ଆଜିଠୁ ଯୁକ୍ତ୨ ଖାତାଦେଖା: ୧୪୮ଟି କେନ୍ଦ୍ରରେ ୧୬ ହଜାର ମୂଲ୍ୟାୟନକାରୀ

Advertisment

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଖାତା ମୂଲ୍ୟାୟନ ବୁଧବା‌ରଠାରୁ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ମୂଲ୍ୟାୟନରେ ୧୬ ହଜାର ଅଧ୍ୟାପକ ଅଧ୍ୟାପିକା ସାମିଲ ହେବେ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଖାତା ମୂଲ୍ୟାୟନ ବୁଧବା‌ରଠାରୁ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ମୂଲ୍ୟାୟନରେ ୧୬ ହଜାର ଅଧ୍ୟାପକ ଅଧ୍ୟାପିକା ସାମିଲ ହେବେ।

ମା'ର ମୃତଦେହକୁ ଛାଡି ହୃଦୟକୁ ପଥର କରି ପରୀକ୍ଷା ଦେବାକୁ ଗଲା ଝିଅ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଖାତା ମୂଲ୍ୟାୟନ ବୁଧବା‌ରଠାରୁ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ମୂଲ୍ୟାୟନରେ ୧୬ ହଜାର ଅଧ୍ୟାପକ ଅଧ୍ୟାପିକା ସାମିଲ ହେବେ। ଉଭୟ ଅଫ୍‌ଲାଇନ୍‌ ଓ ଅନ୍‌ଲାଇନ୍‌ ମୂଲ୍ୟାୟନ ପାଇଁ ୧୪୮ଟି ମୂଲ୍ୟାୟନ କେନ୍ଦ୍ର ହୋଇଛି। ସେଥିମଧ୍ୟରେ ଅଫ୍‌ଲାଇନ୍‌ ପାଇଁ ୭୮ ଓ ଅନ୍‌ଲାଇନ୍‌ ପାଇଁ ୭୦ଟି କେନ୍ଦ୍ର ରହିଛି। ଏପ୍ରିଲ ୨ରୁ ୧୪ ମଧ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନରେ ଅନ୍‌ଲାଇନ୍‌ ଖାତା ଦେଖିବାକୁ  ୩,୫୦୦ ଏବଂ ଅଫ୍‌ଲାଇନ୍‌ ପାଇଁ ୪,୫୦୦ ଅଧ୍ୟାପକ ଅଧ୍ୟାପିକା ରହିବେ। ଏପ୍ରିଲ ୧୬ରୁ ୨୮ ମଧ୍ୟରେ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ମୂଲ୍ୟାୟନରେ ମଧ୍ୟ ୮ହଜାର ମୂଲ୍ୟାୟନକାରୀ ସାମିଲ ହେବେ। ଏବର୍ଷ ୨୪ ଲକ୍ଷ ଖାତା ମୂଲ୍ୟାୟନ ହେବ। ଯେଉଁଥିରେ ଅଫ୍‌ଲାଇନ୍‌ରେ ୧୫ ଲକ୍ଷ ଓ ଅନ୍‌ଲାଇନ୍‌ରେ ୯ ଲକ୍ଷ ଉତ୍ତର ଖାତା ରହିଛି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଉତ୍ତର ଖାତାଗୁଡ଼ିକ ଏକାଥରେ ଦେଖାହେବାକୁ ଥିବାରୁ ମୂଲ୍ୟାୟନ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପରିଷଦ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା କହିଛନ୍ତି ଯେ ମୂଲ୍ୟାୟନକାରୀମାନେ ପ୍ରତିଦିନର କାର୍ଯ୍ୟ ନ ସାରିବା ପର୍ଯ୍ୟନ୍ତ କେହି କେନ୍ଦ୍ର ଛାଡ଼ିପାରିବେ ନାହିଁ। ଖାତା ଦେଖୁଥିବା ଅଧ୍ୟାପକଙ୍କ ପ୍ରବେଶ ଓ ପ୍ରସ୍ଥାନ ସମୟ ଏକ ରେଜିଷ୍ଟ୍ରର୍‌ରେ ଉଲ୍ଲେଖ କରାଯିବ। ମୂଲ୍ୟାୟନ କେନ୍ଦ୍ରକୁ ମୋବାଇଲ୍‌ ଓ ବୈଦ୍ୟୁତିକ ସାମଗ୍ରୀ ପ୍ରବେଶ ଉପରେ କଟକଣା ଜାରି ହୋଇଛି। ଜଣେ ମୂଲ୍ୟାୟନକାରୀ ପ୍ରଥମ ଦିନରେ ୫ଟି ଏବଂ ଦ୍ବିତୀୟ ଦିନ ୧୦ଟି ଉତ୍ତର ଖାତା ଦେଖିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe