ବିଧାନସଭାରୁ...

Advertisment
ମହାନଦୀ ପାଇଁ ଗୃହ ଅଚଳ, ଆଲୋଚନା ଦାବି କଲେ ନରସିଂହ

ତାରାଙ୍କ ପାଇଁ ସୂର୍ଯ୍ୟ ଗଲେ
ବିଧାନସଭାର ଶୂନ୍ୟକାଳରେ ଓଡ଼ିଆ ଭାଷା, ଅସ୍ମିତା ଉପରେ କହୁଥିଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। ସେ କହୁଥିଲା ବେଳେ ତାରା ବାହିନୀପତିଙ୍କ ସହ ବାଚସ୍ପତି କଥା ହେଉଥିଲେ। ଏହାକୁ ଲକ୍ଷ୍ୟ କରି ବିଷ୍ଣୁ କହିଥିଲେ, ବାଚସ୍ପତି ମହୋଦୟ ଆପଣ ମୋ କଥା ଶୁଣୁନାହାନ୍ତି। ଆପଣ ଗପୁଛନ୍ତି କାହିଁକି? ଆଗରୁ ସେଠି ସୂର୍ଯ୍ୟ ଥିଲେ। ତାରାଙ୍କ ପାଇଁ ସେ ଗଲେ। ଆପଣ ଆଉ ତାଙ୍କ ସହ ଗପନ୍ତୁନି, ମୋ କଥା ଶୁଣନ୍ତୁ। ବାଚସ୍ପତି କହିଥିଲେ, ମୁଁ ଆପଣଙ୍କ କଥା ଶୁଣୁଛି। ସେଥି ପାଇଁ ଆପଣ ‘ପୂର୍ଣ୍ଣଚନ୍ଦ୍ର ଅଭିଧାନ’ ବୋଲି କହିଥିଲେ। ମୁଁ ତାହାକୁ ସଂଶୋଧନ କରି ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ ବୋଲି କହିଲି। ଆଉ ଶୁଣୁନି କେମିତି?

ରୁଦ୍ରଙ୍କୁ ପୁତୁରା କହିଲେ ରଣେନ୍ଦ୍ର
ଆଜି ପ୍ରଶ୍ନକାଳରେ ସାର ଯୋଗାଣ ସମ୍ପର୍କରେ ଅତିରିକ୍ତ ପ୍ରଶ୍ନ କରିଥିଲେ ପିପିଲି ବିଧାୟକ ରୁଦ୍ର ପ୍ରସାଦ ମହାରଥୀ। ତାଙ୍କ ନିର୍ବାଚନମଣ୍ଡଳୀ‌ରେ ମାତ୍ର ୨୫% ସାର ଯୋଗାଣ ହୋଇଥିବା ସମ୍ପର୍କରେ କହିଥିଲେ। ତେବେ ଖରିଫ ଋତୁରେ ଦିଆଯାଇଥିବା ବିହନରୁ ୫୦% ବିହନ ଗଜା ହେଉନି ବୋଲି ସେ ଅଭିଯୋଗ କରିଥିଲେ। କୃଷି ମନ୍ତ୍ରୀ ରଣେନ୍ଦ୍ର ସ୍ବାଇଁ ଉତ୍ତର ଦେଲା ବେଳେ କହିଥିଲେ, ପିପିଲି ବିଧାୟକ ବିଧାନସଭାକୁ ନୂଆ କରି ନିର୍ବାଚିତ ହୋଇଛନ୍ତି। ସେ ଆମ ପୁତୁରା କହିଲେ ଅତ୍ୟୁକ୍ତି ହେବ ନାହିଁ। ଗଜା ହେଉ ନ ଥିବା ବିହନ ସମ୍ପର୍କରେ ଲିଖିତ ଆକାରରେ ଦେଲେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଥିଲେ।

ଭାଗିରଥୀଙ୍କୁ ମନେ ପକାଇଲେ ବାଚସ୍ପତି
ଅପରାହ୍ନରେ ବିଧାୟକମାନେ ନିଜ ନିଜ ଅଞ୍ଚଳର ସମସ୍ୟାକୁ ନେଇ ନିବେଦନ ଉପସ୍ଥାପନ କରୁଥିଲେ। ବିଧାୟକ ଭାଗିରଥୀ ସେଠୀଙ୍କୁ ବାଚସ୍ପତି ସୁଯୋଗ ଦେଇଥିଲେ। ସେ ନିଜ ଅଞ୍ଚଳର ରାସ୍ତା ସମସ୍ୟା କଥା କହିବା ଆରମ୍ଭ କଲେ। କିନ୍ତୁ ବାଚସ୍ପତି ତାଙ୍କୁ ଅଟକାଇଥିଲେ। ଶ୍ରୀ ସେଠୀ ତାଙ୍କ ଅଞ୍ଚଳର ହସ୍ପିଟାଲ୍‌ କଥା କହିବା ପାଇଁ ଲେଖିକି ଦେଇଛନ୍ତି ବୋଲି ବାଚସ୍ପତି ସ୍ମରଣ କରାଇଦେଇଥିଲେ। ତାହା ପରେ ଶ୍ରୀ ସେଠୀ ହସ୍ପିଟାଲ୍‌ ସମସ୍ୟା ସମ୍ପର୍କରେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe