ପୁଣି ଖସିଲା ପାରଦ: ଘୁ.ଉଦୟଗିରିରେ ପାରା ୭ଡିଗ୍ରି ରେକର୍ଡ, ପ୍ରବଳ ଥଣ୍ଡାରେ ଥରୁଛନ୍ତି ଲୋକେ

ପୁଣି ଖସିଲା ପାରଦ: ଘୁ.ଉଦୟଗିରିରେ ପାରା ୭ଡିଗ୍ରି ରେକର୍ଡ, ପ୍ରବଳ ଥଣ୍ଡାରେ ଥରୁଛନ୍ତି ଲୋକେ

ଘୁ.ଉଦୟଗିରି: ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ସର୍ବାଧିକ ଥଣ୍ଡା ସହର ଘୁ.ଉଦୟଗିରିରେ ଥଣ୍ଡାର ପ୍ରକୋପ ଜାରି ରହିଥିବା ବେଳେ ତାପମାତ୍ରା ଦିନକୁ ଦିନ ତଲମୁଁହା ହେବାରେ ଲାଗିଛି। ସପ୍ତାହେ ହେଲା ପାରଦ ତଳମୁଁହା ହେବା ସହ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଆଜି ଘୁ.ଉଦୟଗିରି ସହରର ତାପମାତ୍ରା ୭ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଆଭ୍ୟନ୍ତରୀଣ ଅଞ୍ଚଳ ଯଥା ମୁକୁଲିଙ୍ଗିଆ, ସିପାଏଜୁ ଭଳି ଦୁର୍ଗମ ପାହାଡିଆ ଗାଁରେ ପାରଦ ଆହୁରି ଦୁଇ ଡିଗ୍ରୀ କମ ରହିଥିବା ଏବଂ ଥଣ୍ଡା ଜାଡ଼ରେ କମ୍ପୁଥିବା ସୂଚନା ମିଳିଛି।

publive-image

ରାତିରୁ କୁହୁଡି ଆରମ୍ଭ ହୋଇ ସକାଳ ୮ଟା ପର୍ଯ୍ୟନ୍ତ ଲାଗି ରହୁଥିବା ଯୋଗୁଁ ରାସ୍ତାରେ ଗାଡ଼ି ମଟର ଯାତାୟତ ରେ ସମସ୍ୟା ସୃଷ୍ଟି ହେବାରେ ଲାଗିଛି। ପ୍ରବଳ ଥଣ୍ଡା ଜାଡ଼ ଯୋଗୁଁ ଲୋକ ନିଆଁ ଭରଷାରେ ରହୁଛନ୍ତି। ସ୍ଥାନୀୟ ସହରରେ ପ୍ରବଳ ଥଣ୍ଡା ଯୋଗୁଁ ଯାତ୍ରୀବାହୀ ବସ୍‌କୁ ଅପେକ୍ଷା କରୁଥିବା ଯାତ୍ରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ସମସ୍ୟାର ସମ୍ମୁଖିନ ହେବାର ମୁଖ୍ୟ କାରଣ ବସ୍‌କୁ ଅପେକ୍ଷା କରିବା ନିମନ୍ତେ ସହରରେ କୌଣସି ସ୍ଥାନରେ ଵିଶେଷ କରି ଗାନ୍ଧୀ ଛକ, ଭଞ୍ଜ ମାର୍କେଟ ସମ୍ମୁଖରେ, ବନ୍ଧ ଛକ ରେ କୌଣସି ଯାତ୍ରୀ ବିଶ୍ରାମଗାର ନାହିଁ। ଖୋଲା ଆକାଶ ତଳେ ପ୍ରବଳ ଥଣ୍ଡାରେ ଯାତ୍ରୀ ମାନେ ବସ କୁ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି।ଥଣ୍ଡାର ସହରରେ ଥଣ୍ଡା ଖାଇବାକୁ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠେଇବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe