ଗଡ଼ିଲା ପଞ୍ଚମ ତୀର୍ଥଯାତ୍ରୀ ଟ୍ରେନ୍‌

Advertisment

ସଚିବାଳୟରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସଚିବାଳୟରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଗଡ଼ିଲା ପଞ୍ଚମ ତୀର୍ଥଯାତ୍ରୀ ଟ୍ରେନ୍‌

ଭୁବନେଶ୍ୱର : ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ନେଇ ପଞ୍ଚମ ତୀର୍ଥ ଯାତ୍ରୀ ଟ୍ରେନ୍‌ ଆଜି ବାହାରିଛି। ବ୍ରହ୍ମପୁର ରେଳଷ୍ଟେସନ୍‌ ଛାଡ଼ିଥିବା ଏହି ଟ୍ରେନ୍‌ ତିରୁପତି ଓ ଭେଲୋର ଅଭିମୁଖେ ଯାଇଛି। ପ୍ରାୟ ଏକ ହଜାର ବରିଷ୍ଠ ନାଗରିକ ଏଥିରେ ଯାଇଛନ୍ତି। ସଚିବାଳୟରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାତ୍ରାର ଶୁଭାରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇବା ସହ ଜୟ ଜଗନ୍ନାଥ କହିଥିଲେ।

ସୂଚନାଯୋଗ୍ୟ ଯେ ୨୦୧୬ ଜୁଲାଇ ମାସରେ ଆରମ୍ଭ ହୋଇଥିଲା ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା। ଚାରିଟି ପର୍ଯ୍ୟାୟରେ ପ୍ରାୟ ୪ ହଜାର ଯାତ୍ରୀ ଆହ୍ଲାବାଦ, ବାରଣାସୀ, ହରିଦ୍ୱାର, ପୁଷ୍କର ଓ ଆଜମେର ଆଦି ସ୍ଥାନକୁ ତୀର୍ଥ ଯାତ୍ରାରେ ଯାଇଛନ୍ତି।

ଆଜି ସଚିବାଳୟରେ ଏହି କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ ଓ ପର୍ଯ୍ୟଟନ ବିଭାଗ ସଚିବ ମୋନା ଶର୍ମା ଉପସ୍ଥିତ ଥିଲେ। ସେହିପରି ବ୍ରହ୍ମପୁର ରେଳଷ୍ଟେସନ୍‌ରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ଯୋଜନା ଓ ସଂଯୋଜନ ମନ୍ତ୍ରୀ ଉଷା ଦେବୀ ଓ ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚାଉପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe