ହାଟଡ଼ିହି: କେନ୍ଦୁଝରଜିଲ୍ଲା ହାଟଡିହି ଏକ ଅଭାବନୀୟ ଘଟଣା ଘଟିଛି। ସାଙ୍ଗକୁ ନିଜ ଭଉଣୀ ଘରକୁ ଯିବାକୁ ଡାକିନେଇ ସାଙ୍ଗ ହତ୍ଯା କରିଛି ।  ଘଟଣାର ୪ଦିନ ପରେ ଜଙ୍ଗଲରୁ ନାବାଳକଙ୍କର ମୃତଦେହ ମିଳିଛି । ମୋବାଇଲ୍  ବିବାଦରୁ  ହତ୍ଯାକାଣ୍ଡ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ପରେ ଅଭିଯୁକ୍ତ ସାଙ୍ଗକୁ ଅଟକରଖି ପୁଲିସ ତଦନ୍ତ ଚଳାଇଛି ।  

Advertisment

ମୃତକ ହାଟଡ଼ିହି ବ୍ଲକ ସୋସୋ ଥାନା ରାଇଘାଟି ଗାଁ ସିଲାୟ ପୂ୍ର୍ତ୍ତିଙ୍କ ୧୪ ବର୍ଷିୟ ପୁଅ ଗୁସା । ଗତ ରବିବାର ଦିନ ଗାଁର ପାସିଂ ହୋଙ୍କ ପୁଅ କୁଣ୍ଡିଆ ଆସି ଗୁସାକୁ ନିଜ ଭଉଣୀ ଘରକୁ ଯିବାକୁ କହି ଘରୁ ଡାକି ନେଇଥିଲା ।  ପରଦିନ କୁଣ୍ଡିଆ ଫେରିଲା ହେଲେ ଗୁସାର ଦେଖା ଦର୍ଶନ ନଥିଲା ।

ଅଧିକ ପଢ଼ନ୍ତୁ:ଫାର୍ମା କମ୍ପାନି ଫ୍ୟାକ୍ଟ୍ରି ବିସ୍ଫୋରଣ ଘଟଣା: ଝରିଗାଁ ବ୍ଲକର ୨ ଯୁବ ଶ୍ରମିକ ମୃତ, ୫ ଓଡ଼ିଆ ଶ୍ରମିକ ଏବେ ବି ନିଖୋଜ

ତେବେ ବୁଧବାର ଗାଁ ଠାରୁ ୨କିମି ଦୂରରେ ଥିବା ଜଙ୍ଗଲରେ ଗୁସାର ମୃତଦେହ ପଡିଥିବା ଦେଖି ଲୋକେ ପରିବାରକୁ ଖବର କରିଥିଲେ । ପୁଲିସ ପହଁଞ୍ଚି ମୃତଦେହ ଉଦ୍ଧାର କରି ବ୍ଯବଚ୍ଛେଦ କରାଇଥିଲା । କିଛିମାସ ତଳ ଉଭୟ ଗୁସା ଓ କୁଣ୍ଡିଆ ପଣ୍ଡିଚେରୀରେ କାମ କରୁଥିଲେ । ସେହି ସମୟରେ ଗୁସା ଏକ ମୋବାଇଲ୍ କିଣିଥିବବେଳେ କୁଣ୍ଡିଆ ତାକୁ ଲୁଚାଇ ଦଇଥିଲା । 

ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ଯରେ ବିବାଦ ହୋଇଥିଲା । ତେବେ ପରେ ଉଭୟଙ୍କ ମଧ୍ୟରେ ମିଳାମିଶା ହୋଇଯାଇଥିଲା । କିନ୍ତୁ ସେହି ରାଗକୁ କେନ୍ଦ୍ରକରି କୁଣ୍ଡିଆ ଗୁସାକୁ ମାରିଥିବା ବାପା ସିଲାୟ ପୂର୍ତ୍ତି  ସନ୍ଦେହ କରିଛନ୍ତି।  ଅଭିଯୋଗ ପରେ ପୁଲିସ କୁଣ୍ଡିଆକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ଅଧିକ ପଢ଼ନ୍ତୁ:  ଆରଏସପି ପକ୍ଷରୁ ଭଙ୍ଗାଗଲା ରେଷ୍ଟୁରାଣ୍ଟ