ବାତ୍ୟାକାଳୀନ ଏସ୍‌ଏମ୍‌ଏସ୍‌ ଦେୟମୁକ୍ତ

Advertisment

ହେଲ୍‌ପ୍‌ ଲାଇନ୍ ନମ୍ବର ଜାରି କଲେ ତୈଳ କମ୍ପାନି

ହେଲ୍‌ପ୍‌ ଲାଇନ୍ ନମ୍ବର ଜାରି କଲେ ତୈଳ କମ୍ପାନି

ବାତ୍ୟାକାଳୀନ ଏସ୍‌ଏମ୍‌ଏସ୍‌ ଦେୟମୁକ୍ତ

Maps of India

ଭୁବନେଶ୍ବର : ସାମୁଦ୍ରିକ ବାତ୍ୟା ସଂପର୍କରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଇତି ମଧ୍ୟରେ ଏକ କୋଟିରୁ ଅଧିକ ସଂଖ୍ୟକ ଏସ୍‌ଏମ୍‌ଏସ୍‌ ବାର୍ତା ପଠାଯାଇଛି। କିନ୍ତୁ ଏଥିପାଇଁ ବିଏସ୍‌ଏନ୍‌ଏଲ୍‌ ଶୁଳ୍କ ନେଉଛି। ଏହାକୁ ଦେୟମୁକ୍ତ କରିବା ନେଇ ପଦକ୍ଷେପ ନେବାକୁ ଆଜି ମୁଖ୍ୟ ଶାସନ ସଚିବ କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କୁ ଅନୁରୋଧ କରିଥିଲେ। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇ ଏସ୍‌ଏମ୍‌ଏସ୍‌କୁ ଦେୟମୁକ୍ତ କରାଯିବ ବୋଲି କ୍ୟାବିନେଟ୍‌ ସଚିବ ଜଣାଇଥିଲେ।

ହେଲ୍‌ପ୍‌ ଲାଇନ୍ ନମ୍ବର ଜାରି କଲେ ତୈଳ କମ୍ପାନି

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ତୈଳ କମ୍ପାନିଗୁଡ଼ିକ ପକ୍ଷରୁ ଏକ ହେଲ୍‌ପ୍‌ ଲାଇନ୍ ନମ୍ବର ଜାରି କରାଯାଇଛି। ବାତ୍ୟା ପ୍ରଭାବିତ ଅଞ୍ଚଳରେ ଯେପରି ତୈଳ ଯୋଗାଣ ବାଧାପ୍ରାପ୍ତ ନ ହୁଏ, ସେଥି ପାଇଁ କୌଣସି ସମସ୍ୟା ସୃଷ୍ଟି ହେଲେ ଏହି ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି। ଭୁବନେଶ୍ବରସ୍ଥିତ ଇଣ୍ଡିଆନ୍ ଅଏଲ୍‌ ଭବନରେ ଖୋଲାଯାଇଥିବା ଏହି ହେଲ୍‌ପ୍‌ ଲାଇନ୍ ନମ୍ବର ରହିଛି ୦୬୭୪-୨୭୪୫୮୬୧।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe