ଭୋଜିରେ ବଚସାରୁ ସାଙ୍ଗକୁ ହତ୍ୟା

ଜେଡିୟୁ ପୋଲିଂ ଏଜେଣ୍ଟଙ୍କୁ ହତ୍ୟା

India Today

ତୁମୁଡ଼ିବନ୍ଧ: ବିବାହଭୋଜିରେ ବଚସା କାରଣରୁ ତୁମୁଡିବନ୍ଧ ବ୍ଲକ୍‌ ବେଲଘର ଥାନା ଅନ୍ତର୍ଗତ ଲଙ୍କାଗଡ଼ ପଞ୍ଚାୟତର ସୁଲେରେଜୁ ଗ୍ରାମରେ ସାଙ୍ଗକୁ ହତ୍ୟା କରିଛନ୍ତି ଆଉ ଦୁଇ ସାଙ୍ଗ। ଶୁକ୍ରବାର ରାତ୍ରି ପ୍ରାୟ ୯ଟା ସମୟରେ ସନ୍ଦିପଦର ଗ୍ରାମର ଟେଙ୍ଗେ ମାଝି ଓ ବୁଡିଙ୍ଗଲୁ ଗ୍ରାମର ସେବେନା ମାଝୀ ପୂର୍ବ ଯୋଜନା ପ୍ରକାରେ କିଶୋର ମାଝି (୪୦)ଙ୍କୁ ଅନ୍ଧାର ରାତିର ସୁଯୋଗ ନେଇ ଗାଁ ଦାଣ୍ଡରେ ହତ୍ୟା କରି ପାଖ ବିଲରେ ଫିଙ୍ଗି ଦେଇଥିବା ବେଳେ ଘଟଣାର ଦିନକ ପରେ ଶବ ଉଦ୍ଧାର ହୋଇଛି। ପୁଲିସ ଆଜି ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ତେବେ ଅଭିଯୁକ୍ତ ସେବେନା ମାଝି ଫେରାର ଥିବା ବେଳେ ସହଯୋଗୀ ଟେଣ୍ଡେ ମାଝିକୁ ପୁଲିସ ଗିରଫ କରିଥିବା ବେଲଘର ଥାନା ଭାରପ୍ରାପ୍ତ ଅଧିକାରୀ ସୌମ୍ୟରଂଜନ ପତି କହିଛନ୍ତି।

ସୂଚନା ପ୍ରକାରେ ଅର୍ଷାବାଲି ଗ୍ରାମର କିଶୋର ମାଝୀ ଗତ ଶୁକ୍ରବାର ନିଜ ମାମୁଘର ସୁଲେରେଜୁ ଗ୍ରାମକୁ ବାହାଘର ଭୋଜି ପାଇଁ ଆସିଥିଲା। ହେଲେ ସେହିଦିନ କିଶୋର ଘରକୁ ଫେରି ନଥିବା ବେଳେ ପରିବାର ଲୋକ ବ୍ୟସ୍ତ ହୋଇ ଖୋଜାଖୋଜି କରି ଦିନକ ପରେ ଏକ ବିଲରୁ ତାଙ୍କ ମୃତଶରୀର ଉଦ୍ଧାର କରିଥିଲେ। ଗତକାଲି ବେଲଘର ଥାନାରେ ଏ ସଂକ୍ରାନ୍ତରେ ପରିବାର ଲୋକ ଏତଲା ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ବିଳମ୍ବରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତ ପରେ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟଜଣେ ଫେରାର ଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe