ସ୍ବେଚ୍ଛାକୃତ ଅବସର ଗ୍ରହଣ କରିଲେ ବରିଷ୍ଠ ଆଇଏଏସ ଅଧିକାରୀ ଡ଼ ଗଗନ ଧଳ

Advertisment
ସ୍ବେଚ୍ଛାକୃତ ଅବସର ଗ୍ରହଣ କରିଲେ ବରିଷ୍ଠ ଆଇଏଏସ ଅଧିକାରୀ ଡ଼ ଗଗନ ଧଳ

ଭୁବନେଶ୍ବର: ବରିଷ୍ଠ ଆଇଏଏସ ଅଧିକାରୀ ଡ଼ ଗଗନ ଧଳ ଗତ ୩୦ ତାରିଖରୁ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିଥିବା ଜଣାଯାଇଛି।  ୧୯୮୫ ବ୍ୟାଚ୍‌ର ଆଇଏଏସ ଡ଼ ଗଗନ ଧଳ ବ୍ୟକ୍ତିଗତ କାରଣରୁ ସ୍ବେଚ୍ଛାକୃତ ଅବସର ନେଇଥିବା ଜଣାଯାଇଛି | ସେ ରାଜ୍ୟ ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ଥିଲେ ।

ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ପକ୍ଷରୁ ପ୍ରଦତ୍ତ ଆଦେଶନାମାରୁ ଏହା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଆଗରୁ  ଡ଼ ଗଗନ ଧଳ ଭାରତୀୟ ପ୍ରଶାସନିକ ସେବାରୁ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ। ୧୯୬୦ ମସିହା ଜାନୁଆରି ୫ ତାରିଖରେ ଜନ୍ମଗ୍ରହଣ କରିଥିବା ଡ଼ ଗଗନ ଧଳ ୧୯୮୫ ମସିହା ଅଗଷ୍ଟ ୨୬ ତାରିଖରେ ଚାକିରିରେ ଯୋଗ ଦେଇଥିଲେ। ସେ ଚାକିରିରେ ୩୦ ବର୍ଷ ପୂରଣ କରିସାରିଥିବା ବେଳେ ତାଙ୍କ ବୟସ ୫୦ ବର୍ଷରୁ ଅଧିକ ହୋଇଥିବା ହେତୁ ଗଗନ ଧଳଙ୍କ ସ୍ବେଚ୍ଛାକୃତ ଅବସର ଆବେଦନକୁ ମଂଜୁର କରାଯାଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe