ଆଇଡବ୍ଲ୍ୟୁଏ ଉପଦେଷ୍ଟା ବୋର୍ଡରେ ଜି. ମାଥି ଭାଥନନ୍‌

Advertisment
ଆଇଡବ୍ଲ୍ୟୁଏ ଉପଦେଷ୍ଟା ବୋର୍ଡରେ ଜି. ମାଥି ଭାଥନନ୍‌

ଭୁବନେଶ୍ୱର : ଇଣ୍ଟରନ୍ୟାସନାଲ ୱାଟର ଆସୋସିଏସନ (ଆଇଡବ୍ଲ୍ୟୁଏ)ର ଉପଦେଷ୍ଟା ପରିଷଦରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥି ଭାଥନନ୍‌ଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଛି। ୧୧ ଜଣ ବୋର୍ଡ ସଦସ୍ୟଙ୍କ ମଧ୍ୟରେ ଶ୍ରୀ ଭାଥନନ୍‌ ଭାରତରୁ ଏକମାତ୍ର ପ୍ରତିନିଧି ଭାବେ ଏହି ଆର୍ନ୍ତଜାତିକ ପରିଷଦକୁ ମନୋନୀତ ହୋଇଛନ୍ତି। ସହରାଞ୍ଚଳ ପରିମଳ ଅଭିଯାନ ଅଧିକ ସୁଦୃଢ କରିବା ଦିଗରେ ଆଇଡବ୍ଲ୍ୟୁଏ କାର୍ଯ୍ୟ କରୁଛି। ଏହାର ସଦସ୍ୟ ଭାବେ ଶ୍ରୀ ଭାଥନନ୍‌ଙ୍କୁ ମନୋନୀତ କରାଯିବା ପରେ ସେ ଟିମ୍‌ ଓଡ଼ିଶା ଏବଂ ଟିମ୍‌ ଅର୍ବାନ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe