ସାରା ରାଜ୍ୟରେ ଶୀତ ଲହରୀ ଜାରି: ୧୬ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ

ସାରା ରାଜ୍ୟରେ ଶୀତ ଲହରୀ ଜାରି: ୧୬ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ

ଭୁବନେଶ୍ବର: ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶା। ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। କନ୍ଧମାଳ ଜିଲ୍ଲା ଜି. ଉଦୟଗିରିଠାରେ ଚଳିତବର୍ଷ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରି ରେକର୍ଡ କରାଯାଇଛି। ରାଜ୍ୟର ୧୬ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ଥିବା ଜଣାଯାଇଛି। ୪.୬ ଡିଗ୍ରି ସହ ଜି. ଉଦୟଗିରି ସବୁଠୁ ଥଣ୍ଡା ସହର ପରିଗଣିତ ହୋଇଛି।

ଏହାଛଡ଼ା ସେମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୮.୪, ଫୁଲବାଣୀରେ ୬, ସୁନ୍ଦରଗଡ଼ ଜିଲ୍ଲା କିରେଇରେ ୭.୧, କୋରାପୁଟରେ ୭.୭ ଡିଗ୍ରି, କେନ୍ଦୁଝରରେ ୭.୮, ଦାରିଙ୍ଗବାଡ଼ିରେ ୮, ଅନୁଗୁଳ ଓ ଭବାନୀପାଟଣାରେ ୮.୬, ରାଉରକେଲାରେ ୮.୭ ଡିଗ୍ରି, ସୁନ୍ଦରଗଡ଼ରେ ଓ ନବରଙ୍ଗପୁରରେ ୯, ସୋନପୁରରେ ୯.୩ ଓ ଝାରସୁଗୁଡ଼ାଓ  ରାଣୀତାଲରେ ୯.୪ ଡିଗ୍ରି, ୧୦ ଡିଗ୍ରି ରହିଛି। ତେବେ କଟକ ଓ ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରି ରେକର୍ଡ କରାଯାଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆଗାମୀ ୩ଦିନ ଯାଏ ପାଗ ଶୁଖିଲା ରହିବ।। କିଛି ଜିଲ୍ଲାରେ ଘନ କୁହୁଡ଼ିର ସମ୍ଭାବନା ଥିବା ବେଳେ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର କୁହୁଡ଼ି ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe