Gadkari expressed his displeasure: ଯନ୍ତ୍ରୀଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ ଗଡ଼କରୀ: ଭୁଲ୍‌ ଡିପିଆର୍‌ ପାଇଁ ଲୋକ ମରୁଛନ୍ତି

Advertisment

ଆମେ ତ ‌େହାଟେଲ୍‌ରେ ଖାଇବାକୁ ଗଲେ କେଉଁଠି ଶସ୍ତାରେ ମିଳୁଛି ଖାଉନେ, ବରଂ ଯେଉଁଠି ଭଲ ଖାଦ୍ୟ ମିଳୁଛି ସେଠିକି ଯାଉଛେ। ହାର୍ଟ ଅପରେସନ୍ କରିବାବେଳେ କୋଟେସନ୍ ମାଗୁନୁ ଯେ କେଉଁ ହସ୍ପିଟାଲରେ କମ୍‌ ଅର୍ଥରେ ଅପରେସନ୍ ହୋଇପାରିବ।

ଆମେ ତ ‌େହାଟେଲ୍‌ରେ ଖାଇବାକୁ ଗଲେ କେଉଁଠି ଶସ୍ତାରେ ମିଳୁଛି ଖାଉନେ, ବରଂ ଯେଉଁଠି ଭଲ ଖାଦ୍ୟ ମିଳୁଛି ସେଠିକି ଯାଉଛେ। ହାର୍ଟ ଅପରେସନ୍ କରିବାବେଳେ କୋଟେସନ୍ ମାଗୁନୁ ଯେ କେଉଁ ହସ୍ପିଟାଲରେ କମ୍‌ ଅର୍ଥରେ ଅପରେସନ୍ ହୋଇପାରିବ।

fshhfshfsxvbbv
ଭୁବନେଶ୍ବର: ଆମେ ତ ‌େହାଟେଲ୍‌ରେ ଖାଇବାକୁ ଗଲେ କେଉଁଠି ଶସ୍ତାରେ ମିଳୁଛି ଖାଉନେ, ବରଂ ଯେଉଁଠି ଭଲ ଖାଦ୍ୟ ମିଳୁଛି ସେଠିକି ଯାଉଛେ। ହାର୍ଟ ଅପରେସନ୍ କରିବାବେଳେ କୋଟେସନ୍ ମାଗୁନୁ ଯେ କେଉଁ ହସ୍ପିଟାଲରେ କମ୍‌ ଅର୍ଥରେ ଅପରେସନ୍ ହୋଇପାରିବ। ତେବେ କାହିଁକି ରାସ୍ତା‌ ନିର୍ମାଣ ପାଇଁ ଡିପିଆର୍ ପ୍ରସ୍ତୁତ କରିବାବେଳେ ଟେଣ୍ଡର କରୁଛେ, ଆଉ ଯେଉଁ ସଂସ୍ଥା ସବୁଠୁ କମ୍‌ ଟଙ୍କାରେ କାମ କରିବ କହୁଛି ତାକୁ ଦେଉ‌େଛ? ଆମକୁ ଏ ବ୍ୟବସ୍ଥାକୁ ବଦଳାଇବାକୁ ପଡ଼ିବ। ଯିଏ ଭଲ ଡିପିଆର୍‌ କରିବ ତାକୁ ହିଁ କାର୍ଯ୍ୟକାରୀ କରାଯିବ। ଦେଶରେ ଏବେ ରାସ୍ତା ନିର୍ମାଣ ପାଇଁ ଅର୍ଥର ଅଭାବ ନାହିଁ, ତେଣୁ ଇଞ୍ଜିନିୟରମାନଙ୍କୁ ଭଲ ଡିପିଆର୍ ପ୍ରସ୍ତୁତ କରିବାକୁ ପଡ଼ିବ। ଡିପିଆର୍‌ ହିଁ ପ୍ରକଳ୍ପର ମେରୁଦଣ୍ଡ। ତେଣୁ କୌଣସି ଡିପିଆର୍‌କୁ ହାଲୁକାରେ ନିଅନି। ଏହି ଡିପିଆର୍‌ରେ ତ୍ରୁଟି ‌ଯୋଗୁ ସଡ଼କ ଦୁର୍ଘଟଣାରେ ବର୍ଷକୁ ୧.୮୦ଲକ୍ଷ ମରୁଛନ୍ତି। ଡିପିଆର୍ ପ୍ରସ୍ତୁତିବେଳେ ଇଞ୍ଜିନିୟରମାନେ ସମ୍ବେଦନଶୀଳ ହେବାକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆହ୍ବାନ ଦେଇଛନ୍ତି।
ସ୍ଥାନୀୟ ଜନତା ମଇଦାନଠାରେ ୮୪ତମ ଭାରତୀୟ ସଡ଼କ କଂଗ୍ରେସ ସମାବେଶକୁ ଉଦ୍‌ଘାଟନ କରି ଶ୍ରୀ ଗଡ଼କରୀ ସାରା ଦେଶର ଇଞ୍ଜିନିୟରମାନଙ୍କୁ ବାର୍ତ୍ତା ଦେଇଛନ୍ତି, କାମରେ ସାଲିସ୍ କରନି, ତୁମର ଅବହେଳା ପାଇଁ ଯେପରି ଲୋକଙ୍କ ଜୀବନ ନଯାଏ ସେଥିପ୍ରତି ସମ୍ବେଦନଶୀଳ ହୁଅ। ଯଦି ରାସ୍ତା ଡିଜାଇନ୍‌ରେ ତ୍ରୁଟି ଅଛି ଜାଣୁଛ ତେବେ ତାକୁ ତୁରନ୍ତ ସଜାଡ଼। ଯଦି ଉପରିସ୍ଥ ଅଧିକାରୀ ମାନୁନାହାନ୍ତି ତେବେ ସବୁଠୁ ଉପରେ ଥିବା ଅଧିକାରୀଙ୍କୁ ବୁଝାଅ। କିନ୍ତୁ ରାସ୍ତାର ମାନ, ଡିଜାଇନ୍‌ରେ କୌଣସି ସାଲିସ୍ କରନି। କାରଣ ତୁମେ ଜାଣିବା ଦରକାର ଯେ ତୁମେ ଏମିତି ରାସ୍ତା ତିଆରି କରୁଛ ଯେ ଫୁଟପାଥ୍‌ରେ ଚାଲିକି ଯାଉଥିବା ବରିଷ୍ଠ ନାଗରିକଙ୍କ ଉପରେ ଗାଡ଼ି ଚଢ଼ି ଯାଉଛି, ଏମିତି ଜଙ୍କସନ୍ ନିର୍ମାଣ କରୁଛ ଯେ ସେହିଠାରେ ହିଁ ସବୁଠୁ ଅଧିକ ଦୁର୍ଘଟଣା ହେଉଛି। ଦେଶରେ ରାସ୍ତା ବଢ଼ୁଛି, ଗାଡ଼ି ବଢ଼ୁଛି, ତା’ ସହିତ ସଡ଼କ ଦୁର୍ଘଟଣା ବି ବଢ଼ୁଛି। ଆମେ କ’ଣ ଲୋକଙ୍କୁ ମାରିବା ପାଇଁ ରାସ୍ତା ନିର୍ମାଣ କରୁଛେ କି ବୋଲି ଗଡ଼କରୀ ପ୍ରଶ୍ନ କରିଛନ୍ତି। 
୮୪ତମ ଭାରତୀୟ ସଡ଼କ କଂଗ୍ରେସ ଉଦ୍‍ଘାଟିତ
ରାସ୍ତାର ମାନ, ଡିଜାଇନ୍‌ରେ କୌଣସି ସାଲିସ୍ କରନି
ଭୁବନେଶ୍ବର ରିଂ ରୋଡ୍‌ରେ ବ୍ୟବହାର ହେବ କଠିନ ବର୍ଜ୍ୟ
ସମୃଦ୍ଧ ଓଡ଼ିଶା ଗଠନ ପାଇଁ ‘ବିସ୍ତୃତ ଭିତ୍ତିଭୂମି ମାଷ୍ଟରପ୍ଲାନ୍‌’ ପ୍ରସ୍ତୁତ କରାଯାଉଛି: ମୁଖ୍ୟମନ୍ତ୍ରୀ
ଏହା ସହ ସେ କହିଥିଲେ ଯେ ଏବେ ସାରା ଦେଶରେ ରାସ୍ତା ଯୋଗୁ ୪୦% ପ୍ରଦୂଷଣ ହେଉଛି। ଏହା କିପରି କମିବ ଆମକୁ ଚିନ୍ତା କରିବାକୁ ପଡ଼ିବ। ଆମକୁ ବର୍ଜ୍ୟବସ୍ତୁ ବ୍ୟବହାର କରି ରାସ୍ତା, କୁଟାରୁ ପିଚୁ, ପିଚୁରେ ବ୍ୟବହୃତ ଟାୟାର ଗୁଣ୍ଡ ମିଶାଇ ଉନ୍ନତମାନର ପିଚୁ ପ୍ରସ୍ତୁତ କରିବାକୁ ପଡ଼ିବ। ଏହାଦ୍ବାରା ପେଟ୍ରୋଲିୟମ ପିଚୁର ଚାହିଦା କମିବ, ପ୍ରଦୂଷଣ ବି କମିବ। ଭୁବନେଶ୍ବର ରିଂ ରୋଡ୍‌ ପ୍ରକଳ୍ପରେ ଭୁବନେଶ୍ବରର କଠିନ ବର୍ଜ୍ୟବସ୍ତୁକୁ ବ୍ୟବହାର କରି ରାସ୍ତା ନିର୍ମାଣ କରିବାକୁ ସେ କହିଛନ୍ତି। ଏହାଦ୍ବାରା ରାସ୍ତା ନିର୍ମାଣ ଖର୍ଚ୍ଚ କମିବ, ସ୍ବଚ୍ଛ ଭୁବନେଶ୍ବର ହେବ। ଆଗାମୀ ଦିନରେ ଆମ ଭବିଷ୍ୟତର ଇନ୍ଧନ ହେଉଛି-ହାଇଡ୍ରୋଜେନ୍। ସେଥିପାଇଁ ଆମେ ଦେଶରେ ଗ୍ରିନ୍‌ ହାଇଡ୍ରୋଜେନ୍ ପ୍ରସ୍ତୁତିକୁ ଗୁରୁତ୍ୱ ଦେଉଛୁ।
କେନ୍ଦ୍ର ସରକାର ଅଧିକ ସଡ଼କ ନିର୍ମାଣ କରି ଯାତାୟାତ ସମୟ ହ୍ରାସ କରିବା ଉପରେ ଗୁରୁତ୍ବ ଦେଉଛନ୍ତି। ଏହାଦ୍ବାରା ଲଜିଷ୍ଟିକ୍ ଖର୍ଚ୍ଚ କମିବ। ଭଲ ରାସ୍ତା ହେଲେ ଅଧିକ ପୁଞ୍ଜିନିବେଶ ହେବ। ପୁଞ୍ଜିନିବେଶ ହେଲେ ନିଯୁକ୍ତି ମିଳିବ, ନିଯୁକ୍ତି ମିଳିଲେ ଦେଶରୁ ଦାରିଦ୍ର୍ୟ ହଟିବ। ଆଗାମୀ କିଛି ଦିନ ଭିତରେ ଭାରତ ସଡ଼କ ନେଟ୍‌ୱର୍କ କ୍ଷେତ୍ରରେ ବିଶ୍ୱରେ ଏକ ନମ୍ବର ହେବାକୁ ଯାଉଛି। ଦେଶବ୍ୟାପୀ ଉନ୍ନତମାନର ସଡ଼କ ନିର୍ମାଣ ପାଇଁ ୨ ଲକ୍ଷ ୮୭ ହଜାର କୋଟି ଟଙ୍କାର ପ୍ରାବଧାନ ରହିଛି। 
ଉପସ୍ଥିତ ଇଞ୍ଜିନିୟର, ବିଶେଷଜ୍ଞ ଓ ଅଧିକାରୀମାନଙ୍କୁ ସମ୍ବୋଧନ କରି ସେ କହିଥିଲେ, ଭାରତୀୟ ସଡ଼କ କଂଗ୍ରେସ ହେଉଛି ଭାରତୀୟ ରୋଡ୍‌ ଇଞ୍ଜିନିୟରିଂର ଆତ୍ମା। ଏହି ସମାବେଶ ହେଉଛି ସଡ଼କ ଭିତ୍ତିଭୂମି ନିର୍ମାଣ, ଗବେଷଣା ଓ ବୈଷୟିକ ଜ୍ଞାନକୌଶଳ ଆଦାନପ୍ରଦାନର ପ୍ଲାଟଫର୍ମ। ଆଇଆର୍‌ସି ରାସ୍ତା ଉପରେ ଅଧିକ ଗବେଷଣା କରୁ ଏବଂ ଭାରତର ରାସ୍ତାକୁ ବିଶ୍ବର ଶ୍ରେଷ୍ଠ ରାସ୍ତାରେ ପରିଣତ କରୁ। ଏହି ଅବସରରେ ଶ୍ରୀ ଗଡ଼କରୀ ଓଡ଼ିଶା ପାଇଁ ୧୦୦୦ କୋଟି ଟଙ୍କାର କେନ୍ଦ୍ରୀୟ ସଡ଼କ ଭିତ୍ତିଭୂମି ପାଣ୍ଠି ଘୋଷଣା କରିବା ସହ କହିଛନ୍ତି ଯେ ରାଜ୍ୟ ସରକାର ଯେଉଁ ଜାତୀୟ ରାଜପଥ ପ୍ରକଳ୍ପ ଦେବେ ତାହାକୁ ଆମେ ତୁରନ୍ତ ମଞ୍ଜୁର କରିବୁ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ବୋଧନ ଦେଇ କହିଥିଲେ, କେନ୍ଦ୍ରରେ ମୋଦୀ ସରକାର ଆସିବା ପରେ ଦେଶରେ ସଡ଼କ ଭିତ୍ତିଭୂମିରେ ଉନ୍ନତି ଅାସିଛି। ସ୍ୱାଧୀନତା ପରଠାରୁ ୨୦୧୪ ମସିହା ସୁଦ୍ଧା ଦେଶରେ ମାତ୍ର ୯୧ହଜାର କିଲୋମିଟର ରାଜପଥ ନିର୍ମାଣ ହୋଇଥିବା ବେଳେ ୨୦୧୪ରୁ ୨୦୨୪ ଅର୍ଥାତ୍ ମାତ୍ର ୧୦ବର୍ଷରେ ୫୫ ହଜାର କିମିର ରାଜପଥ ନିର୍ମାଣ କରାଯାଇଛି। 
 ମୁଖ୍ୟମନ୍ତ୍ରୀ କହିଥିଲେ, ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମେ ଓଡ଼ିଶାର ଅର୍ଥନୀତିକୁ ମଜଭୁତ କରୁଛୁ। ଏଥିପାଇଁ ଆମେ ବନ୍ଦର, ସଡ଼କ, ରେଳ ଏବଂ ବିମାନ ପରିବହନ କ୍ଷେତ୍ରର ବିକାଶ ଦିଗରେ ଉଦ୍ୟମ ଅବ୍ୟାହତ ରଖିଛୁ। ସମୃଦ୍ଧ ଓଡ଼ିଶା ଗଠନ ପାଇଁ ‘ବିସ୍ତୃତ ଭିତ୍ତିଭୂମି ମାଷ୍ଟରପ୍ଲାନ୍‌’ ପ୍ରସ୍ତୁତ କରାଯାଉଛି। ୨୦୨୫-୨୬ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ୧୩,୦୬୯ କୋଟି ଟଙ୍କାର ଜାତୀୟ ରାଜପଥ ମଞ୍ଜୁର କରିଛନ୍ତି। କିନ୍ତୁ ଓଡ଼ିଶାରେ ଏବେବି ଜାତୀୟ ରାଜପଥ ହାର ସାରା ଦେଶରେ କମ୍। ଆଗାମୀ ଦିନରେ ଅଧିକ ପ୍ରକଳ୍ପ ଓଡ଼ିଶାରେ ହେବା ଦରକାର। ଆମ ସରକାର ୫ବର୍ଷ ମଧ୍ୟରେ ୭୫ ହଜାର କିମିର ସଡ଼କ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛନ୍ତି। ଓଡ଼ିଶାର ସଡ଼କଗୁଡ଼ିକୁ ବିଶ୍ୱସ୍ତରୀୟ ମାନର କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି। ଆଗାମୀ ଦିନରେ କେନ୍ଦ୍ର ମନ୍ତ୍ରୀଙ୍କର ଏହି ସହଯୋଗ ଓଡ଼ିଶାର ବିକାଶକୁ ଆହୁରି ଗତିଶୀଳ କରିବ।
ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ, ଦେଶରେ ଜାତୀୟ ରାଜପଥର ବିକାଶରେ ଭାରତୀୟ ସଡ଼କ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ସମାବେଶରୁ ଯେଉଁ ନିଷ୍କର୍ଷ ଏବଂ ନୂଆ ଚିନ୍ତାଧାରା ବାହାରିବ, ସେଗୁଡ଼କ ଆମ ଦେଶର ସଡ଼କ ନିର୍ମାଣ କ୍ଷେତ୍ରକୁ ସୁଦୃଢ଼ କରିବାରେ ସାହାଯ୍ୟ କରିବ। 
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ, ସଡ଼କ ପରିବହନ ମନ୍ତ୍ରଣାଳୟର ବିନୟ କୁମାର ରାଜପୁତ, ଆଇଆର୍‌ସିର ପରାମର୍ଶଦାତା କମିଟି ସଦସ୍ୟ ଧର୍ମାନନ୍ଦ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ଆଇଆର୍‌ସିର ସଭାପତି ପ୍ରଫେସର ମନୋରଞ୍ଜନ ପରିଡ଼ା, ମହାସଚିବ ରାହୁଲ ଗୁପ୍ତା ସେମାନଙ୍କ ବକ୍ତବ୍ୟ ରଖିଥିଲେ। ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହ ସ୍ବାଗତ ଭାଷଣ ଦେଇଥିବା ବେଳେ ଆଇଆର୍‌ସି ଉପାଧ୍ୟକ୍ଷ ବିଶାଲ ଅଗ୍ରୱାଲ ଧନ୍ୟବାଦ ଦେଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe