ଅପରାହ୍ଣରେ ଝାରସୁଗୁଡ଼ାରେ ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତିଙ୍କ ଅନ୍ତିମ ସସ୍କାର

Advertisment
କିଶୋର ମହାନ୍ତିଙ୍କ ବିୟୋଗରେ ଶୋକ

ଝାରସୁଗୁଡ଼ା: ବ୍ରଜରାଜନଗର ବିଧାୟକ ତଥା ପୂର୍ବତନ ବାଚସ୍ପତି କିଶୋର କୁମାର ମହାନ୍ତିଙ୍କ ଅନ୍ତିମ ସସ୍କାର ଆଜି ଅପରାହ୍ଣରେ ଝାରସୁଗୁଡ଼ାରେ ହେବ ବୋଲି ସୂଚନା ମିଳିଛି। ତାଙ୍କର ଅନ୍ତିମ ସସ୍କାର ଝାରସୁଗୁଡ଼ାର ଝାଡ଼େଶ୍ବର ମନ୍ଦିର ନିକଟସ୍ଥ ଶ୍ମଶାନରେ କରାଯିବ ବୋଲି ଜଣାଯାଇଛି। ଗତକାଲି ରାତିରେ ସ୍ବର୍ଗତ ମହାନ୍ତିଙ୍କ ପତ୍ନୀ, ପୁଅ ଓ ଝିଅ ଗୁରୁବାର ଭୁବନେଶ୍ବରରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ାରେ ପହଞ୍ଚିଥିଲେ। ସେମାନଙ୍କ ସହ ମନ୍ତ୍ରୀ ଅଶୋକ ପଣ୍ଡା, ସୁଶାନ୍ତ ସିଂହ, ସାଂସଦ ସୁରେଶ ପୂଜାରୀ ଓ ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ ପ୍ରମୁଖ ବି ଆସିଥିଲେ। ଆଜି ତାଙ୍କ ପାର୍ଥିବ ଶରୀରକୁ ବ୍ରଜରାଜନଗର ନିଆଯିବ। ତାପରେ ଝାରସୁଗୁଡ଼ା ବିଜେଡି କାର୍ଯ୍ୟାଳୟକୁ ଅଣାଯିବ ବୋଲି ସୂଚନା ରହିଛି। ସେଠାରେ ସାଧାରଣ ଜନତାଙ୍କ ଶେଷ ଦର୍ଶନ ଲାଗି କିଛି ସମୟ ରଖାଯିବ।

ସୂଚନାଯୋଗ୍ୟ, ଗୁରୁବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ ଟାରେ ହୃଦ୍ଘାତରେ ପରଲୋକ ହୋଇଥିଲା। ତାଙ୍କୁ ୬୩ ବର୍ଷ ହୋଇଥିଲା। ସକାଳେ କିଶୋର କୁମାର ମହାନ୍ତି ତାଙ୍କ ନିର୍ବାଚନମଣ୍ଡଳୀ ବ୍ରଜରାଜନଗରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଝାରସୁଗୁଡ଼ା ଫେରିଥିଲେ। ଝାରସୁଗୁଡ଼ାଠାରେ ଅପରାହ୍ଣରେ ପହଞ୍ଚିବା ପରେ ସନ୍ଧ୍ୟାରେ ଜଣେ ବିଜେଡି କର୍ମୀଙ୍କ ଶୋକସଭାରେ ଯୋଗଦାନ କରିଥିଲେ। ସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମଧ୍ୟ ଉପସ୍ଥିତ ଥିଲେ। ସଭା ଚାଲିଥିବା ବେଳେ ହଠାତ୍ ସେ ଛାତିରେ ଯନ୍ତ୍ରଣା ଅନୁଭବ କରି ବେହୋସ ହୋଇଯାଇଥିଲେ। ବିଜେଡି କର୍ମୀମାନେ ପ୍ରଥମେ ତାଙ୍କ ଘରକୁ ନେଇଥିଲେ। ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ନିକଟରେ ଥିବା ଜୈନ୍ ହସ୍ପିଟାଲକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe