୁକ୍ତ ସୁନ୍ଦରଗଡ଼ ଜିଲ୍ଲାର ବୋଲି ପୁଲିସ୍ କହିଛି।

ସେମାନଙ୍କଠାରୁ ୨ଟି ନକଲି ହନୁମାନ ପଇସା, ଗୋଟିଏ କାର, ଗୋଟିଏ ବାଇକ୍‌, ଅଭିଯୋଗକାରୀଙ୍କଠାରୁ ଲୁଟ ହୋଇଥିବା ମୋବାଇଲ ସହିତ ଅଭିଯୁକ୍ତମାନଙ୍କ ୫ଟି ମୋବାଇଲ ପୁଲିସ ଜବତ କରିଛି। ଏ ନେଇ ଥାନା କେସ ନଂ. ୪୯୩/୨୨, ଆଇପିସିର ଦଫା ୩୯୨ ଓ ୪୨୦ରେ ମାମଲା ରୁଜୁ କରାଯାଇଥିବା ଆଇଆଇସି ସାବିତ୍ରୀ ବଳଙ୍କଠାରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe