ସ୍ୱାଧୀନତା ସଂଗ୍ରାମୀ ପୂର୍ଣ୍ଣଚନ୍ଦ୍ର ପରିଜାଙ୍କ ପରଲୋକ

ସ୍ୱାଧୀନତା ସଂଗ୍ରାମୀ ପୂର୍ଣ୍ଣଚନ୍ଦ୍ର ପରିଜାଙ୍କ ପରଲୋକ

କଟକ : ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ନେତା, କବି ଚୌଧୁରୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ପରିଜାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିବା ବେଳେ ଆଜି ହରିପୁରସ୍ଥିତ ବାସଭବନରେ ଅପରାହ୍ନ ୩ଟାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଶେଷ ଶଯ୍ୟା ନିକଟରେ ତାଙ୍କର ପୁଅ, ବୋହୂ, ପରିବାରର ଅନ୍ୟ ସଦସ୍ୟ, ବଂଧୁ ଉପସ୍ଥିତ ଥିଲେ। ତାଙ୍କର ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାରରେ କରାଯାଇଛି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ଭଟଗ୍ରାମରେ ୧୯୨୧, ଅକ୍ଟୋବର ୧୬ ତାରିଖରେ ଜନ୍ମିତ ପୂର୍ଣ୍ଣଚନ୍ଦ୍ର ୧୯୩୭ରେ ବାନରସେନାରେ ଯୋଗ ଦେଇଥିଲେ। ନବକୃଷ୍ଣ ଚୌଧୁରୀଙ୍କ ଅନୁଗାମୀ ଭାବେ କାର୍ଯ୍ୟ କରିବା ସହ ପୂର୍ବତନ ବାଚସ୍ପତି ରବି ରାୟ, ଯୁଧିଷ୍ଠିର ଦାସ, କିଶାନ ପଟ୍ଟନାୟକଙ୍କର ଅନ୍ତରଙ୍ଗ ବନ୍ଧୁ ଥିଲେ। ସେ ପରବର୍ତ୍ତୀ ସମୟରେ ଡକ୍ଟର ରାମମନୋହର ଲୋହିଆଙ୍କ ନେତୃତ୍ୱାଧୀନ ସଂଯୁକ୍ତ ସୋସିଆଲିଷ୍ଟ ପାର୍ଟିରେ ସାମିଲ ହୋଇଥିଲେ। ହାତକଡି, ଗରିବୀ ଥାଉ, ସେଇଠି ଥାଅ, ଭଳି ଅନେକ ଲୋକପ୍ରିୟ କବିତା ପୁସ୍ତକ ରଚନା କରିଥିଲେ।

ଡାକ୍ତର ପରିଜାଙ୍କ ବିୟୋଗରେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଗଭୀର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତ ପରିଜାଙ୍କୁ ଜଣେ ମହାନ ବିପ୍ଳବୀ ତଥା ବିଶିଷ୍ଟ ସମାଜବାଦୀ ଭାବେ ବର୍ଣ୍ଣନା କରିଛନ୍ତି। ଆଡଭୋକେଟ ଗୁରୁ ମହାନ୍ତି, ଡାକ୍ତର ରବିରଂଜନ ସାହୁ, ପୂର୍ବତନ ବିଧାୟକ ରାଜେନ୍ଦ୍ର ସିଂହ, ବୈଷ୍ଣବ ଦାସ, ରବିନ୍ଦ୍ର ମହାନ୍ତି, ପ୍ରଭାସ ସେଠୀ, ଲକ୍ଷ୍ମୀପ୍ରିୟା ମହାନ୍ତି, ଚିତ୍ତରଂଜନ ମହାନ୍ତି, ରମେଶ ଅଲ୍ଲୀ ବେସାନ୍ତ, ଆଡଭୋକେଟ ଶିଶିର ଦାସ ପ୍ରମୁଖ ସ୍ୱର୍ଗତ ପରିଜାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe