କୁନିକୁନି ଅନାଥ ଶିଶୁଙ୍କ ଗହଣରେ ନିଜ ଜନ୍ମଦିନ ପାଳିଲେ ଏସ୍‌ଡିପିଓ

Advertisment

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଏସଡିପିଓ ବିଜୟ କୁମାର ବିଶି ନିଜ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସେ ଅନାଥ ଶିଶୁମାନଙ୍କ ସହିତ ଜନ୍ମଦିନର ଗୁରୁତ୍ବପୂର୍ଣ୍ଣ ସମୟକୁ ଅତିବାହିତ କରିଛନ୍ତି।

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଏସଡିପିଓ ବିଜୟ କୁମାର ବିଶି ନିଜ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସେ ଅନାଥ ଶିଶୁମାନଙ୍କ ସହିତ ଜନ୍ମଦିନର ଗୁରୁତ୍ବପୂର୍ଣ୍ଣ ସମୟକୁ ଅତିବାହିତ କରିଛନ୍ତି।

IMG_20241124_114142

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଏସଡିପିଓ ବିଜୟ କୁମାର ବିଶି ନିଜ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସେ ଅନାଥ ଶିଶୁମାନଙ୍କ ସହିତ ଜନ୍ମଦିନର ଗୁରୁତ୍ବପୂର୍ଣ୍ଣ ସମୟକୁ ଅତିବାହିତ କରିଛନ୍ତି।

ଆଜି ସ୍ଥାନୀୟ ସୁଭଦ୍ରା ମହତାବ ସେବା ସଦନ ପରିସରରେ ଏସଡିପିଓ ଶ୍ରୀ ବିଶି ପହଁଚି କୁନିକୁନି ଅନାଥ ଶିଶୁ ଭଉଣୀମାନଙ୍କୁ ମିଶିବା ସହ ତାଙ୍କ ସହ ଭାବର ଆଦାନ ପ୍ରଦାନ କରିଥିଲେ। କୁନିକୁନି ଶିଶୁମାନେ ଫୁଲତୋଡା ଦେଇ ସ୍ୱାଗତ କରିବା ସହ ଜନ୍ମଦିନର ଶୁଭେଛା ଜଣେଇଥିଲେ।

ସ୍ୱାଗତ ସଙ୍ଗୀତ ସହ ସଙ୍ଗୀତର ତାଳେ ତାଳେ କୁନିକୁନି ଶିଶୁମାନେ ଜନ୍ମଦିନ ଶୁଭେଛା ସଙ୍ଗୀତ ମଧ୍ୟ ଗାନ କରିଥିଲେ। କିଛି ସମୟ ପିଲାଙ୍କ ଗହଣରେ କଟିବା ସହ ତାଙ୍କୁ ମିଷ୍ଟାନ୍ନ ଏବଂ ବିସ୍କୁଟ ବଣ୍ଟନ କରି ଜୀବନରେ ଆଗକୁ ବଢ଼ାଇବା ଏବଂ ଜଣେ ଜଣେ ସୁନାଗରିକ ହେବା ନିମନ୍ତେ ପ୍ରେରଣା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe