ସ୍ୱାଧୀନତା ସଂଗ୍ରାମୀ ବୈଦେହୀ ପଣ୍ଡା ଅସୁସ୍ଥ; ହସ୍ପିଟାଲରେ ଭର୍ତ୍ତି

Advertisment
ସ୍ୱାଧୀନତା ସଂଗ୍ରାମୀ ବୈଦେହୀ ପଣ୍ଡା ଅସୁସ୍ଥ; ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି  ସ୍ୱାଧୀନତା ସଂଗ୍ରାମୀ ବୈଦେହୀ ପଣ୍ଡା । ଆଚାର୍ଯ୍ୟ ବିନୋବା ଭାବେଙ୍କ ପାଇଲଟ୍‌ ଭାବେ ସୁପରିଚିତ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୈଦେହୀ ପଣ୍ଡା ଭୁବନେଶ୍ୱରର ହାଇଟେକ୍‌ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଗତ ମାସରେ ତାଙ୍କ ଗୋଡରେ ଅସ୍ତ୍ରୋପଚାର ପରେ ସେ ଶଯ୍ୟାଶୟୀ ହୋଇଥିବା ୮୬ବର୍ଷୀୟା ବୈଦେହୀ ମାଆ ଧିକ ଚିକିତ୍ସା ନିମନ୍ତେ ଗତ ତିନିଦିନ ହେଲା ହାଇଟେକ୍‌ ମେଡିକାଲ୍‌ କଲେଜର କ୍ୟାବିନ୍‌ ନମ୍ବର ୩୧୧ରେ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ମାତ୍ର ୧୩ବର୍ଷ ବୟସରେ ମାଆ ରମାଦେବୀ ଚୌଧୁରୀଙ୍କ ସହିତ ଜଡ଼ିତ ହୋଇଥିବା ବୈଦେହୀ ମାଆ ମହାତ୍ମାଗାନ୍ଧୀଙ୍କ ସହିତ ତାଙ୍କ ଆଶ୍ରମରେ କାର୍ଯ୍ୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe