ମୁର୍ଷୁଣ୍ଢୀ ଗଜଲକ୍ଷୀ ପୂଜାରେ ମୁରାସୁର ଦରବାର, ରାଜ ଅତିଥି ଭାବରେ ଯୋଗଦେଲେ ପୂର୍ବତନ ସାଂସଦ

ମୁର୍ଷୁଣ୍ଢୀ ଗଜଲକ୍ଷୀ ପୂଜାରେ ମୁରାସୁର ଦରବାର, ରାଜ ଅତିଥି ଭାବରେ ଯୋଗଦେଲେ ପୂର୍ବତନ ସାଂସଦ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ମୁର୍ଷୁଣ୍ଢୀରେ ୪୧ତମ ଗଜଲକ୍ଷୀ ପୂଜା ସୋମବାର ଦ୍ବିତୀୟ ସନ୍ଧ୍ୟାରେ ରାଜ ଅତିଥି ଭାବରେ ପୂର୍ବତନ ବଲାଙ୍ଗୀର ଲୋକସଭା ସାଂସଦ ତଥା ରାଜ୍ୟ ହାଉସିଙ୍ଗି ବୋର୍ଡ଼ ସଭାପତି କଲିକେଶ ନାରାୟଣ ସିଂଦେଓ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଲେଖକ ସଙ୍ଗୀତ ନିର୍ଦ୍ଦେଶକ ଡ ଅନିରୁଦ୍ଧ କୁରୁକୁରିଆ, କମିଟିର ସଭାପତି ଲବ କୁମାର ସାହୁ, ଉପଦେଷ୍ଟା ରାଜଗୋପାଲ ପାଣିଗ୍ରାହୀ, ସମ୍ପାଦକ ତ୍ରୟଞ୍ଜୀବ ମିଶ୍ର, କୋଷାଧ୍ୟକ୍ଷ ସତ୍ୟମଓହନ ବେଦପାଣୀ ,ଉପ ସଭାପତି ଧନଞ୍ଜୟ ସାହୁ,ସହ ସମ୍ପାଦନ ବିଦ୍ୟାଧର ଖୁର୍ଡିଆ ପ୍ରମୁଖ ମଞ୍ଚାସିନ ଥିଲେ । ପୈ।ରାଣିକ ବିଷୟ ବସ୍ତୁ ଉପରେ ମଞ୍ଚରେ ବିଭିନ୍ନ ନାଟକ ପରିବେଷିତ ହୋଇଥିଲା ସେଥିମଧ୍ୟରେ ମହର୍ଷି ନାରଦଙ୍କ ଆଗମନ, ତାଙ୍କ ପରାମର୍ଶ ରେ ସ୍ବର୍ଗ ପୁର ଆକ୍ରମଣ, ମୁରାସୁର ଦ୍ବାରା ଦେବତା ମାନେ ପରାଜିତ ଆଦି ନାଟକ ମଞ୍ଚସ୍ଥ ହେଉଥିଲା। ମୁରାସୁର ଭୂମିକାରେ ଓଡ଼ିଶାର ସ୍ବନାମ ଧନ୍ୟ ମଞ୍ଚ ଅଭିନେତା ଗୋପାଲ ପଣ୍ଡାଙ୍କ ଅଭିନୟ ବେସ୍ ଚିତ୍ତାକର୍ଷକ ଥିଲା ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe