ବନ୍ଧୁଙ୍କୁ ଘର ବାହାରପଟୁ ତାଲା ପକାଇ ମୋବାଇଲ ଫୋନ ଓ ୮୦୦୦ ଟଙ୍କା ନେଇଗଲା ସାଙ୍ଗ

Advertisment
ଏପ୍ରିଲ ୧୫ରୁ ବନ୍ଦ ହେବ କଲ୍ ଫରଓ୍ବାର୍ଡିଙ୍ଗ୍ ସେବା, ସରକାରଙ୍କ ବଡ଼ ନିଷ୍ପତ୍ତି

The Economic Times

ଧଉଳି: ଧଉଳି ଥାନା ଶିଶୁପାଳଗଡ଼ (ଲକ୍ଷ୍ମୀବିହାର) ଅଞ୍ଚଳରେ ଗତକାଲି ରାତି ୨ଟା ବେଳେ ଜଣେ ସାଙ୍ଗ ତାଙ୍କର ଅନ୍ୟ ଦୁଇ ସାଙ୍ଗକୁ ବାହାରପଟୁ ତାଲା ପକାଇ ଗୋଟିଏ ମୋବାଇଲ ଫୋନ ସହିତ ନଗଦ ୮ ହଜାର ଟଙ୍କା ଲୁଟି ନେଇଛି। ଘର ଭିତରେ ଲୁଟର ଶିକାର ସାଙ୍ଗ ସନ୍ତୋଷ କୁମାର ନାୟକଙ୍କ ସମେତ ଅନ୍ୟଜଣେ ଏସଂପର୍କରେ ଆଜି ପୂର୍ବାହ୍ନରେ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସନ୍ତୋଷଙ୍କ ଅଭିଯୋଗ ଅନୁସାରେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧୀନ କୁନିଆଁପୁର ଗ୍ରାମର ଜଣେ ଯୁବକଙ୍କ ସହ ସାଙ୍ଗ ହୋଇ ୩ଜଣଯାକ ସାଙ୍ଗ ହୋଇ ଲକ୍ଷ୍ମୀବିହାରରେ ଘରଭଡ଼ା ନେଇ ରହୁଥିଲେ। ଗତକାଲି ରାତିରେ ସନ୍ତୋଷଙ୍କ ସମେତ ଅନ୍ୟ ସାଙ୍ଗକୁ ବାହାରପଟୁ ତାଲା ପକାଇ ଅଭିଯୁକ୍ତ ଯୁବକ ମୋବାଇଲ ଫୋନ ନେଇ ଫେରାର ହୋଇଯାଇଥିଲା। ଆଜି ସକାଳେ ଡାକ ପକାଇବାରୁ ସ୍ଥାନୀୟ ଲୋକ କବାଟା ତାଲା ଭାଙ୍ଗି ଉଭୟଙ୍କୁ ଉଦ୍ଧାର କରିଥିଲେ। ହେଲେ ରିପୋର୍ଟ ଲେଖା ହେବା ବେଳକୁ ଚୋରି ମୋବାଇଲ ଫୋନ ଓ ଟଙ୍କା ସନ୍ତୋଷ ଫେରିପାଇନଥିବା ଜଣାପଡ଼ିଛି। ପୁଲିସ ଚୋରି  ମୋବାଇଲ ଫୋନକୁ ଟ୍ରାକିଂ କରି ଲୁଟେରାଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛି। ସନ୍ତୋଷଙ୍କ ଅଭିଯୋଗକୁ ଭିତ୍ତିକରି ଥାନାରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe