ଜାଡ଼ରେ ଥରୁଛି ଜି. ଉଦୟଗିରି: ପାରା ୬.୨ଡିଗ୍ରି ରେକର୍ଡ, ଜୀବନଯାତ୍ରା ପ୍ରଭାବିତ

ଘୁମୁସର ଉଦୟଗିରି ଅଞ୍ଚଳରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ହାଡ଼ଭଙ୍ଗା ଶୀତ ସହ ସକାଳ ଆଠଟା ପର୍ଯ୍ୟନ୍ତ ଘନ କୁହୁଡ଼ି ସାଙ୍ଗକୁ ସ୍ଥାନୀୟ ଅଞ୍ଚଳରେ ତୁଷାରପାତ ଦେଖିବାକୁ ମିଳିଛି। ଏହି ଅଞ୍ଚଳରେ ଏବେ ତୁଷାରପାତ ଜାରି ରହିଛି।

G Udayagiri

ଘୁ.ଉଦୟଗିରି: ଚଳିତ ବର୍ଷ ଶୀତ ଲୁଚକାଳି ଖେଳ ଖେଳୁଛି। କିଛି ଦିନର ବ୍ୟବଧାନରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଗତ ଦୁଇ ସପ୍ତାହ ହେଲା ପାରଦ ତଳ ମୁହାଁ ହେବା ସହ ଓଡ଼ିଶାର ଦାର୍ଜିଲିଂ କୁହାଯାଉଥିବା ଘୁମୁସର ଉଦୟଗିରି ଅଞ୍ଚଳରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ହାଡ଼ଭଙ୍ଗା ଶୀତ ସହ ସକାଳ ଆଠଟା ପର୍ଯ୍ୟନ୍ତ ଘନ କୁହୁଡ଼ି ସାଙ୍ଗକୁ ସ୍ଥାନୀୟ ଅଞ୍ଚଳରେ ତୁଷାରପାତ ଦେଖିବାକୁ ମିଳିଛି। ଏହି ଅଞ୍ଚଳରେ ଏବେ ତୁଷାରପାତ ଜାରି ରହିଛି। ଶୀତ‌ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଉଛି। ଆଗାମୀ ଦିନରେ ଶୀତ ଆହୁରି ବଢ଼ିବାର ଆଶଙ୍କା ରହୁଛି। 

ଏହି ଖବର ପଢ଼ନ୍ତୁ: କନ୍ଧମାଳ ଜିଲ୍ଲାରେ ପ୍ରକୃତି ହସୁଛି

ସ୍ଥାନୀୟ ଅଞ୍ଚଳର ଗ୍ରାମାଞ୍ଚଳରେ ଥଣ୍ଡାର ପ୍ରକୋପ ଅଧିକ ରହୁଥିବା ବେଳେ ଜଙ୍ଗଲ ପାହାଡ଼ ଘେରା ଏହି ଅଞ୍ଚଳରେ ଶୀତ ଯୋଗୁଁ ପର୍ଯ୍ୟଟକଙ୍କ ଭିଡ଼ ଲାଗୁଛି। ଘନ କୁହୁଡ଼ି ଯୋଗୁଁ ରାସ୍ତାରେ ଯାତାୟତ କରୁଥିବା ଗାଡିମଟର ଗୁଡ଼ିକ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା, ମଲିକାପୋଡ଼ି, ସିର୍କି, ମୁକୁଲିଙ୍ଗିଆ, ଲିଙ୍ଗାଗଡ଼, ରାଇକଲା, ରଟିଙ୍ଗିଆ, କତିଙ୍ଗିଆ ପଞ୍ଚାୟତର ଦୁର୍ଗମ ଅଞ୍ଚଳରେ ତୁଷାରପାତ ହେବା ସହ ପ୍ରବଳ ଶୀତ ଲହରୀ ଜାରି ରହିଛି। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଲଗେଇ ବସିରହୁଥିବା ଦେଖିବାକୁ ମିଳିଛି।

ଏହି ଖବର ପଢ଼ନ୍ତୁ: ସୁନ୍ଦରଗଡ଼ବାସୀଙ୍କ ଭାବାବେଗକୁ ସମ୍ମାନ ଦେଉଛୁ

ଦୁଇ ଦିନ ପରେ କ୍ୟାଲେଣ୍ଡର ମାସ ନଭେମ୍ବର ବିଦାୟ ନେବ। ଡିସେମ୍ବର ମାସ ଆସିବ। ୨୦୨୪ର ଶେଷ ମାସ ଅବସରରେ କନ୍ଧମାଳ ଜିଲ୍ଲାରେ ଥିବା ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ପର୍ଯ୍ୟଟକମାନଙ୍କର ଭିଡ଼ ରହିବ।  

G Udayagiri

ଏହି ଖବର ପଢ଼ନ୍ତୁ: ଷ୍ଟକ ବଜାରରେ ବଡ଼ ଧରଣର ହ୍ରାସ

ସ୍ଥାନୀୟ ଆଞ୍ଚଳିକ ଗବେଷଣା ଓ ପ୍ରଯୁକ୍ତିବିଦ୍ୟା ସମ୍ପ୍ରସାରଣ କେନ୍ଦ୍ର ସୂଚନାନୁସାରେ ଗତ ଦୁଇ ସପ୍ତାହ ହେଲା ଲଗାତାର ପାରଦ ଖସିବାରେ ଲାଗିଛି। ଗତକାଲି ୮.୪ଡିଗ୍ରି ଥିବା ବେଳେ ଆଜି ପୁଣି ଖସି ୬.୨ଡିଗ୍ରି ରେକର୍ଡ କରାଯାଇଛି। ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ଶୀତଲହରି ଜାରି ରହିବା ସହ ଘନ କୁହୁଡି ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛନ୍ତି। ପ୍ରବଳ ଶୀତ ଜାଡ଼ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ହାତଗୋଡ଼ କାଲ ମାରିବା ସହ ପାଣି ଜାଡ଼ିଯାଉଛି। ନିଆଁକୁ ଗରମ ପାଣି ଭରସାରେ ଚାଲିଛି ଜୀବନ।

ଏହି ଖବର ପଢ଼ନ୍ତୁ: ମଦ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ମହିଳା ଗୋଷ୍ଠୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe