ସଡ଼କ ଦୁର୍ଘଟଣାରେ ପ୍ରାକ୍ତନ ଏବିଇଓଙ୍କ ମୃତ୍ୟୁ

Advertisment
ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

123rf.com

ରୁପସା: ବସ୍ତା ବ୍ଲକର ପୂର୍ବତନ ଗୋଷ୍ଠୀ ଶିକ୍ଷା ସହଅଧିକାରୀ ଜଗଦୀଶ ଦାଶଙ୍କର ସୋମବାର ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ହୋଇ ଯାଇଛି। ବାଲେଶ୍ବରରୁ ନିଜ ଘର ବସ୍ତା ବ୍ଲକ ଦାଣ୍ଡୀ ଗ୍ରାମକୁ ତାଙ୍କ ପୁତୁରା ପ୍ରକାଶ ଦାଶଙ୍କ ସହ ଫେରୁଥିବା ବେଳେ ବାଇକକୁ ପୁତୁରା ହଠାତ ବ୍ରେକ୍ ମାରିବା ଯୋଗୁ ବାଇକରୁ ଛିଟିକି ପଡ଼ି ଜଗଦୀଶଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସେହିପରି ପୁତୁରା ମଧ୍ୟ ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ବସ୍ତା ଓ ପରେ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ ନେଉଥିବା ବେଳେ ବାଟରେ ଜଗଦୀଶଙ୍କ(୬୪ ବର୍ଷ) ମୃତ୍ୟୁ ହୋଇ ଯାଇଥିଲା। ପୁତୁରା ପ୍ରକାଶକୁ କଟକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଶ୍ରୀ ଦାଶଙ୍କ ଅକାଳ ବିୟୋଗରେ ବିଧାୟକ ନିତ୍ୟାନନ୍ଦ ସାହୁ, ବସ୍ତା ବ୍ଲକ ଅଧ୍ୟକ୍ଷା ଅଞ୍ଜଳି ଦାସ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଲଷ୍ମୀଧର ଦାସ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ମହାଦେବ ଦାସ, ଜୀବନବିନ୍ଦୁ ସଂଯୋଜକ ରଞ୍ଜନ କୁମାର ଧଳ, ପୂର୍ବତନ ଏବିଏଇଓ ଶ୍ରୀପତି ପାତ୍ର, ସୁଦର୍ଶନ ମହାପାତ୍ର, ବିଷ୍ଣୁପଦ ପତି ପ୍ରମୁଖ ଶୋକ ପ୍ରକାଶ କରିବା ସଙ୍ଗେ ସଙ୍ଗେ ତାଙ୍କ ମରଶରୀରରେ ପୁଷ୍ପଗୁଚ୍ଛ ଦେଇଥିଲେ। ପୁତ୍ର ଅମରେଶ ପ୍ରସାଦ ଦାଶ, କନ୍ୟା ଅର୍ପିତା ଦାଶ ଓ ପୁତୁରା ବିକାଶ ଦାଶ ମଙ୍ଗଳବାର ତାଙ୍କ ଅନ୍ତ୍ୟେଷ୍ଟି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe