କର୍ମଚାରୀଙ୍କୁ ଅବସର ଦିନ ହିଁ ପୂର୍ଣ୍ଣାଙ୍ଗ ପେନସନ: ନିର୍ଦ୍ଦେଶନାମା ମାନୁନାହାନ୍ତି ବିଭାଗ

Advertisment

ଯୋଗ୍ୟ ସରକାରୀ କର୍ମଚାରୀଙ୍କୁ ଅବସର ଦିନ ହିଁ ପୂର୍ଣ୍ଣାଙ୍ଗ ପେନ୍‌ସନ୍‌ ପ୍ରଦାନ କରିବାରେ ବିଭାଗମାନେ ଅବହେଳା କରୁଛନ୍ତି। ଉତ୍ତମ ପ୍ରଶାସନ ଦୃଷ୍ଟିକୋଣରୁ ଅବସର ଦିବସରେ ହିଁ ସମସ୍ତ ଯୋଗ୍ୟ କର୍ମଚାରୀଙ୍କୁ ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନକୁ ସୁନିଶ୍ଚିତ କରାଯାଉ।

ଯୋଗ୍ୟ ସରକାରୀ କର୍ମଚାରୀଙ୍କୁ ଅବସର ଦିନ ହିଁ ପୂର୍ଣ୍ଣାଙ୍ଗ ପେନ୍‌ସନ୍‌ ପ୍ରଦାନ କରିବାରେ ବିଭାଗମାନେ ଅବହେଳା କରୁଛନ୍ତି। ଉତ୍ତମ ପ୍ରଶାସନ ଦୃଷ୍ଟିକୋଣରୁ ଅବସର ଦିବସରେ ହିଁ ସମସ୍ତ ଯୋଗ୍ୟ କର୍ମଚାରୀଙ୍କୁ ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନକୁ ସୁନିଶ୍ଚିତ କରାଯାଉ।

୬ କୋଟି ଭାରତୀୟ ପେନ୍‌ସନ୍‌ରୁ ବଞ୍ଚିତ

ଭୁବନେଶ୍ବର: ଯୋଗ୍ୟ ସରକାରୀ କର୍ମଚାରୀଙ୍କୁ ଅବସର ଦିନ ହିଁ ପୂର୍ଣ୍ଣାଙ୍ଗ ପେନ୍‌ସନ୍‌ ପ୍ରଦାନ କରିବାରେ ବିଭାଗମାନେ ଅବହେଳା କରୁଛନ୍ତି। ଉତ୍ତମ ପ୍ରଶାସନ ଦୃଷ୍ଟିକୋଣରୁ ଅବସର ଦିବସରେ ହିଁ ସମସ୍ତ ଯୋଗ୍ୟ କର୍ମଚାରୀଙ୍କୁ ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନକୁ ସୁନିଶ୍ଚିତ କରାଯାଉ। ଏହି ମର୍ମରେ ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସବୁ ବିଭାଗକୁ ପତ୍ର ଲେଖିଛନ୍ତି। 
ମୁଖ୍ୟ ସଚିବ ଶ୍ରୀ ଆହୁଜ କହିଛନ୍ତି ଯେ ଅବସର ଦିନ ହିଁ ପୂର୍ଣ୍ଣାଙ୍ଗ ପେନ୍‌ସନ୍‌ ପ୍ରଦାନ କରିବା ଲାଗି ସାଧାରଣ ପ୍ରଶାସନ ବିଭାଗ ୨୦୧୯ ମସିହାରେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ହେଲେ ବିଭାଗଗୁଡ଼ିକ ଏହାକୁ ଠିକ୍‌ ଭାବେ ପାଳନ କରୁ ନ ଥିବା ଦୃଷ୍ଟିଗୋଚର ହୋଇଛି।

ନିର୍ଦ୍ଦେଶନାମା ମାନୁନାହାନ୍ତି ବିଭାଗ
ସବୁ ବିଭାଗକୁ ପତ୍ର ଲେଖିଲେ ମୁଖ୍ୟସଚିବ

ଯଦି କୌଣସି କର୍ମଚାରୀଙ୍କ ବିରୋଧ‌ରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବା ଭିଜିଲାନ୍‌ସ ମାମଲା ଥାଏ ତାହାଲେ ସଂପୃକ୍ତ କମର୍ଚାରଙ୍କ ଅବସର ଗ୍ରହଣର ଯଥେଷ୍ଟ ପୂର୍ବରୁ ତାକୁ ଫଏସଲା କରିବା ପାଇଁ ସଂପୃକ୍ତ ବିଭାଗ ସ୍ତରରେ ପଦକ୍ଷେପ ଗ୍ରହଣ କରାଯାଉ। ତେଣୁ ପ୍ରତ୍ୟେକ ମାସରେ ଅବସର ନେଉଥିବା ସରକାରୀ କର୍ମଚାରଙ୍କ ମଧ୍ୟରୁ କେତେ ଜଣଙ୍କୁ ଅବସର ଦିନ ହିଁ ପୂର୍ଣ୍ଣାଙ୍ଗ ପେନ୍‌ସନ୍‌ ପ୍ରଦାନ କରାଯାଉଛି, ତାହାର ତଥ୍ୟ ପରବର୍ତ୍ତୀ ମାସର ୭ତାରିଖ ସୁଦ୍ଧା ସାଧାରଣ ପ୍ରଶାସନ ବିଭାଗର ସ୍ବତନ୍ତ୍ର ସଚିବଙ୍କୁ ଇ-ମେଲ କରିବା ଲାଗି ଶ୍ରୀ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe