Times of India
ଜଗତସିଂହପୁର : ପାରାଦୀପ ରଙ୍ଗିଆଗଡ଼ ନିକଟରେ ଶନିବାର ମଧ୍ୟାହ୍ନରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ତୈଳ ବିଶୋଧନାଗାରରୁ ପେଟକୋକ୍ ନେଇ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି। ମାଲ୍ ଆଣି ରଙ୍ଗିଆଗଡ଼ ସ୍ଥିତ ଷ୍ଟେସନ୍କୁ ଯାଉଥିବା ବେଳେ ଏହି ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା। ଏହି ଟ୍ରେନ୍ ଇଞ୍ଜିନ୍ର ୭ଟି ଚକା ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି। ଏଥିରେ କାହାରି କିଛି କ୍ଷୟକ୍ଷତି ହୋଇନାହିଁ। ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି।
Follow Us