ଆରପାରିରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲ, କଟକରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ

ଆରପାରିରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲ, କଟକରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ

କଟକ: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ୧୦୨ ବର୍ଷ ବୟସରେ ଦେହାନ୍ତ ହୋଇଛି। କଟକ ବଡ଼ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ବୟସାଧିକ୍ୟ କାରଣରୁ ସେ ଗତ ୨୪ ତାରିଖ ଠାରୁ ମେଡିସିନ ବିଭାଗର ଆଇସିୟୁରେ ୩ ଦିନ ଧରି ଚିକିତ୍ସିତ ହେଉଥିଲେ। ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ ସ୍ବାଧୀନତା ସଂଗ୍ରାମୀ ରାଜ୍ୟ ସଭାପତି ଥିଲେ।

ସ୍ବର୍ଗତ ନୀଳମଣି ସାମଲ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌ ବାଲିପଡ଼ିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସ୍ୱାଧୀନତା ସଂଗ୍ରାମ ବେଳେ ସେ ୩ ବର୍ଷ ଜେଲରେ ରହିଥିଲେ। ଏହାସହ ସେ ଦୁଇଥର ରାଷ୍ଟ୍ରପତି ପୁରସ୍କାର ମଧ୍ୟ ପାଇଥିଲେ। 

ସୂଚନାଯୋଗ୍ୟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ ଗୁରୁତର ଅସୁସ୍ଥ ହେବା ପରେ ଗତ ୨୪ ତାରିଖ ଦିନ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ବ୍ୟବସ୍ଥା କରିଥିଲେ। ଜିଲ୍ଲାପାଳଙ୍କ ପରାମର୍ଶରେ ୧୦୮ ଆମ୍ବୁଲାନ୍ସ ଯୋଗେ ଶ୍ରୀ ସାମଲଙ୍କୁ ତାଙ୍କ ବାସଭବନରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ପରେ କଟକ ସ୍ଥାନାନ୍ତରିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe