୩.୨ ଡିଗ୍ରି ଜାଡ଼ରେ ଥରୁଛି ଘୁ.ଉଦୟଗିରି, ଦିନକରେ ୪.୪ ଡିଗ୍ରି ତାପମାତ୍ରା ଖସିଲା, ଜନଜୀବନ ଅସ୍ତବ୍ୟସ୍ତ

୩.୨ ଡିଗ୍ରି ଜାଡ଼ରେ ଥରୁଛି ଘୁ.ଉଦୟଗିରି, ଦିନକରେ ୪.୪ ଡିଗ୍ରି ତାପମାତ୍ରା ଖସିଲା, ଜନଜୀବନ ଅସ୍ତବ୍ୟସ୍ତ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ପ୍ରବଳ ଶୀତ ଏବଂ ଜାଡ ପାଇଁ ସାରା ରାଜ୍ୟରେ ପରିଚିତ ଥିବା ବେଳେ ଚଳିତ ବର୍ଷ ଶୀତ ଏକ ପ୍ରକାର ଲୁଚକାଳି ଖେଳ ଖେଳୁଛି। କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସହର ଚଳିତ ବର୍ଷ ଥଣ୍ଡାର ସହର ଭାବେ ବେଶ ପରିଚିତ ହୋଇଛି। ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଥିବା ଏବଂ ଥଣ୍ଡାର ସହର ଭାବେ ଘୁ.ଉଦୟଗିରି ପରିଚିତ ହୋଇଛି। ଚଳିତ ବର୍ଷର ଶୀତର ଉଥାନ ପତନ ସହ ପାରଦ ଉପର ତଳ ଭିତରେ ଶୀତଋତୁର ଶେଷ ସମୟରେ ପୁଣି ପାରଦ ତଳ ମୁଁହା ହୋଇ ଆଜି ୩.୨ ଡିଗ୍ରି ରେକର୍ଡ଼ ହୋଇଛି। ଗତକାଲି ସହରର ତାପମାତ୍ରା ୭.୬ ଡିଗ୍ରି ରେକର୍ଡ଼ କରାଯାଇଥିବା ବେଳେ ଗୋଟିଏ ଦିନରେ ତାପମାତ୍ରା ୪.୪ଡିଗ୍ରି ତଳକୁ ଖସିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

publive-image

କିଛି ଦିନର ବ୍ୟବଧାନ ପରେ ରାଜ୍ୟକୁ ଶୀତ ଲେଉଟିଛି। ରାତି ୯ଟା ପରେ ପରଦିନ ସକାଳ ୯ଟା ପର୍ଯ୍ୟନ୍ତ ଅଧିକ ଥଣ୍ଡା ଅନୁଭୂତ ହେଉଛି। ଫୁଲବାଣୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଧିକ ଜାଡ଼ ଅନୁଭୂତ ହେଉଛି। ଆଜି ସକାଳୁ ଫୁଲବାଣୀ ସହରରେ ସର୍ବନିମ୍ନ ତାପମାତ୍ର ୫.୬ ଡିଗ୍ରି  ଓ ଦାରିଙ୍ଗବାଡ଼ିରେ ତାପମାତ୍ର ୧୦.୫ ଡିଗ୍ରି ରେକର୍ଡ ହୋଇଛି।

publive-image

ଜାଡ ସାଙ୍ଗକୁ ପ୍ରବଳ ଶୀତ ଅନୁଭୂତ ହେଉଛି। ସୁଲୁସୁଲିଆ ଶୀତଳ ପବନ ବୋହିବା ଯୋଗୁଁ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଦିନରେ ସୂର୍ଯ୍ୟଙ୍କ ପ୍ରକୋପ ସହ ତାତି ରହୁଥିବା ବେଳେ ସଞ୍ଜ ନଇଁଲେ ଥଣ୍ଡାର ପ୍ରକୋପ ବଢୁଛି। ରାତି ବଢିବା ସହ ଶୀତ ବଢି ଜାଡ ସୃଷ୍ଟି ହେଉଛି। କିଛି ଦିନ ହେଲା ଶୀତ ଏକ ପ୍ରକାର ଉଭାନ ହୋଇଯାଇଥିବା ଯୋଗୁଁ ସାଧାରଣ ଲୋକ ନିଜ ନିଜ ଶୀତବସ୍ତ୍ରକୁ ଭୁଲି ଯାଇଥିଲେ। ହଠାତ ପୁଣି ଶୀତ ଲେଉଟିବା ପରେ ପୁଣି ଶୀତ ବସ୍ତ୍ର ପରିଧାନ କରି ଲୋକ ବାହାରକୁ ବାହାରୁ ଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe