ସବୁ ଗରିବଙ୍କୁ ମାଗଣା ଏଲ୍‌ପିଜି

Advertisment
ଉଜ୍ଜ୍ବଳା ଯୋଜାନାରେ ବଡ଼ ଧରଣର ଦୁର୍ନୀତି: ହିତାଧିକାରୀଙ୍କ ଅଜାଣତରେ ଗ୍ୟାସ୍ ସଂଯୋଗ

ନୂଆଦିଲ୍ଲୀ : ଦେଶର ସବୁ ଗରିବ ପରିବାରକୁ ମାଗଣାରେ ମିଳିବ ଏଲ୍‌ପିଜି। ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାରେ ଏହି ସୁବିଧା ପ୍ରଦାନ କରାଯିବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ସାମାଜିକ-ଅର୍ଥନୈତିକ ଜାତିଭିତ୍ତିକ ଜନଗଣନା (ଏସଇସିସି) ତାଲିକାରେ ନଥିବା ପରିବାର ବା ୭ଟି ବର୍ଗ ଯଥା ଅନୁସୂଚିତ ଜାତି/ଜନଜାତି ପରିବାର, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ହିତାଧିକାରୀ, ଅନ୍ତ୍ୟୋଦୟ ଅନ୍ନ ଯୋଜନାର ହିତାଧିକାରୀ, ବନବାସୀ, ସର୍ବାଧିକ ପଛୁଆ ବର୍ଗ (ଏମ୍‌ବିସି), ଚା’ ବଗିଚା‌ର ବର୍ତ୍ତମାନ ଓ ପୂର୍ବତନ ଆଦିବାସୀ, ଦ୍ବୀପା˚ଚଳ/ନଦୀ ଦ୍ବୀପା˚ଚଳରେ ରହୁଥିବା ଅଧିବାସୀ ଯେଉଁମାନଙ୍କ ନାମ ସାମାଜିକ-ଅର୍ଥନୈତିକ ଜାତିଭିତ୍ତିକ ଜନଗଣନା ତାଲିକାରେ ନାହିଁ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ଅଧୀନରେ ସାମିଲ କରାଯିବାକୁ ବାରଣ କରାଯାଇଥିଲା। ତେବେ ଏଥିରେ ପରିବର୍ତନ ପାଇଁ ବିଭିନ୍ନ ଆଡ଼ୁ ପ୍ରସ୍ତାବ ଆସିବା ପରେ ସରକାର ନିୟମ ବଦଳାଇଛନ୍ତି। ଏଣିକି ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାରେ ଏଲ୍‌ପିଜି ସ˚ଯୋଗ ପାଇପାରି ନଥିବା ଏସବୁ ପରିବାରଗୁଡ଼ିକ ଆବଶ୍ୟକ କାଗଜପତ୍ର ଦେଖାଇବା ପରେ ଯୋଗ୍ୟତା ସର୍ତ୍ତାବଳୀ ଅନୁଯାୟୀ ଏଲପିଜି ସ˚ଯୋଗ ପାଇପାରିବେ। କେନ୍ଦ୍ର ପେଟ୍ରୋଲିୟମ ଏବ˚ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ‌ଏ ନେଇ ଏକ ପ୍ରସ୍ତାବ ଦେଇଥିଲା ଯାହାକୁ ଆଜିର ବୈଠକରେ ମଞ୍ଜୁରି ମିଳିଛି।

ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ୨୦୧୬ ମେ ପହିଲାରେ ଆରମ୍ଭ ହୋଇଥିଲା। ଏହା ଅଧୀନରେ ଗରିବ ପରିବାରଗୁଡ଼ିକୁ ମାଗଣା ଏଲ୍‌ପିଜି ସ˚ଯୋଗ ଯୋଗାଇ ଦିଆଯାଉଥିଲା। ପ୍ରତି ସ˚ଯୋଗ ପିଛା ଭାରତ ସରକାରଙ୍କ ପକ୍ଷରୁ ୧୬୦୦ ଟଙ୍କାର ନଗଦ ସହାୟତା ଏବ˚ ତୈଳ ବିପଣନ କମ୍ପାନିଗୁଡ଼ିକ ପକ୍ଷରୁ ଚୁଲା ଏବ˚ ପ୍ରଥମ ଥର ପାଇଁ ଗ୍ୟାସ ଭର୍ତ୍ତି ନିମନ୍ତେ ସୁଧମୁକ୍ତ ଋଣ ଯୋଗାଇ ଦିଆଯାଉଛି। ଏହି ଯୋଜନାରେ ବର୍ତମାନ ସୁଦ୍ଧା ୫.୮୬ କୋଟିରୁ ଅଧିକ ଏଲ୍‌ପିଜି ସ˚ଯୋଗ ଯୋଗାଇ ଦିଆଯାଇସାରିଲାଣି। ଏମାନଙ୍କ ମଧ୍ୟରୁ ୪୮%ରୁ ଅଧିକ ହିତାଧିକାରୀ ଏସସି/ଏସଟି ବର୍ଗର। ଦେଶରେ ୮ କୋଟି ଏଲ୍‌ପିଜି ସ˚ଯୋଗ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି। କ୍ୟାବିନେଟ୍ ଏହି ପ୍ରସ୍ତାବକୁ ଅନୁମୋଦନ ଦେବା ପରେ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe