ଗଡ଼ ଜଗନ୍ନାଥ ମନ୍ଦିର: ଛେରାପହଁରା କରନ୍ତି ମହୁରୀ ରାଜା

Advertisment

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଠାରୁ ମାତ୍ର ୫ କିମି ଦୂର ମହୁଡ଼ା ଯିବା ରାସ୍ତାରେ ପଡେ଼ ମହୁରୀଗଡ଼ ଦୁର୍ଗ। ଏହି ଗଡ଼ ଆଜି ଭଗ୍ନାବସ୍ଥାରେ ପଡ଼ି ରହଛି। ତେବେ ଏହାର ଗୌରବମୟ ଗାଥା ଗ˚ଜାମବାସୀଙ୍କ ପାଇଁ ଅଭୁଲା ସ୍ମୃତି ହୋଇରହିଛି।

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଠାରୁ ମାତ୍ର ୫ କିମି ଦୂର ମହୁଡ଼ା ଯିବା ରାସ୍ତାରେ ପଡେ଼ ମହୁରୀଗଡ଼ ଦୁର୍ଗ। ଏହି ଗଡ଼ ଆଜି ଭଗ୍ନାବସ୍ଥାରେ ପଡ଼ି ରହଛି। ତେବେ ଏହାର ଗୌରବମୟ ଗାଥା ଗ˚ଜାମବାସୀଙ୍କ ପାଇଁ ଅଭୁଲା ସ୍ମୃତି ହୋଇରହିଛି।

Newlll

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଠାରୁ ମାତ୍ର ୫ କିମି ଦୂର ମହୁଡ଼ା ଯିବା ରାସ୍ତାରେ ପଡେ଼ ମହୁରୀଗଡ଼ ଦୁର୍ଗ। ଏହି ଗଡ଼ ଆଜି ଭଗ୍ନାବସ୍ଥାରେ ପଡ଼ି ରହଛି। ତେବେ ଏହାର ଗୌରବମୟ ଗାଥା ଗ˚ଜାମବାସୀଙ୍କ ପାଇଁ ଅଭୁଲା ସ୍ମୃତି ହୋଇରହିଛି। ଏହି ଗଡ଼ରେ ମହୁରୀ ରାଜା ପ୍ରଜାଙ୍କୁ ଶାସନ କରିବା ସହ ସେମାନଙ୍କ ଭଲମନ୍ଦ ବୁଝୁଥିଲେ। ଏହି ଅଞ୍ଚଳର ବୀର ପାଇକମାନେ ଯୁଦ୍ଧ ଲଢ଼ି ନିଜ ବୀରତ୍ବର ପରାକାଷ୍ଠା ପ୍ରଦର୍ଶନ କରିଥିଲେ। ଏହି ଦୁର୍ଗ ବର୍ତ୍ତମାନ ବିଲୁପ୍ତ ଅବସ୍ଥାରେ ଥିଲେ ମଧୢ ଏହାର କିଂବଦନ୍ତି ଓ ଗୌରବ ଜିଲ୍ଲାବାସୀଙ୍କ ପାଇଁ ସ୍ମୃତି ହୋଇ ରହିଛି। 

ରାଜାରାଜୁଡ଼ାଙ୍କ ଦ୍ବାରା ପ୍ରତିଷ୍ଠିତ ସମସ୍ତ ଦେବାଳୟରେ ରହିଛି ଅନେକ ଛାପ। ମହାପ୍ରଭୁଙ୍କ ରଥଯାତ୍ରା ବେଳେ ରାଜାରାଜୁଡ଼ାଙ୍କ ଉପସ୍ଥିତି ବହୁଳ ଭାବେ ଦେଖିବାକୁ ମିଳେ। ବ୍ରହ୍ମପୁର ସହରରେ ବହୁ ଜଗନ୍ନାଥ ମନ୍ଦିର ନିର୍ମାଣ ହୋଇଥିଲେ ହେଁ ଖାସ୍ପାସାହିସ୍ଥିତ ପୂର୍ବର ଗଡ଼ ଜଗନ୍ନାଥ (ବର୍ତ୍ତମାନ ସାନ ଜଗନ୍ନାଥ) ମହୁରୀରାଜାଙ୍କ କିଂବଦନ୍ତି। ଗଡ଼ଜାତ ଦୁର୍ଗ ଭାଙ୍ଗିବା ପରେ ତତ୍କାଳୀନ ମହୁରୀ ରାଜା ମହୁରୀଗଡ଼ରୁ ଆସି ବ୍ରହ୍ମପୁର ସହରରେ ଅବସ୍ଥାପିତ ହେଲେ ଏବଂ ରାଜାଙ୍କ ଦ୍ବାରା ପୂଜିତ ହେଉଥିବା ଜଗନ୍ନାଥ ଏବ˚ ଲକ୍ଷ୍ମୀନୃସି˚ହଙ୍କୁ ଆଣି ସହରରେ ଅବସ୍ଥାପିତ କରିଥିଲେ। ବଡ଼ବଜାର ଦେଶୀବେହେରା ସାହି ନିକଟରେ ମହୁରୀ ରାଜା ଅବସ୍ଥାପିତ ହୋଇଥିବା ବେଳେ ଖାସ୍ପାସାହି ଠାରେ ଲକ୍ଷ୍ମୀନୃସି˚ହ ଓ ଜଗନ୍ନାଥଙ୍କୁ ରଖି ପୂଜା କରୁଥିଲେ। କାଳକ୍ରମେ ଲକ୍ଷ୍ମୀନୃସି˚ହ ଏବ˚ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରି ପୂଜା କରାଗଲା। 

ଶହ ଶହ ବର୍ଷ ଧରି ମହୁରୀ ରାଜାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମନ୍ଦିର ପରିଚାଳନା ହୋଇ ଆସୁଥିବା ବେଳେ ୧୯୭୫ ପରଠାରୁ ପୂଜକଙ୍କ ଦ୍ବାରା ମନ୍ଦିର ପରିଚାଳନା ହୋଇ ଆସୁଛି। ମନ୍ଦିରର ରକ୍ଷଣାବେକ୍ଷଣ ବ୍ୟବସ୍ଥା କରାଯାଇଥିବା ବେଳେ ପୂର୍ବପରି ରୀତିନୀତି ଚାଲୁ ରହିଛି। ପୁରୀ ଶ୍ରୀକ୍ଷେତ୍ରରେ ଯେଭଳି ରୀତିନୀତି ରହିଛି ସେହି ନୀତିନିୟମ ଏଠାରେ ପାଳନ କରାଯାଉଛି। ମନ୍ଦିର ପକ୍ଷରୁ ବର୍ତ୍ତମାନର ମହୁରୀ ରାଜା ଥିବା ଅଶୋକ କୁମାର ନରେନ୍ଦ୍ର ଦେବଙ୍କୁ ନିମନ୍ତ୍ରଣ ଯିବା ପରେ ରାଜା ପାଇକ ଆଖଡ଼ା ଓ ବାଜାବାଜେଣୀରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଛେରାପହଁରା ଦେଇ ଯାତ୍ରାର ଶୁଭାରମ୍ଭ କରନ୍ତି। ଯାତ୍ରାର ପ୍ରତ୍ୟେକ ଦିନ ରାଜାଙ୍କ ଘରୁ ମହାପ୍ରଭୁଙ୍କ ନିକଟକୁ ଭୋଗ ଆସୁଥିବା ଦେଖିବାକୁ ମିଳେ। ପ୍ରାୟ ସମସ୍ତ ଜଗନ୍ନାଥମନ୍ଦିରରେ ଚତୁର୍ଦ୍ଧାମୂ୍ର୍ତ୍ତି ପୂଜା ପାଉଥିବା ବେଳେ ଗଡ଼ଜଗନ୍ନାଥ ମନ୍ଦିରରେ କେବଳ ଜଗନ୍ନାଥଙ୍କୁ ହିଁ ପୂଜା କରାଯାଉଛି। ରାଜାରାଜୁଡ଼ା ସମୟରେ ପ୍ରତିବର୍ଷ ନୂତନ ରଥ ନିର୍ମାଣ ହେଉଥିବା ବେଳେ ସ˚ପ୍ରତି ଆଉ ସେହି ବ୍ୟବସ୍ଥା ନାହିଁ। ବ୍ୟୟ ବହୁଳ ସାଙ୍ଗକୁ କାଠର ଅଭାବ ଯୋଗୁଁ ଗୋଟିଏ ରଥକୁ ସ୍ଥାୟୀ ଭାବେ ନିର୍ମାଣ କରାଯାଇଛି। ଯାତ୍ରା ସମୟରେ ଉକ୍ତ ରଥକୁ ରଙ୍ଗଦେଇ ବାହାର କରାଯାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe