ଚିରନିଦ୍ରାରେ ସ୍ବାଧୀନତା ସଂଗ୍ରାମୀ ସୁଲକ୍ଷଣା ମହାପାତ୍ର

ଚିରନିଦ୍ରାରେ ସ୍ବାଧୀନତା ସଂଗ୍ରାମୀ ସୁଲକ୍ଷଣା ମହାପାତ୍ର

ପୁରୀ : ଭାରତର ସ୍ବାଧୀନତା ସଂଗ୍ରାମର ବୀରାଙ୍ଗନା ତଥା ସ୍ବାଧୀନତା ସଂଗ୍ରାମୀ ସୁଲକ୍ଷଣା ମହାପାତ୍ର ଇହଧାମରୁ ବିଦାୟ ନେଇଛନ୍ତି। ତାଙ୍କୁ ୧୦୨ ବର୍ଷ ହୋଇଥିଲା। ଗୁଣ୍ଡିଚା ମନ୍ଦିର ନିକଟସ୍ଥ ବାସଭବନରେ ସନ୍ଧ୍ୟା ୫ଟା ୪୫ରେ ସେ ଆଖି ବୁଜିଥିଲେ। ଆଜି ବ୍ୟାଙ୍କ ଯାଇ ସ୍ବାଧୀନତା ସଂଗ୍ରାମୀ ଭତ୍ତା ମଧ୍ୟ ଉଠାଇଥିଲେ। ସନ୍ଧ୍ୟାରେ ଶୌଚ ହେବାକୁ ଯାଇଥିବା ବେଳେ ମୁଣ୍ଡ ବୁଲାଇବାରୁ ପଡ଼ି ଯାଇଥିଲେ। ମୁଣ୍ଡରେ ସାମାନ୍ୟ ଆଘାତ ଲାଗିବା ପରେ ଆସି ଶୋଇ ପଡ଼ିଥିଲେ। ଶୋଇଯିବା ପରେ ଆଉ ଆଖି ଖୋଲିନଥିଲେ।

୧୯୨୧ ମସିହାରେ ଜାନୁଆରିରେ ନୟାଗଡ଼ ଶରଣକୂଳରେ ଜନ୍ମ ଗ୍ରହଣ କରିଥିବା ସୁଲକ୍ଷଣା ପିଲାବେଳୁ ଶିଶୁ ବାହିନୀରେ ସାମିଲ ହୋଇ ଥାନା ପୋଡ଼ିଥିଲେ। ପରେ ସେ ଡେଲାଙ୍ଗର ଶ୍ରୀପୁରୁଷୋତ୍ତମପୁରର ହରିହର ମହାପାତ୍ରଙ୍କୁ ବିବାହ କରିବା ପରେ କକେଇ ଶ୍ବଶୁର ମଦନ ମୋହନ ମିଶ୍ରଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ସ୍ବାଧୀନତା ସଂଗ୍ରାମରେ ସାମିଲ ହୋଇଥିଲା। ମହାତ୍ମା ଗାନ୍ଧୀଙ୍କୁ ସେ ପୁରୀରେ ଦୁଇଥର ଭେଟିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe