ଅଣଅନୁଦାନପ୍ରାପ୍ତ ସ୍କୁଲ୍‌ରେ ସାନିଟାରି ନାପ୍‌କିନ୍‌ ଦିଆଯାଉ

ବିଧାନସଭାରେ ଉଠିଲା ଦାବି

ଅଣଅନୁଦାନପ୍ରାପ୍ତ ସ୍କୁଲ୍‌ରେ ସାନିଟାରି ନାପ୍‌କିନ୍‌ ଦିଆଯାଉ

ଭୁବନେଶ୍ୱର : ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ପଢ଼ୁଥିବା ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଙ୍କୁ ସାନିଟାରି ନାପ୍‌କିନ୍‌ ଯୋଗାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଅଣଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ବି ଲକ୍ଷାଧିକ ପିଲା ପଢ଼ୁଛନ୍ତି। ସେମାନଙ୍କ କଥା ବି ସରକାର ଚିନ୍ତା କରନ୍ତୁ। ସେଠାରେ ମଧ୍ୟ ଛାତ୍ରୀଙ୍କୁ ମାଗଣାରେ ସାନିଟାରି ନାପ୍‌କିନ୍‌ ଦେବାର ବ୍ୟବସ୍ଥା କରାଯାଉ।

ଆଜି ବିଧାନସଭାର ପ୍ରଶ୍ନକାଳରେ ସବୁ ଦଳର ବିଧାୟକ ଏହି ଦାବି ଉଠାଇଥିଲେ। ତେବେ ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କୌଣସି ପ୍ରତିଶ୍ରୁତି ଦେଇ ନ ଥିଲେ। ସେ କହିଥିଲେ, ଅଣଅନୁଦାନପ୍ରାପ୍ତ ସ୍କୁଲ୍‌ ପାଇଁ କୌଣସି ନିଷ୍ପତ୍ତି ସରକାର ଏ ଯାଏଁ ନେଇ ନାହାନ୍ତି। କମ୍ୟୁନିଟି ମାଧ୍ୟମରେ କମ୍‌ ଦରରେ ସାନିଟାରି ନାପ୍‌କିନ୍‌ ଯୋଗଇବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ତେଣୁ ଛାତ୍ରୀମାନେ ସେଠାରୁ ସୁବିଧା ନେଇପାରିବେ। ପରବର୍ତ୍ତୀ ସମୟରେ ସରକାର ଅଣଅନୁଦାନପ୍ରାପ୍ତ ସ୍କୁଲ୍‌ ସମ୍ପର୍କରେ ବିଚାର କରିବେ।

ସାନିଟାରି ନାପ୍‌କିନ୍‌ର ଗୁଣାତ୍ମକ ମାନ ସଂକ୍ରାନ୍ତୀୟ ପ୍ରଶ୍ନରେ ମନ୍ତ୍ରୀ କହିଥିଲେ, ଟେଣ୍ଡର୍‌ ଜରିଆରେ ଏହା କିଣାଯିବ। ସର୍ବୋତ୍ତମ ଜିନିଷ ନିଶ୍ଚିତ ଯୋଗାଇଦିଆଯିବ। ଏହି ପ୍ରସଙ୍ଗରେ ଭୁଜବଳ ମାଝୀଙ୍କ ମୂଳ ପ୍ରଶ୍ନ ଉପରେ ଅତିରିକ୍ତ ପ୍ରଶ୍ନ କରିଥିଲେ ଦିବ୍ୟଶଙ୍କର ମିଶ୍ର, ଦେବେନ୍ଦ୍ର ଶର୍ମା, ସମୀର ଦାଶ, ନବକିଶୋର ଦାସ ଓ ଜ୍ୟୋତି ପାଣିଗ୍ରାହୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe