କରୋନା ଭୟ, ମିଳିଲାନି ଚାରି କାନ୍ଧ; ଏବିଡିଓଙ୍କ ଉପସ୍ଥିତିରେ ହେଲା ଶବ ସତ୍କାର

Advertisment
କରୋନା ଭୟ, ମିଳିଲାନି ଚାରି କାନ୍ଧ; ଏବିଡିଓଙ୍କ ଉପସ୍ଥିତିରେ ହେଲା ଶବ ସତ୍କାର

sfgate.com

ଆନନ୍ଦପୁର : କରୋନା ମହାମାରୀ ନିଜର କାୟା ବିସ୍ତାର କରି ଚାଲିଥିବା ବେଳେ ଆନନ୍ଦପୁର ବ୍ଲକ ତରତରା ଗ୍ରାମରୁ ପୁଣି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ମୃତ୍ୟୁବରଣ କରିବା ପରେ ତାଙ୍କର ଶବ ସତ୍କାର ପାଇଁ କେହି ନ ଆସିବାରୁ ପ୍ରଶାସକ ହସ୍ତକ୍ଷେପ ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ଗ୍ରାମର ପଦ୍ମନାଭ ନାୟକ (୬୦) ଗତକାଲି ଠାରୁ ଅସୁସ୍ଥ ହୋଇ ପଡ଼ିଥିଲେ। ରବିବାର ସକାଳୁ ଅଧିକ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ମେଡିକାଲ ନେବାପାଇଁ ସ୍ଥାନୀୟ ଲୋକେ ପ୍ରଶାସନକୁ ଜଣାଇଥିଲେ। ତେବେ ଅସୁସ୍ଥ ପଦ୍ମନାଭଙ୍କୁ ନେବାପାଇଁ ଆମ୍ବୁଲାନ୍ସ ସକାଳ ପ୍ରାୟ ୧୦ଟା ବେଳେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ଘଟିସାରିଥିଲା। ଫଳରେ ଆମ୍ବୁଲାନ୍ସ ଫେରି ଯାଇଥିଲା। ତାଙ୍କର କରୋନା ଲକ୍ଷଣ ଥିବାରୁ କେହି ଗ୍ରାମବାସୀ କିମ୍ବା ସମ୍ପର୍କୀୟ ଶବ ପାଖ ମାଡ଼ି ନଥିଲେ। ଦୀର୍ଘ ସମୟ ଧରି ଶବ ପଡ଼ି ରହିଥିଲା।

ଖବର ପାଇ ଆନନ୍ଦପୁର ଏବିଡିଓ ବିଚିତ୍ର କୁମାର କର, ସରପଞ୍ଚ ଜିତେନ୍ଦ୍ର ସାମଲ ପ୍ରମୁଖ ପିପି କିଟ୍ ଧରି ଗାଁରେ ପହଞ୍ଚିଥିଲେ। ସରକାରୀ ଆମ୍ବୁଲାନ୍ସରେ ମୃତଦେହକୁ ଶ୍ମଶାନକୁ ନିଆ ଯିବା ପରେ ଅପରାହ୍ଣ ପାଖାପାଖି ୨ଟା ସମୟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସ୍ଥାନୀୟ ଲୋକେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe