ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଆଜି: ଦୁଇ ଭାଇଙ୍କୁ ରାଖି ବାନ୍ଧିବେ ସୁଭଦ୍ରା

ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଆଜି: ଦୁଇ ଭାଇଙ୍କୁ ରାଖି ବାନ୍ଧିବେ ସୁଭଦ୍ରା

TemplePurohit

ପୁରୀ: ଶ୍ରୀମନ୍ଦିରରେ ଆସନ୍ତାକାଲି ପବିତ୍ର ଗହ୍ମା ପୂର୍ଣ୍ଣିମା। ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଜନ୍ମୋତ୍ସବ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ଉଭୟ ଗହ୍ମାପୂର୍ଣ୍ଣିମା ଓ ଠାକୁର ଶ୍ରୀବଳଭଦ୍ରଙ୍କ ଜନ୍ମୋତ୍ସବ ପାଳନ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଦେବୀ ସୁଭଦ୍ରା ଦୁଇ ଭାଇ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ହାତରେ ରାଖି ବାନ୍ଧିବେ। ଏଥିପାଇଁ ପାଟରା ବିଶୋଇ ସେବକ ଜଗନ୍ନାଥ ପାତ୍ରଙ୍କ ଦ୍ବାରା ରାଖି ପ୍ରସ୍ତୁତି ଶେଷ ହୋଇଛି। ଦୁଇ ଭାଇଙ୍କ ଭୁଜ ପାଇଁ ବାସୁଙ୍ଗା ପାଟରେ ରାଖି ପ୍ରସ୍ତୁତ ହୋଇଛି। ଏଥିସହ ୪ଟି ଗୁଆମାଳ ବି ପ୍ରସ୍ତୁତ ହୋଇଛି। ଗୁରୁବାର ସକାଳେ ଏହାକୁ ଶ୍ରୀମନ୍ଦିରକୁ ନିଆଯିବ।

ପାଟରା ବିଶୋଇ ସେବକମାନେ ଶ୍ରୀମନ୍ଦିର ଗାରଦର ଏହାକୁ ଦାଖଲ ପରେ ମହାପ୍ରଭୁଙ୍କଠାରେ ନିର୍ଘଣ୍ଟ ନୀତି ଅନୁଯାୟୀ ଲାଗି କରାଯିବ। ପାଟରା ବିଶୋଇ ସେବକମାନେ ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ବାସୁଙ୍ଗା ପାଟରେ ଶ୍ରୀଜଗନ୍ନାଥଙ୍କ ପାଇଁ ହଳଦିଆ ଓ ନାଲି ରଙ୍ଗରେ ଦୁଇଟି ଏବଂ ଶ୍ରୀବଳଭଦ୍ରଙ୍କ ପାଇଁ ସବୁଜ ଓ ବାଇଗଣି ରଙ୍ଗରେ ଦୁଇଟି, ଏପରି ୪ଟି ରାଖି ପ୍ରସ୍ତୁତ କରିଛନ୍ତି। ସେହିଭଳି ଶ୍ରୀଜଗନ୍ନାଥଙ୍କ ପାଇଁ ହଳଦିଆ ଓ ନାଲି ରଙ୍ଗର ଦୁଇଟି ଏବଂ ଶ୍ରୀବଳଭଦ୍ରଙ୍କ ପାଇଁ ସବୁଜ ଓ ବାଇଗଣି ରଙ୍ଗର ଦୁଇଟି, ଏଭଳି ଚାରିଟି ଗୁଆମାଳ ବି ପ୍ରସ୍ତୁତ ହୋଇଛି। ଗୁରୁବାର ସକାଳେ ଶ୍ରୀମନ୍ଦିରରେ ରାଖି ଓ ଗୁଆମାଳ ପହଞ୍ଚିବା ପରେ ସ୍ବତନ୍ତ୍ର ନୀତିକାନ୍ତି ସହ ମଧ୍ୟାହ୍ନ ଧୂପରେ ଦେବୀ ସୁଭଦ୍ରା ଦୁଇ ଭାଇଙ୍କ ହାତରେ ରାଖି ବାନ୍ଧିବେ। ଅନ୍ୟପଟେ ଗହ୍ମା ପୂର୍ଣ୍ଣିମା ପାଇଁ ମଠ, ମନ୍ଦିର ବି ଉତ୍ସବମୁଖର ହୋଇଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe