ଫନି ଘର ଭଙ୍ଗା ତାଲିକାରେ ଜାଲିଆତି ଅଭିଯୋଗ, ଏସ୍‌ଆର୍‌ସିଙ୍କୁ ଭେଟିଲେ ବିଜେପି ପ୍ରତିନିଧିଦଳ

Advertisment
ମଙ୍ଗୁଳି ଜେନାଙ୍କ ହତ୍ୟା ପଛରେ ରହିଛି ରାଜନୈତିକ ଉଦ୍ଦେଶ୍ୟ: ବିଜେପି

India Today

ଭୁବନେଶ୍ବର: ଫନି ପ୍ରଭାବିତ ୧୪ ଜିଲ୍ଲାରେ ପ୍ରକୃତ କ୍ଷତିଗ୍ରସ୍ତ ଲୋକ ବର୍ତ୍ତମାନ ସୁଦ୍ଧା କ୍ଷତିପୂରଣ ପାଇ ନାହାନ୍ତି। ବାତ୍ୟାରେ ଭାଙ୍ଗିଥିଲେ ବି ସରକାରୀ ତାଲିକାରେ ସେମାନଙ୍କ ନାମ ନ ଥିବାରୁ ଘରଭଙ୍ଗା କ୍ଷତିପୂରଣ ପାଇବା ତାଙ୍କ ପାଇଁ ସ୍ବପ୍ନ ହୋଇଛି। କିନ୍ତୁ ୧୪ଟି ଜିଲ୍ଲାରେ ପ୍ରସ୍ତୁତ ହୋଇଥିବା ୩ ଲକ୍ଷ ୮୯ ହଜାର ଘର ଭଙ୍ଗା ତାଲିକାରେ ବ୍ୟାପକ ଜାଲିଆତି କରାଯାଇଛି। ପ୍ରକୃତ ଘର ଭାଙ୍ଗିଥିବା କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣରୁ ବଞ୍ଚିତ କରାଯାଇ ଶାସକ ଦଳ ଦଳୀୟ ଭିତ୍ତିରେ ଘର ଭାଙ୍ଗି ନ ଥିବା ଲୋକଙ୍କୁ ତାଲିକାଭୁକ୍ତ କରିଛନ୍ତି। ବିଜେପି ପକ୍ଷରୁ ଆଜି ଏମିତି ଅଭିଯୋଗ ଅଣାଯାଇ ରାଜ୍ୟ ସ୍ବତନ୍ତ୍ର ରିଲିଫ୍ କମିସନର୍‌(ଏସ୍‌ଆର୍‌ସି) ପି କେ ଜେନାଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।  ସ୍ମାରକପତ୍ରରେ କୁହାଯାଇଛି, ୩ ଲକ୍ଷ ୮୯ ହଜାର ମଧ୍ୟରୁ ୧ ଲକ୍ଷ୮ ହଜାର ଘରକୁ ଗୁରୁତର କ୍ଷତି ଦର୍ଶାଇ ଘର ପିଛା ୯୫ ହଜାର ଟଙ୍କା ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିରେ ହିଁ ସର୍ବାଧିକ ଅନିୟମିତତା ହୋଇଛି। ଏହି କାରଣରୁ ଏହାର ପୁନଃ ତଦନ୍ତ କରାଯାଇ ୧୪ଟି ଜିଲ୍ଲାରେ ତହସିଲ୍‌ ୱାରୀ ସଂଶୋଧିତ ତାଲିକା ପ୍ରସ୍ତୁତ କରାଯାଉ। ଫଳରେ ପ୍ରକୃତ କ୍ଷତିଗ୍ରସ୍ତ ପରିବାର ନ୍ୟାୟ ପାଇପାରିବେ। ପୂର୍ବ ପ୍ରସ୍ତୁତ କ୍ଷତିଗ୍ରସ୍ତ ତାଲିକାକୁ ସାର୍ବଜନୀନ କରାଯିବା ସହ ପ୍ରକୃତ କ୍ଷତିଗ୍ରସ୍ତଙ୍କୁ ତାଲିକାଭୁକ୍ତ କରି ଘରଭଙ୍ଗା ଅର୍ଥ ପ୍ରଦାନ କରିବାକୁ ବିଜେପି ଦାବି କରିଛି। ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଓ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ବରେ ଯାଇଥିବା ପ୍ରତିନିଧି ଦଳରେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ସମ୍ପାଦକ କାଳନ୍ଦୀ ସାମଲ, ଦିଲ୍ଲୀପ ମଲ୍ଲିକ, ଗୋଲକ ମହାପାତ୍ର, ଶାରଦା ପ୍ରଧାନ ଓ ଟଙ୍କଧର ତ୍ରିପାଠୀ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe