ଜଙ୍ଗଲରେ ପଡ଼ିଛି କୋଟିଏ ଟଙ୍କାର ମାଗଣା ସାର, କୀଟନାଶକ

Advertisment
ଜଙ୍ଗଲରେ ପଡ଼ିଛି କୋଟିଏ ଟଙ୍କାର ମାଗଣା ସାର, କୀଟନାଶକ

ବ୍ରହ୍ମପୁୁର : କୃଷକ ଓ କୃଷିର ବିକାଶ ପାଇଁ କାହିଁ କେତେ ଯୋଜନା। ଏଥିପାଇଁ ରାଜ୍ୟ ସରକାର ପ୍ରତିବର୍ଷ ସ୍ୱତନ୍ତ୍ର ବଜେଟ୍‌ରେ ମାଗଣା ସାର ଓ କୀଟନାଶକ ଔଷଧ ଚାଷୀଙ୍କୁ ମାଗଣାରେ ଯୋଗାଇ ଦେବାକୁ ଗୁରୁତ୍ୱ ଦେଉଛନ୍ତି। ହେଲେ ଚାଷୀଙ୍କୁ ସାର ଓ କୀଟନାଶକ ଔଷଧ ବଣ୍ଟନ ଯୋଜନାରେ କିଭଳି ବାଟମରଣା ହେଉଛି ଏହାର ନଜିର୍‌ ଦେଖିବାକୁ ଚାଲିଛି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଂଜାମରେ। ଚାଷୀଙ୍କ କାମରେ ଏହା ନ ଲାଗି ଜଙ୍ଗଲରେ ପଡ଼ି ଖତ ଖାଉଛି। ଚାଷୀଙ୍କ ପାଇଁ କୃଷି ବିଭାଗକୁ ଆସିଥିବା ବହୁ ମାତ୍ରାରେ ସାର ପ୍ୟାକେଟ୍‌ (ଟୋଟାଲ୍‌ସ ଲିଥ୍‌ବର୍‌) ଓ କୀଟନାଶକ ଔଷଧ ଡବା ଭର୍ତି (ଆଚୁକ୍‌) କାର୍ଟୁନ୍‌କୁ ଆଜି ପାତ୍ରପୁର ବ୍ଳକର ଚୁଡ଼ିଆଲାଞ୍ଜି ଜଙ୍ଗଲରେ ପଡ଼ିଥିବା ଘଟଣା ସାମ୍ନାକୁ ଆସିଛି। ଲୋକଙ୍କ ନଜର ହଟାଇବା ଲାଗି ଚତୁରତାର ସହ ଜଙ୍ଗଲ ଭିତରେ ଫିଙ୍ଗା ଯାଇଥିବା ବସ୍ତା ବସ୍ତା ସାର ପକେଟ୍‌ ଓ କୀଟନାଶକ ଔଷଧ ଡବା ଭର୍ତି ପେଡ଼ି ଗୁଡ଼ିକୁ ନଡ଼ା ଘୋଡ଼ାଇ ଦିଆଯାଇଛି। ଏ ସମସ୍ତ ସାମଗ୍ରୀର ମୂଲ୍ୟ କୋଟିଏରୁ ଅଧିକ ହୋଇଥିବା ଅନୁମାନ କରାଯାଉଛି।

ଏହି ଘଟଣା ଆମ ନଜରକୁ ଆସିବା ପରେ ଗଂଜାମ ଜିଲ୍ଲା କୃଷି ଉପନିର୍ଦ୍ଦେଶକ ମନୋଜ ବେହେରାଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି, ଉଭୟ ହେଉଛି ଚାଷୀଙ୍କ ବ୍ୟବହାର ଉପଯୋଗୀ। ଏହା କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ମାଗଣାରେ ଯୋଗାଇ ଦିଆ ଯାଇଥିବା ବେଳେ ବର୍ଷ ସାରା ଉପଲବ୍ଧ ହୁଏ। ତେବେ କିଏ ଓ କେଉଁ ଭଳି ପରିସ୍ଥିତିରେ ଏତେ ମାତ୍ରାରେ ଏହି ସାର ଓ କୀଟନାଶକ ଜଙ୍ଗଲରେ ଫୋପାଡ଼ିଛି ଏହା ବିଭାଗକୁ ଜଣା ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe