ଭୁବନେଶ୍ବର: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍ ସେବା। ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ୍ ସେବା ମିଳିବ। ଦୂରତା କାରଣରୁ ଡ୍ରପ୍‌ଆଉଟ୍‌ ହ୍ରାସ କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଥିପାଇଁ ପରିବହନ ବିଭାଗକୁ ପ୍ରସ୍ତାବ ଦିଆଯାଇଥିଲା। ରାଜ୍ୟ ସରକାର ଏହାକୁ ଅନୁମୋଦନ ଦେଇଥିବା ବେଳେ ପରିବହନ ବିଭାଗ ପକ୍ଷରୁ ଦୁଇଦିନ ତଳେ ଏ ସଂପର୍କିତ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଏ ସଂପର୍କିତ ପତ୍ର ଜାରି ହୋଇଛି। 

Advertisment

Additional Security Deposit: ବିଦ୍ୟୁତ୍ ଗ୍ରାହକଙ୍କ ଉପରେ ଅତିରିକ୍ତ ସୁରକ୍ଷା ଜମାକୁ ବିରୋଧ କଲା କଂଗ୍ରେସ

ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତ ଅଗଷ୍ଟ ମାସରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ସ୍କୁଲକୁ ଯିବାଆସିବା ପାଇଁ ସହଜରେ ଗମନାଗମନ ସୁବିଧା କରିବା ଓ ଡ୍ରପ୍‌ ଆଉଟ୍‌ ହ୍ରାସ ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ବସ୍‌ରେ ଯାତ୍ରା ବେଳେ ଛାତ୍ରଛାତ୍ରୀ ୟୁନିଫର୍ମ ବା ଆଇଡି କାର୍ଡ ପିନ୍ଧିବେ। ଉଭୟ ଏସି ଓ ନନ୍‌ ଏସି ବସ୍‌ରେ ଏହି ସେବା ଲାଗୁ ହେବ। ଓଏସ୍‌ଆରଟିସି ପକ୍ଷରୁ ବର୍ତ୍ତମାନର ବସ୍‌ ରୁଟ୍‌ ଓ ସମୟରେ ସଂଶୋଧନ କରାଯିବ। ସର୍ବାଧିକ ସ୍କୁଲ ଥିବା ରାସ୍ତାକୁ ସଂଶୋଧିତ ରୁଟ୍‌ରେ ସାମିଲ୍ କରାଯିବ।

India Vs SriLanka T-20 : ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇଲା ଭାରତୀୟ ମହିଳା ଦଳ