ସ୍ବାଧୀନତା ସଂଗ୍ରାମୀ ଭବାନୀ ପଟ୍ଟନାୟକଙ୍କ ଚିକିତ୍ସା ଜାରି

ସ୍ବାଧୀନତା ସଂଗ୍ରାମୀ ଭବାନୀ ପଟ୍ଟନାୟକଙ୍କ ଚିକିତ୍ସା ଜାରି

ଭୁବନେଶ୍ବର : ଅସୁସ୍ଥତା କାରଣରୁ ଗତକାଲି କ୍ୟାପିଟାଲ ହସ୍ପିଟାଲରେ ଭର୍ତି ହୋଇଥିବା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଭବାନୀ ପଟ୍ଟନାୟକଙ୍କ ଚିକିତ୍ସା ଜାରି ରହିଛି। ଆଜି ତାଙ୍କର ସିଟି ସ୍କାନ୍ ଓ ଇକୋ ପରୀକ୍ଷା ପାଇଁ ଯୋଜନା ହୋଇଥିଲେ ହେଁ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ଅବନତି ଯୋଗୁଁ ଏହି ପରୀକ୍ଷା ହୋଇପାରିନାହିଁ। ଆଗକୁ ଏହି ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି। ରିପୋର୍ଟ ଲେଖା ହେବା ବେଳକୁ ଶ୍ରୀ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି।

ଆଜି କଟକସ୍ଥିତ ଏସ୍‌ସିବିରୁ ବରିଷ୍ଠ ଡାକ୍ତରଙ୍କ ସହିତ କ୍ୟାପିଟାଲ ହସ୍‌ପିଟାଲ ଡାକ୍ତରଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ଏଥିରେ ତାଙ୍କର ଚିକିତ୍ସା ଜାରି ରଖିବା ପାଇଁ ନିଷ୍ପତ୍ତି ହୋଇଥିଲା। ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ନିମାପଡ଼ା ସହିଦ ସ୍ମୃତି ସଂସଦ ସମ୍ପାଦକ ବେଣୁଧର ସେନାପତି କ୍ୟାପିଟାଲ ହସ୍‌ପିଟାଲ ଯାଇ ଶ୍ରୀ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ଏହି ସମୟରେ ଓ ଶ୍ରୀ ପଟ୍ଟନାୟକଙ୍କ ଦୁଇ ପୁଅ ଉପସ୍ଥିତ ଥିଲେ।

ଉଲ୍ଲେଖ‌ଯୋଗ୍ୟ, ଶ୍ରୀ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ କ୍ୟାପିଟାଲ ହସ୍ପିଟାଲରେ ୫ଜଣିଆ ଏକ ଡାକ୍ତରୀ ଦଳ ଗଠନ କରାଯାଇଛି। ଏହି ଡାକ୍ତରୀ ଦଳ ତାଙ୍କ ଉପରେ ନଜର ରଖୁଛନ୍ତି। ଏହାସହ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଗତକାଲି ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe