ସ୍ବାଧୀନତା ସଂଗ୍ରାମୀ ନୀଳମଣି ଗୁରୁତର ଅସୁସ୍ଥ

Advertisment
ସ୍ବାଧୀନତା ସଂଗ୍ରାମୀ ନୀଳମଣି ଗୁରୁତର ଅସୁସ୍ଥ

ଚଣ୍ଡିଖୋଲ: ବୟସାଧିକ୍ୟ କାରଣରୁ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ (୧୦୧ ବର୍ଷ) ଗୁରୁତର ଅସୁସ୍ଥ। ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସମିତି ସଭାପତି ଥିବା ବଡ଼ଚଣା ବ୍ଲକ୍‌ ବାଲିପଡ଼ିଆ ଗ୍ରାମର ନୀଳମଣି ସାମଲ ଅସୁସ୍ଥ ଥିବା ଖବରପାଇ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ବ୍ୟବସ୍ଥା କରିଛନ୍ତି। ଜିଲ୍ଲାପାଳଙ୍କ ପରାମର୍ଶରେ ୧୦୮ ଆମ୍ବୁଲାନ୍ସ ଯୋଗେ ଶ୍ରୀ ସାମଲଙ୍କୁ ତାଙ୍କ ବାସଭବନରୁ ଆଜି ସନ୍ଧ୍ୟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି। ଏବେ ସେ ଆଇସିୟୁରେ ରହିଥିବା ତାଙ୍କ ପୁତ୍ର ଚନ୍ଦ୍ରକାନ୍ତ ସାମଲ ସୂଚନା ଦେଇଛନ୍ତି। ତାଙ୍କ ଅସୁସ୍ଥତା ଖବର ପାଇ ବିଧାୟକ ଅମର ପ୍ରସାଦ ଶତପଥୀ ସିଡିଏମ୍‌ଓଙ୍କ ସହିତ ଫୋନ ଯୋଗେ ଚିକିତ୍ସା ସମ୍ପର୍କରେ ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe