ସମବାୟ ବ୍ୟବସ୍ଥାକୁ ଧୋକା: ‘ମାର୍କଫେଡ୍‌’ର ଅପମୃତ୍ୟୁ ଆଶଙ୍କା, ଧାନ ପରେ ସାର ନିୟନ୍ତ୍ରଣରୁ ବଞ୍ଚିତ

ସରକାର ଚାଷ ଓ ଚାଷୀଙ୍କର ବିକାଶ ପାଇଁ ବଜେଟ୍‌ରେ ଗୁରୁତ୍ବ ଦେଉଛନ୍ତି। ଏପରିକି ସମବାୟ ବ୍ୟବସ୍ଥାକୁ ବ୍ୟାପକ ଓ ସୁଦୃଢ କରିବାକୁ ବିଭିନ୍ନ ସମୀକ୍ଷା ଓ ପର୍ଯ୍ୟାଲୋଚନା ଚାଲିଛି। ଅଥଚ ଯୋଜନାକୁ କାର୍ଯ୍ୟକରିବା ‌କ୍ଷେତ୍ରରେ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି....

ଭାରତ-ନେପାଳ ସୀମାରେ ଚାଉଳ ଚୋରାଚାଲାଣ

ଭୁବନେଶ୍ବର: ସରକାର ଚାଷ ଓ ଚାଷୀଙ୍କର ବିକାଶ ପାଇଁ ବଜେଟ୍‌ରେ ଗୁରୁତ୍ବ ଦେଉଛନ୍ତି। ଏପରିକି ସମବାୟ ବ୍ୟବସ୍ଥାକୁ ବ୍ୟାପକ ଓ ସୁଦୃଢ କରିବାକୁ ବିଭିନ୍ନ ସମୀକ୍ଷା ଓ ପର୍ଯ୍ୟାଲୋଚନା ଚାଲିଛି। ଅଥଚ ଯୋଜନାକୁ କାର୍ଯ୍ୟକରିବା ‌କ୍ଷେତ୍ରରେ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଏବେ ଚାଷ ଓ ଚାଷୀଙ୍କ  ଉପରେ ବୋଝ ପାଲଟିବ ବୋଲି ଆଶଙ୍କା ସୃଷ୍ଟି କଲାଣି। ଯାହାର ଗୋଟିଏ ଉଦାହରଣ ହେଉଛି,  ମାର୍କଫେଡ୍‌ (ଓଡ଼ିଶା ରାଜ୍ୟ ସମବାୟ ବାଣିଜ୍ୟ ମହାସଂଘ ଲିମିଟେଡ୍)। ଚାଷୀଙ୍କୁ ସାର ଯୋଗାଣ ଦାୟିତ୍ବ ଏହି ସଂସ୍ଥା ହାତରୁ କାଢି ନିଆଯାଇଛି। ସମ୍ପୃକ୍ତ ସାର କମ୍ପାନିଗୁଡ଼ିକ ଏଣିକି ସିଧାସଳଖ ପାକ୍ସ ଜରିଆରେ ହିଁ ସାର ଯୋଗାଣ କରିବେ ବୋଲି ନିଷ୍ପତ୍ତି ହୋଇଛି। ଏହା ଦ୍ବାରା ଚାଷ ଓ ଚାଷୀଙ୍କୁ ଅଧିକ ସହଜ ହେବ ବୋଲି ଗୋଟିଏ ପକ୍ଷ ଦାବି କରୁଛନ୍ତି। ହେଲେ ଧାନମଣ୍ଡି କାରବାରରେ ଯେପରି ପାକ୍ସ ଓ ମିଲରଙ୍କ ଅସାଧୁମେଣ୍ଟ ଚାଷୀଙ୍କୁ ଶୋଷଣ କରୁଛନ୍ତି, ଆଗକୁ ସାର କମ୍ପାନି ଓ ପାକ୍ସଗୁଡ଼ିକ ଭିତିରି ବୁଝାମଣାରେ କଳାବଜାର ଓ କୃତ୍ରିମ ଅଭାବ ସ୍ଥିତି ସୃଷ୍ଟି କରାଯାଇ ଚାଷୀମାନଙ୍କୁ ଶୋଷଣ କରାଯାଇପାରେ। ଏଭଳି ଆଶଙ୍କା ଏବେ ଦୃଢୀଭୂତ ହେଲାଣି।

ଧାନ ପରେ ସାର ନିୟନ୍ତ୍ରଣରୁ ବଞ୍ଚିତ
ସାର କଳାବଜାର ବଢ଼ିପାରେ, ଶୋଷଣ ହୋଇପାରନ୍ତି ଚାଷୀ

ପ୍ରକାଶଥାଉକି, ଚାଷ ବିକାଶ ପାଇଁ ଓଡ଼ିଶା ରାଜ୍ୟ ସମବାୟ ବାଣିଜ୍ୟ ମହାସଂଘ ଲିମିଟେଡ୍ (ମାର୍କଫେଡ୍‌) ୧୯୪୯ରେ ପ୍ରତିଷ୍ଠା କରାଯାଇଥିଲା। ଶସ୍ୟ ଉତ୍ପାଦନ ପାଇଁ ଆବଶ୍ୟକ ବିହନ, ସାର, ଔଷଧ ପ୍ରଭୃତି ଯୋଗାଣ କରୁଥିବା ଏହି ସଂସ୍ଥା ଚାଷୀମାନଙ୍କ ସ୍ବାର୍ଥକୁ ସର୍ବଦା ଗୁରୁତ୍ବ ଦେଇଥାଏ।  ସରକାରଙ୍କର ସମବାୟ ବିଭାଗ ଏହାକୁ  ନିୟନ୍ତ୍ରଣ କରିଆସୁଛି। ଏମିତିରେ ବି 
ଓଡ଼ିଶାର ପଡ଼ୋଶୀ ରାଜ୍ୟ ଅର୍ଥାତ୍ ପଶ୍ଚିମବଙ୍ଗ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଭଳି କୃଷିଭିତ୍ତିକ ରାଜ୍ୟରେ ସମବାୟ ବ୍ୟବସ୍ଥାକୁ ସୁଦୃଢ କରାଯାଇଛି। ଧାନମଣ୍ଡି କାରବାରକୁ ସମବାୟ ବିଭାଗ ନିୟନ୍ତ୍ରଣ କରୁଛି। ଓଡ଼ିଶାରେ କିନ୍ତୁ ଧାନମଣ୍ଡି ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ) ପରିଚାଳନା କରୁଥିଲେ ହେଁ ଯୋଗାଣ ବିଭାଗ ନିୟନ୍ତ୍ରଣ କରୁଛି।  ଯୋଗାଣ ବିଭାଗ ଓ ସମବାୟ ସମିତିର କୌଣସି ସମ୍ପର୍କ ନାହିଁ। ଏଣୁ ଦୁଇଟି ଭିନ୍ନ ଭିନ୍ନ ବିଭାଗ ମଧ୍ୟରେ କୌଣସି ତାଳମେଳ ରହୁନଥିବାରୁ ଧାନମଣ୍ଡି କାରବାରରେ ପ୍ରତିବର୍ଷ ପ୍ରାୟ ଏକ ହଜାର କୋଟି କେଳେଙ୍କାରୀ ହେଉଥିବା ଅଭିଯୋଗ ହେଉଛି। ବିଗତ ବର୍ଷ ଭଳି ଏଥର ସରକାର ଯେତେ  ଉଦ୍ୟମ କଲେ ମଧ୍ୟ ଧାନମଣ୍ଡି କେଳେଙ୍କାରୀ ରୋକି ପାରିଲେ ନାହିଁ। ଅନ୍ୟ ରାଜ୍ୟଗୁଡ଼ିକରେ ଧାନମଣ୍ଡି କାରବାର ସମବାୟ ବିଭାଗ ଦ୍ବାରା ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। 

ଏବେ କିନ୍ତୁ ପୁଣି ଏକ ଷଡ଼୍‌ଯନ୍ତ୍ର ରଚନା କରାଯାଇଛି। ସମବାୟ ବ୍ୟବସ୍ଥାକୁ ରୁଗ୍‌ଣ କରିବାକୁ ଗୋଟିଏ ବର୍ଗ ବେଶ୍‌ ସକ୍ରିୟ ହୋଇଯାଇଛନ୍ତି। ସାର ଯୋଗାଣ ଦାୟିତ୍ବ ମାର୍କଫେଡ୍ ହାତକୁ କାଢି ନେବାକୁ ନିଷ୍ପତ୍ତି ନିଆଯାଇଛି। ସାର କିଣାବିକା ପାଇଁ ମାର୍କଫେଡ୍‌କୁ କର୍ପସ ପାଣ୍ଠି ବାବଦରେ ସରକାର ପ୍ରତି ବର୍ଷ ଯୋଗାଉଥିବା ୧୫୦କୋଟି ଟଙ୍କା ମଧ୍ୟ ଆଉ ଦିଆଯିବ ନାହିଁ। ଅର୍ଥାତ୍ ମାର୍କଫେଡ୍‌ର ୨ଶହ କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯିବ। ମାର୍କଫେଡ୍ ଜରିଆରେ ରବିରେ ମୁଗ, ବିରି, ଚିନାବାଦାମ ପ୍ରଭୃତି ନାମକୁ ମାତ୍ର କ୍ରୟ କରାଯାଉଛି। ଏହି ବାବଦରେ ୧ଶହ କୋଟି ଟଙ୍କା କର୍ପସ ପାଣ୍ଠି ଯୋଗାଣ ହେଉଛି। ମୁଗ, ବିରି, ଚିନାବାଦାମ ସରକାରୀ ମୂଲ୍ୟରେ ମଣ୍ଡି ଜରିଆରେ ବ୍ୟାପକ କରାଯାଉନାହିଁ। ଫଳରେ ଚାଷୀମାନେ ଶୋଷଣର ଶିକାର ହେଉଛନ୍ତି। ଅସାଧୁ ବେପାରୀ ଫାଇଦା ହାସଲ କରୁଛନ୍ତି। ମାର୍କଫେଡ୍‌ର କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରି ସାର, ବିହନ, ଔଷଧ ସମେତ ଧାନ କ୍ରୟଠାରୁ ଆରମ୍ଭ କରି ସମସ୍ତ ଚାଷ ଉତ୍ପାଦନ ସାମଗ୍ରୀ ସରକାରୀ ମୂଲ୍ୟରେ କ୍ରୟ ପାଇଁ ଦାୟିତ୍ବ ନ୍ୟସ୍ତ କରିବାକୁ ଚାଷୀମାନେ ଦାବି କରିଛନ୍ତି। ଏପରିକି ମାର୍କଫେଡ୍‌ର ନୂତନ ଗୃହ ପାଇଁ  ଅଟକାଇ ରଖାଯାଇଥିବା ୯୦କୋଟି ଟଙ୍କା ପ୍ରଦାନ କରିବାକୁ ଦାବି ହେଉଛି। ମ‌ାର୍କଫେଡ୍ କାର୍ଯ୍ୟକୁ ଅଧିକ ତ୍ବରାନ୍ବିତ କରାଯାଇପାରିଲେ ଚାଷ ଓ ଚାଷୀଙ୍କ ବିକାଶକୁ ଅଧିକ ସମୃଦ୍ଧ କରାଯାଇ ପାରିବ ବୋଲି ଏହି ମହଲ ମତ ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe