ସ୍ୱାଧୀନତା ସଂଗ୍ରାମୀ ରାଓଜୀ ଭାଇ ରାଠୋରଙ୍କ ପରଲୋକ

Advertisment
ସ୍ୱାଧୀନତା ସଂଗ୍ରାମୀ ରାଓଜୀ ଭାଇ ରାଠୋରଙ୍କ ପରଲୋକ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍‌ ନିବାସୀ ସ୍ବାଧୀନତା ସଂଗ୍ରାମୀ ରାଓଜୀ ଭାଇ ରାଠୋରଙ୍କ (୯୯ ବର୍ଷ)ଙ୍କ ତାଙ୍କ ବାସଭାବନରେ ପରଲୋକ ହୋଇଯାଇଛି। ଜୀବନରେ ଗାନ୍ଧୀଙ୍କ ନୀତିକୁ ଅନୁସରଣ କରି ଇଂରେଜ ସରକାରଙ୍କ ବିରୋଧରେ ସେ ଆନ୍ଦୋଳନ କରିଥିଲେ।

ରାଓଜୀ ମହାତ୍ମା ଗାନ୍ଧୀଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତକୁ ସ୍ପଷ୍ଟ ଭାବରେ ମନେ ରଖିଥିଲେ। ୧୯୩୩ ମସିହା ନଭେମ୍ବର ୨୨ରୁ ୨୮ ତାରିଖ ପର୍ଯ୍ୟନ୍ତ ଗାନ୍ଧୀ ରାୟପୁରକୁ ଆସିଥିଲେ। ବୁଦ୍ଧପାରାରେ ପଣ୍ଡିତ ରବିଶଙ୍କର ଶୁକ୍ଳାଙ୍କ ଘରେ ରହିଥିଲେ। ନଭେମ୍ବର ୨୬ରେ ଯୁବକ ରାଓଜୀ ସେଠାକୁ ଯାଇଥିଲେ। ସେଠାରେ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ। ରାଓଜୀଙ୍କ ପାଖରେ ଗାନ୍ଧୀ ଫେରାଇଥିବା ଏକ ମୁଦ୍ରା ଅଛି। ଏହା ତାଙ୍କର ମୂଲ୍ୟବାନ୍‌ ସମ୍ପତ୍ତି ବୋଲି କହୁଥିଲେ। ସେହି ଦିନଠାରୁ ସେ ସ୍ୱାଧୀନତା ସଂଗ୍ରାମ ପ୍ରତି ଆକର୍ଷିତ ହୋଇଥିଲେ।

ପ୍ରକାଶିତ ସମସ୍ତ ଖବର ପଢ଼ି ସେ ଗାନ୍ଧିଜୀଙ୍କ ଆନ୍ଦୋଳନକୁ ଅନୁସରଣ କରିଥିଲେ। ସମସ୍ତ ବିଦେଶୀ ସାମଗ୍ରୀକୁ ବର୍ଜନ କରିଥିଲେ। ଡିସେମ୍ବର ୨୨, ୧୯୪୨ରେ ରାଓଜୀ, ତାଙ୍କ ବନ୍ଧୁ ଜାଡୁ ରାୱତଙ୍କ ସହ ନୂଆପଡ଼ାରେ ନୂତନ ଭାବେ ସ୍ଥାପିତ ସିଭିଲ୍‌ କୋର୍ଟର ଛାତ ଉପରକୁ ଯାଇ ବନ୍ଦେ ମାତରମ୍‌, ଭାରତ ମାତା କି ଜୟ, ମହାତ୍ମା ଗାନ୍ଧୀ ଜିନ୍ଦାବାଦର ସ୍ଲୋଗାନ୍‌ ଦେଇଥିଲେ। ଗୁରୁବାର ଦିନ ୧୨ଟାରେ ଏହି ସ୍ୱାଧୀନତା ସଂଗ୍ରାମୀଙ୍କର ପରଲୋକ ହୋଇଛି। ଖରିଆର ରୋଡ୍‌ ମୁକ୍ତିଧାମରେ ବଡ଼ପୁଅ ରମେଶ ଭାଇ ରାଠୋର ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe