ନୂଆଁଖାଇ ପାଇଁ ଉତ୍ସବ ମୁଖର ଗାଁଠୁ ସହର

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ଗାଁରୁ ସହର ଉତ୍ସବ ମୁଖର ହୋଇଉଠିଛି। ବୁଧବାର ଚତୁର୍ଥୀ ତିଥିରେ ଘର ଲିପା, ପୋଛାଠାରୁ ଆରମ୍ଭ କରି ସାଜସଜ୍ଜା କରାଯାଇଛି। ଗୁରୁବାର ସକାଳୁ ଇଷ୍ଟଦେବୀଙ୍କ ନିକଟରେ ନୂଆ ଧାନ ଲାଗି ହେବା ପରେ ପରିବାରର ସମସ୍ତ ସଦସ୍ୟ ମିଶି ନୂଆଁ ଖାଇବେ....

From village to city, celebration for nuakhai

From village to city, celebration for nuakhai Photograph: (sambad.in)

ଝାରସୁଗୁଡ଼ା: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ଗାଁରୁ ସହର ଉତ୍ସବ ମୁଖର ହୋଇଉଠିଛି। ବୁଧବାର ଚତୁର୍ଥୀ ତିଥିରେ ଘର ଲିପା, ପୋଛାଠାରୁ ଆରମ୍ଭ କରି ସାଜସଜ୍ଜା କରାଯାଇଛି। ଗୁରୁବାର ସକାଳୁ ଇଷ୍ଟଦେବୀଙ୍କ ନିକଟରେ ନୂଆ ଧାନ ଲାଗି ହେବା ପରେ ପରିବାରର ସମସ୍ତ ସଦସ୍ୟ ମିଶି ନୂଆଁ ଖାଇବେ। ଏହାସହିତ ଏହା ଏକ କୃଷି ଭିତ୍ତିକ ପର୍ବ ହୋଇଥିବାରୁ ଆସନ୍ତାକାଲି ସକାଳୁ କୃଷକମାନେ କ୍ଷେତରେ ମା’ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବା ପରେ ନୂଆଁ ଖାଇବେ।

ଏଥିପାଇଁ ବୁଧବାର ବିଭିନ୍ନ ଗାଁରୁ ନେଇ ସହରରେ ମଧ୍ୟ ସ୍ବତନ୍ତ୍ର ନୂଆଁଖାଇ ହାଟ ବସିଥିଲା। ଯେଉଁଠି ନୂଆଁ ଧାନ, ନୂଆଁ ଚୂଡ଼ା ସହିତ ରାଖି, ଧାନକେଣ୍ଡା, କଦଳୀ ଭଣ୍ଡା, କଦଳୀ ପତ୍ର, ପୂଜା ସାମଗ୍ରୀ ଆଦିର ପସରା ଲାଗିଥିଲା। 

nuakhai

ଏହାସହିତ ବିଭିନ୍ନ ଜାତିରେ ଭିନ୍ନ ଭିନ୍ନ ପତ୍ରରେ ନୂଆଁ ଲାଗି ହେଉଥିବାରୁ ବଜାରରେ କୁରେ,ଶାଳ, ମହୁଲ, ସାରୁ ପତ୍ର ଆଦି ମଧ୍ୟ ବିକ୍ରି ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି।

ବୁଧବାର ସକାଳୁ ସହରର ପୁରୁଣା ବସଷ୍ଟାଣ୍ଡ, କାଳୀମନ୍ଦିର ରୋଡ୍, ବିଟିଏମ୍, ଝଣ୍ଡାଛକ, ସରବାହାଲ ଆଦି ସ୍ଥାନରେ ଅସ୍ଥାୟୀ ଦୋକାନ ମଧ୍ୟ ଲାଗିଥିଲା। ନୂଆଁଖାଇରେ ନୂଆ ପିନ୍ଧିବାର ପରମ୍ପରା ରହିଥିବାରୁ ଲୁଗା ଦୋକାନଗୁଡ଼ିକରେ ମଧ୍ୟ ଗ୍ରାହକଙ୍କ ଭିଡ଼ ଜମିଛି। ବାହାରେ ରହୁଥିବା ଲୋକେ ନୂଆଁଖାଇରେ ଘରେ ପହଞ୍ଚିଥାନ୍ତି। ଯାହାକୁ ନେଇ ବୁଧବାର ସକାଳୁ ଜିଲ୍ଲାର ବିମାନ ବନ୍ଦର, ରେଳ ଷ୍ଟେସନ, ବସ୍ ଟର୍ମିନାଲରେ ମଧ୍ୟ ଯାତ୍ରୀଙ୍କ ଭିଡ଼ ଲାଗିଛି।

 Jharsuguda | Nuakhai 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe