କେଓ୍ବାଇସି ଅପଡେଟ୍ ନାଁରେ ବିଦ୍ୟୁତ ଗ୍ରହକଙ୍କୁ ଠକେଇ, ସତର୍କ ରହିବାକୁ ଟିପିସିଓଡିଏଲର ପରାମର୍ଶ

ଦେଶରେ ବିଜୁଳି ଚାହିଦା ୨୪୦ ଗିଗାୱାଟ୍‌ ଛୁଇଁଲା

ORF

ଭୁବନେଶ୍ୱର: କେନ୍ଦ୍ରୀୟ ଓଡ଼ିଶା ଅଂଚଳରେ ବିଦ୍ୟୁତ ବିତରଣ ପାଇଁ ଟାଟା ପାୱାର୍ ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବୁସନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଗ୍ରାହକମାନଙ୍କୁ କେତେକ ଅସାଧୁ ତତ୍ୱମାନଙ୍କ ବିରୋଧରେ ପରାମର୍ଶବଳୀ ଜାରି କରାଯାଇଛି ଯେଉଁମାନେ କି ବିଦ୍ୟୁତ ଯୋଗାଣ ବିଚ୍ଛିନ୍ନ ନହେବାପାଇଁ କେୱାଇସି ଅପଡେଟ୍ କରିବା ବାର୍ତ୍ତା ପଠାଇ ଲୋକମାନଙ୍କୁ ଠକୁଛନ୍ତି  ।

ଅସାଧୁ ଉଦ୍ଦେଶ୍ୟ ରଖି ଏହି ବ୍ୟକ୍ତିମାନେ ଟିପିସିଓଡିଏଲର କୌଣସି ସ୍ୱୀକୃତି ବିନା ଗ୍ରାହକଙ୍କ ସହିତ ଯୋଡ଼ି ହେଉଛନ୍ତି । ଏସ୍ଏମ୍ଏସ୍ ଜରିଆରେ ଗ୍ରାହକମାନଙ୍କୁ ଧମକ ଦେଇ କୁହାଯାଉଛି ଯେ କେୱାଇସି ଅପଡେଟ୍ ନକଲେ ସେହି ଦିନ ରାତି ୯ଟା ୩୦ ମିନିଟରେ ବିଦ୍ୟୁତ ଯୋଗାଣ ବିଚ୍ଛିନ୍ନ ହୋଇଯିବ । ଏଥିସହିତ ଏକ ନିର୍ଦିଷ୍ଟ ଫୋନ୍ ନମ୍ବରରେ ବିଦ୍ୟୁତ ଅଫିସରଙ୍କୁ ଯୋଗାଯୋଗ କରିବାକୁ କୁହାଯାଉଛି ଯାହା ଟିପିସିଓଡିଏଲର କଷ୍ଟମର କେୟାର ନମ୍ବରଠାରୁ ଭିନ୍ନ ।

ଏଭଳି କୌଣସି ବାର୍ତା (ମେସେଜ୍)/ କଲ୍ ପ୍ରତି ପ୍ରତିକ୍ରିୟା ପ୍ରକାଶ କରିବା ବେଳେ ସବୁ ପ୍ରକାର ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବା ଲାଗି ଟିପିସିଓଡିଏଲ୍ ଏହାର ଗ୍ରାହକମାନଙ୍କୁ ପରାମର୍ଶ ଦେଇଛି । ଗ୍ରାହକଙ୍କୁ ନିଜର ପାସଓ୍ବାର୍ଜ, ଓଟିପି କିମ୍ବା ଅନ୍ୟ କୌଣସି ବ୍ୟକ୍ତିଗତ ସୂଚନା ଦେବା ଲାଗି କଂପାନି କେବେ ଗ୍ରାହକଙ୍କୁ କୁହେନାହିଁ । କର୍ମଚାରୀମାନଙ୍କ ବିଶ୍ୱସନୀୟତା ଯାଞ୍ଚ କରିବା ଲାଗି ଟିପିସିଓଡିଏଲ୍ ମିତ୍ର ଆପ୍ ବ୍ୟବହାର କରିବାକୁ କଂପାନି ଗ୍ରାହକମାନଙ୍କୁ ଉପଦେଶ ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe