ସରକାରୀ ବାବୁଙ୍କୁ ଚୂନ ଲଗାଇ ଚମ୍ପଟ

Advertisment
ଭଗାମୁଣ୍ଡାର ୪ ଦୋକାନରୁ ଚୋରି

ସାଂକେତିକ ଫଟୋ

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅଂଚଳର ତଥାକଥିତ ଜଣେ ଯୁବ ସ୍ବେଚ୍ଛାସେବୀଙ୍କୁ ନେଇ ଏବେ ମହାନଗରରେ ବେଶ୍‌ ଚର୍ଚ୍ଚା ଚାଲିଛି। ଏହି ସ୍ବେଚ୍ଛାସେବୀ ବାବୁ କାହାକୁ ବି ଛାଡ଼ି ନାହାନ୍ତି। ପୂର୍ବତନ ଜନପ୍ରତିନିଧିଙ୍କଠାରୁ ଆରମ୍ଭକରି ବରିଷ୍ଠ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସେ ଚୂନା ଲଗାଇ ଚମ୍ପଟ ମାରିଛନ୍ତି। କେବଳ ଓଏଏସ୍‌ ଅଫିସର ନୁହନ୍ତି, ଅପରାଧୀଙ୍କୁ ଧରୁଥିବା ପୁଲିସ ବାବୁ ବି ତାଙ୍କ ଜାଲରେ ପଡ଼ିଛନ୍ତି। ଜଣେ ଆଇଏଏସ୍‌ ଅଧିକାରୀଙ୍କ ନାମ ବି ଏହି ତାଲିକାରେ ରହିଥିବା ଚର୍ଚ୍ଚା ଚାଲିଛି। କାହାକୁ ଜମି କିଣିବା ପାଇଁ ତ ଆଉ କାହାକୁ ‌କୋଇଲା ବେପାର ଟଙ୍କା ବିନିଯୋଗ କରିବାର ଆଳ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ନେଇଛନ୍ତି। କାହାକୁ ପୁଣି ଅନ୍ୟ କୌଣସି ବ୍ୟବସାୟରେ ପୁଂଜି ନିବେଶ କରିବା କଥା କହି ଟଙ୍କା ନେଇଥିବା କହାଯାଉଛି। ସମସ୍ତଙ୍କଠାରୁ ମୋଟା ଅଙ୍କର ଅର୍ଥ ନେଇଥିବା ଜଣାପଡ଼ିଛି।

ଏହି ବାବୁ ଜଣକ ଆଗରୁ ବି ଏକ ଆର୍ଥିକ କାରବାର କରୁଥିବା  ଏକ ଘରୋଇ ସଂସ୍ଥା ସହିତ ସଂପୃକ୍ତ ଥିଲେ। ସଂପୃକ୍ତ ସଂସ୍ଥାର ବେପାର ବୁଡ଼ିବା ପରେ ସେ ନିଜକୁ ସମାଜସେବାରେ ସାମାୟିକ ଭାବେ ନି‌ୟୋଜିତ କରିଥିଲେ। ରାଜନେତାଙ୍କ ସହିତ ବି ତାଙ୍କର ବହୁତ ଭଲ ସଂପର୍କ ରହିଥିଲା। ତାଙ୍କର ଚର୍ଚ୍ଚିତ ବାହାଘରରେ ରାଜନେତାଙ୍କଠାରୁ ଆରମ୍ଭକରି ବଡ଼ ବଡ଼ ଅଧିକାରୀମାନଙ୍କୁ ବି ଦେଖିବାକୁ ମିଳିଥିଲା। ନିଜ ମିଠା ମିଠା କଥା ଓ ଉତ୍ତମ ବ୍ୟବହାର ବଳରେ ବିଭିନ୍ନ ବର୍ଗର ଅଫିସରମାନଙ୍କ ସହିତ ସଂପର୍କ ରଖିବାକୁ ସେ ସକ୍ଷମ ହୋଇଥିଲେ। ଆଉ ପରବର୍ତ୍ତୀ ସମୟରେ ସେ ଏହାର ବେଶ୍ ଫାଇଦା ବି ଉଠାଇଥିଲେ। ଅଧିକ ଲୋଭ ଆଶାରେ ଟଙ୍କା ବିନିଯୋଗ କରିଥିବା ଲୋକେ ଆଦୌ ଟଙ୍କା ଫେରି ନପାଇବା ପରେ ଏବେ ପସ୍ତେଇ ହେଉଛନ୍ତି। ତାଙ୍କୁ ଜୋର୍ ଦେଇ କହି ବି ପାରୁନଥିବା ଜଣାପଡ଼ିଛି। ‌ତେବେ, କେହି କେହି ଟଙ୍କା ମାଗିବା ଆରମ୍ଭ କରିବା ପରେ ସେ ଏବେ ସହର ଛାଡ଼ି ଅନ୍ୟତ୍ର ରହୁଥିବା କହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe