ଶ୍ରୀକ୍ଷେତ୍ରରୁ ‘ଉଠ ଓଡ଼ିଆ ସଂକଳ୍ପ ପଦଯାତ୍ରା’ ଆରମ୍ଭ

ଶ୍ରୀକ୍ଷେତ୍ରରୁ ‘ଉଠ ଓଡ଼ିଆ ସଂକଳ୍ପ ପଦଯାତ୍ରା’ ଆରମ୍ଭ

ପୁରୀ: ସରକାରୀ ଫାଇଲରେ ଓଡ଼ିଆ ଭାଷା ବାଧ୍ୟତାମୂଳକ ସହ ସମସ୍ତ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଓ ବ୍ୟବସାୟିକ ପ୍ରତିଷ୍ଠାନର ନାମଫଳକ ଓଡ଼ିଆରେ ଲେଖିବା ଦାବିରେ ଶ୍ରୀକ୍ଷେତ୍ର ମାଟିରୁ ଆରମ୍ଭ ହୋଇଛି ଉଠ ଓଡ଼ିଆ ସଂକଳ୍ପ ପଦଯାତ୍ରା। ନିଶାମୁକ୍ତି ଆନ୍ଦୋଳନର ପୁରୋଧା ୯୮ ବର୍ଷୀୟ ପୂର୍ବତନ ବିଧାୟକ ପଦ୍ମଚରଣ ନାୟକଙ୍କ ନେତୃତ୍ବରେ ପୁରୀ ସିଂହଦ୍ବାରରୁ ଆରମ୍ଭ ହୋଇଥିବା ଏହି ୫ ଦିନିଆ ସଂକଳ୍ପ ପଦଯାତ୍ରା ଏପ୍ରିଲ ୧୪ ତାରିଖରେ ଏକାମ୍ର କ୍ଷେତ୍ର ଭୁବନେଶ୍ବରରେ ଶେଷ ହେବ। ଏହି ଅବସରରେ ଶ୍ରୀ ନାୟକ କହିଛନ୍ତି, ଆଇ ଲଭ୍ ପୁରୀ ନୁହେଁ କି ଆଇ ଲଭ୍ ଭୁବନେଶ୍ୱର ନୁହେଁ, ଲେଖାଯାଉ ମୋ ପ୍ରିୟ ପୁରୀ ଓ ମୋ ପ୍ରିୟ ଭୁବନେଶ୍ୱର। ଓଡ଼ିଆ ଭାଷା ପ୍ରତି ଏତେ ହୀନମନା ଚଳିବ ନାହିଁ।

ଓଡ଼ିଶା ଯୁବ ଚେତନା ସଂଗଠନର ରାଜ୍ୟ ସଭାପତି ବଦ୍ରି ମିଶ୍ର କହିଛନ୍ତି, ୧୯୩୬ ମସିହାରେ ଓଡ଼ିଶା ଭାରତବର୍ଷର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ହୋଇଥିଲେ ହେଁ ଶାସକମାନଙ୍କ ଦୃଢ଼ ଇଚ୍ଛାଶକ୍ତି ଅଭାବରୁ ଆଜି ଓଡ଼ିଆ ଭାଷା ଘୋର ବିପଦରେ। ଆମ ମାତୃଭାଷାର ସୁରକ୍ଷା ଆମ ହାତରେ। ମିସନ ଓଡ଼ିଶାର ସଂପାଦକ ମଧୁସୂଦନ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଶୋକ ଜେନା, ସୁଶାନ୍ତ ରାଜ୍ୟ, ପ୍ରାକ୍ତନ ପୁରୀ ଓକିଲ ସଂଘ ସଭାପତି ବିଭୂତି ଶଙ୍କର ତ୍ରିପାଠୀ, ଖ୍ୟାତିସଂପନ୍ନ ବାଲୁକାଶିଳ୍ପୀଙ୍କ ସମେତ ପୁରୀ, ଭୁବନେଶ୍ୱର, ନୟାଗଡ଼, ଜଗତସିଂହପୁର ଓ କଟକର ବହୁ ଯୁବକଯୁବତୀ ଓଡ଼ିଆ ଭାଷା ଓ ସଂସ୍କୃତି ସୁରକ୍ଷା ସ୍ଲୋଗାନ ସହ ସିଂହଦ୍ବାରରୁ ପଦଯାତ୍ରାରେ ବାହାରି ବିଭିନ୍ନ ଗାଁ ଦେଇ ବୀରହରେକୃଷ୍ଣପୁରଠାରେ ପହଞ୍ଚିଥିଲେ। ସେଠାରେ ଭାରତୀୟ ସ୍ବାଧୀନତା ସଂଗ୍ରାମର ପ୍ରଥମ ସହିଦ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe