ପୂର୍ବତନ ମନ୍ତ୍ରୀ ଫ୍ରିଡ଼ା ଟପ୍ନୋଙ୍କର ୯୨ ବର୍ଷ ବୟସରେ ପରଲୋକ

ପୂର୍ବତନ ମନ୍ତ୍ରୀ ଫ୍ରିଡ଼ା ଟପ୍ନୋଙ୍କର ୯୨ ବର୍ଷ ବୟସରେ ପରଲୋକ

ଭୁବନେଶ୍ୱର/ ସୁନ୍ଦରଗଡ଼: ବରିଷ୍ଠ କଂଗ୍ରେସନେତ୍ରୀ, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ କୁମାରୀ ଫ୍ରିଡ଼ା ଟପ୍ନୋଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା।

୧୯୨୫ ମସିହା ସେପ୍ଟମ୍ବର ମାସ ୨୦ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ବଡଗାଁ ବ୍ଲକ୍‌ ଅନ୍ତର୍ଗତ ଗୁଣଗାଁ ଗ୍ରାମରେ ଜନ୍ମିତ ଫ୍ରିଡ଼ା ଟପ୍ନୋ ୧୯୮୩ ମସିହାରେ ସରକାରୀ ଚାକିରିରୁ ଅବସର ନେଇ ସାମାଜିକ କାର୍ଯ୍ୟରେ ମନ ନିବେଶ କରିଥିଲେ। ସେ ରଘୁନାଥପାଲି ବିଧାନସଭା ନିର୍ବାଚନ ମଣ୍ଡଳିରୁ ବିଧାୟକ ଭାବେ ବିଜୟୀ ହେବା ସହିତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ଜଣେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ପରେ ୧୯୯୧ ଓ ୧୯୯୬ରେ ସେ ଲୋକସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିିଲେ। ୧୯୯୮ରେ ସେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ। ସମଗ୍ର ରାଜ୍ୟରେ ଜଣେ ଅଗ୍ରଣୀ ଆଦିବାସୀ ନେତ୍ରୀଭାବେ ତାଙ୍କର ବେଶ ଖ୍ୟାତି ଥିଲା। ତେବେ ବୟସଜନିତ ରୋଗରେ ସେ ଗତ କିଛି ଦିନ ହେବ ପୀଡ଼ିତ ଥିଲେ। ଓ ଭୁବନେଶ୍ୱରରେ ନିଜ ଝିଆରୀଙ୍କ ପାଖରେ ରହୁଥିଲେ। ତାଙ୍କ ମୃତ୍ୟୁରେ ରାଜନୈତିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe