Advertisment

ସକାଳ ସାଢେ ୮ଟାରୁ ବାଲେଶ୍ବର-ଅନୁଗୁଳ ପାଲଟିଲା ତତଲା କଢ଼େଇ

Advertisment
ସକାଳ ସାଢେ ୮ଟାରୁ ବାଲେଶ୍ବର-ଅନୁଗୁଳ ପାଲଟିଲା ତତଲା କଢ଼େଇ

ଭୁବନେଶ୍ବର: ସକାଳ ସାଢେ ୮ଟାରୁ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ବଢ଼ିବାରେ ଲାଗିଛି। ସେସବୁ ସହର ମଧ୍ୟରେ ବାଲେଶ୍ୱର ଏବଂ ଅନୁଗୁଳ ତତଲା କଢ଼େଇ ପାଲଟିଛି। ବାଲେଶ୍ୱରର ତାମପାତ୍ରା ସର୍ବାଧିକ ରହିଛି। ଗୁରୁବାର ସକାଳୁ ବାଲେଶ୍ୱର ତାପମାତ୍ରା ୩୬ ଡିଗ୍ରୀ ଛୁଇଁଛି । ସେହିପରି ଅନୁଗୁଳ ସହର ତାପମାତ୍ରା ମଧ୍ୟ ସକାଳୁ ବଢିବାରେ ଲାଗିଛି । ଅନୁଗୁଳର ତାପମାତ୍ରା ୩୬ ଡିଗ୍ରୀ ରହିଛି ।

ମିଳିଥିବା ସୂଚନା ଅନୁସାରେ, ତାଳଚେରର ତାପମାତ୍ରା ୩୫.୨ ଡିଗ୍ରୀ ଥିବା‌ବେଳେ ବାରିପଦାର ତାପମାତ୍ରା ୩୫ ଡିଗ୍ରୀ, ଭବାନୀପାଟଣା ୩୫ ଡିଗ୍ରୀ, କେନ୍ଦୁଝର ତାପମାତ୍ରା ୩୪.୮ ଡିଗ୍ରୀ,କଟକର ତାପମାତ୍ରା ୩୪.୬ ଡିଗ୍ରୀ, ଝାରସୁଗୁଡା ତାପମାତ୍ରା ୩୪.୨ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ୱରର ତାପମାତ୍ରା ୩୩.୮ ଡିଗ୍ରୀ ରେକର୍ଡ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe